#ଆଜି_ଭର୍ଚୁଆଲ_ରାଲିରେ_ରାଜ୍ୟବାସୀଙ୍କୁ_ସମ୍ବୋଧିତ_କରିବେ_ଅମିତ_ଶାହା  

ଆଜି ଭର୍ଚୁଆଲ ରାଲିରେ ରାଜ୍ୟବାସୀଙ୍କୁ ସମ୍ବୋଧିତ କରିବେ ଅମିତ ଶାହା

ଓଡିଶା ବଡ ଖବର

#ଆଜି_ଭର୍ଚୁଆଲ_ରାଲିରେ_ରାଜ୍ୟବାସୀଙ୍କୁ_ସମ୍ବୋଧିତ_କରିବେ_ଅମିତ_ଶାହା               ଭୁବନେଶ୍ୱର  : କେନ୍ଦ୍ରରେ ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ ବର୍ଷ ପୂରଣ ପରିପ୍ରେକ୍ଷୀରେ ସୋମବାର ଅପରାହ୍ନ ୩ଟା ୩୦ରେ ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହା ଭର୍ଚୁଆଲ ରାଲି ଦ୍ୱାରା ଡିଜିଟାଲ ପ୍ଲାଟଫର୍ମ ମାଧ୍ୟମରେ ଓଡିଶାର ଜନସାଧାରଣଙ୍କୁ ସମ୍ବୋଧିତ କରିବେ । ରାଜ୍ୟବାସୀ ବିଜେପି ସୋସିଆଲ ମିଡିଆ ଆକାଉଣ୍ଟ ଏବଂ ୟୁଟ୍ୟୁବ ମାଧ୍ୟମରେ ଏହି ରାଲିରେ ସାମିଲ ହୋଇପାରିବେ । ଏଥିରେ ଏକ ଲକ୍ଷରୁ ଉର୍ଦ୍ଧ୍ୱ କାର୍ଯ୍ୟକର୍ତ୍ତଙ୍କୁ ଯୋଡିବାକୁ ଲକ୍ଷ୍ୟ ରଖାଯାଇଛି ।
ମୋଦି ସରକାର ବିଭିନ୍ନ କ୍ଷେତ୍ରରେ ଓଡିଶା ଏବଂ ଓଡିଆ ଭାଇ ଭଉଣୀମାନଙ୍କୁ ପ୍ରାଧାନ୍ୟ ଦେଇ ଆସିଛନ୍ତି । ବିଗତ ୧ ବର୍ଷରେ ଓଡିଆଙ୍କ ବିକାଶ, ସମ୍ମାନ, ଦୁର୍ବିପାକ ମୁକାବିଲାରେ ମୋଦି ସରକାରଙ୍କ ଅବଦାନ ଅତୁଳନୀୟ । କରୋନା ମହାମାରିରେ ପ୍ରଭାବିତ ହୋଇଥିବା ଅର୍ଥନୀତିକୁ ସୁଧାରିବା ପାଇଁ କେନ୍ଦ୍ର ସରକାର ୨୦ ଲକ୍ଷ କୋଟି ଟଙ୍କାର ଆତ୍ମନିର୍ଭର ପ୍ୟାକେଜ ଘୋଷଣା କରିଛନ୍ତି । ଏହି ଯୋଜନାରେ ଓଡିଶା ପାଇଁ ଅନେକ ସୁଯୋଗ ଅଛି । କୃଷି ଏବଂ ଅନ୍ୟାନ୍ୟ କ୍ଷେତ୍ର ପାଇଁ କେନ୍ଦ୍ର ସରକାର ପ୍ୟାକେଜ୍ ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି ।