ବିଜ୍ଞାପିତ ଅଂଚଳରେ ହୋଲିଡିଂ ଟିକସ ଦରବୃଦ୍ଧିକୁ ବିରୋଧ, ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଶୁଣାଣି ରେ ୭୪ ଅଭିଯୋଗ

ଓଡିଶା ଜିଲ୍ଲା ପୁରୀ ରାଜ୍ୟ

 

 

ପିପିଲି : ( ବିଜୟ କୁମାର ମହାପାତ୍ର ) ପିପିଲି ବ୍ଲକ କାର୍ଯ୍ୟାଳୟ ସଭା ଗୃହ ପରିସରରେ ୨୦୨୦ ବର୍ଷର ପ୍ରଥମକରି ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ପିପିଲି ବିଜ୍ଞାପିତ ଅଂଚଳରେ ଶତାଧିକ ବ୍ୟକ୍ତି ହୋଲଡିଂ ଟିକସ ଆଦାୟର ଅହେତୁକ ଦରବୃଦ୍ଧି କୁ ବିରୋଧ କରିଛନ୍ତି । ଉପଯୁକ୍ତ ଦର ଧାର୍ଯ୍ୟ ନହେବା ପର୍ଯ୍ୟନ୍ତ ହୋଲିଡିଂ ଟିକସ ଆଦାୟ କୁ ବନ୍ଦ ରଖିବା ସହ ଟିକସ ଆଦାୟ ର ଅନିୟମିତତା ଓ ବ୍ୟାପକ ଜାଲିଆତି ଉପରେ ତଦନ୍ତ ଦାବୀ କରି ବିଜ୍ଞାପିତ ଅଂଚଳର ପୁର୍ବତନ ଏନସି ଅଧ୍ୟକ୍ଷ ସେକ୍ ବାବୁ,କାଉନସିଲର ଅଜୟ ମହାରଣା,ମହମ୍ମଦ ଗୁଲଜାର,ଗନ୍ଧର୍ବ ପରିଡା,ମିର୍ଜା ମୁଜାମିଲବାଗ୍ ଙ୍କ ସମେତ ଶତାଧିକ ବ୍ୟକ୍ତି ଜିଲ୍ଲାପାଳ ଙ୍କ ଜନ ଶୁଣାଣିରେ ଅଭିଯୋଗ ଆଣିଛନ୍ତି । ସେହୀପରୀ ଭୁମିହୀନ ମାନଙ୍କୁ ବାସଗୃହ ଯୋଗାଇଦେବା,ଭୁମିହିନ ମାନଙ୍କୁ ଜମୀ ପଟ୍ଟା ପ୍ରଦାନ,ମହାବାତ୍ୟାରେ ଫାନି ସହାୟତା ର ଆର୍ଥିକ ପ୍ରାପ୍ୟ ରାଶି ଶିଘ୍ର ମିଳିବା ,ହିତାଧିକାରୀ ମାନଙ୍କୁ ଆବାସ ଗୃହ ଯୋଗାଇ ଦେବା,ପିପିଲି ତହସିଲରେ ଜମି ପଟ୍ଟା ସହ ଆବେଦନକାରୀଙ୍କୁ ସଠିକ ସମୟରେ ସାର୍ଟିଫିକେଟ ମିଳିବା, ଗୋବର୍ଦ୍ଧନପୁର ସୁଲତାନ ନଗର ଚଉଦମାଣ ଠାରେ ନୂତନ ଅଙ୍ଗନଔଡି କେନ୍ଦ୍ର ନିର୍ମାଣ,ପିପିଲି ଟୋଲଗେଟ୍ ପ୍ରବେଶ ପଥ ଓ ଭୋଗୁଆବାଙ୍କ ରେ ଥିବା ଷ୍ଟ୍ରିଟ୍ ଲାଇଟ୍ ନଜଳିବା ସମ୍ପର୍କରେ ଅଭିଯୋଗ ହୋଇଥିଲା ।ଏହି ଜନ ଶୁଣାଣି ଶିବିରକୁ ପ୍ରକଳ୍ପ ନିଦ୍ଦେର୍ଶକ ପୁରୀ ବିଶାଲ ସିଂହ ଙ୍କ ଅଧ୍ୟକ୍ଷତାରେ ଅତିରିକ୍ତ ଜିଲ୍ଲାପାଳ ପୁରୀ ପ୍ରଦୀପ କୁମାର ସାହୁ,ଜିଲ୍ଲା ଅତିରିକ୍ତ ଏସପି ପ୍ରତାପ କୁମାର ସ୍ୱାଇଁ, ଉପ ସହାୟକ ଜିଲ୍ଲାପାଳ ମନୋଜ କୁମାର ନାୟକ,ଜିଲ୍ଲା ସମଗ୍ର ଶିକ୍ଷା ପ୍ରକଳ୍ପ ସଂଯୋଜିକା ସୈାନ୍ଦର୍ଯ୍ୟା ମଞ୍ଜରୀ ଦାସ, ଅତିରିକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡା ବିରଜା ଶଙ୍କର ରଥ, ପିପିଲି ଏସଡିପିଓ ଦେବଦତ ବରାଳ, ବ୍ଲକ ଅଧକ୍ଷା କଳ୍ପନା ସାମନ୍ତରାୟ ,ଉପାଧ୍ୟକ୍ଷ ଯୁଧିଷ୍ଠିର ସ୍ୱାଇଁ,ବିଡିଓ ଗୈାରବମୟ ପ୍ରଧାନ, ତହସିଲଦାର ପିପିଲି ସପନ କୁମାର ନନ୍ଦ,ଆତ୍ମା ଅଧ୍ୟକ୍ଷ ଧରଣୀଧର ସାହୁ ଙ୍କ ସହିତ ସମସ୍ତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ । ଏହି ଶିବିରରେ ବିଭିନ୍ନ ବିଭାଗରୁ ସମୁଦାୟ ୭୪ଟି ଅଭିଯୋଗର ଶୁଣାଣି ହୋଇଥିଲା ।