ପୌରାଞ୍ଚଳର ବିକାଶ ପାଇଁ ନାଗରିକ ପରାମର୍ଶ ସଭା

ଓଡିଶା କେନ୍ଦ୍ରାପଡା ଜିଲ୍ଲା ରାଜ୍ୟ

କେନ୍ଦ୍ରାପଡ଼ା : ସର୍ବ ପୁରାତନ କେନ୍ଦ୍ରାପଡା ପୌରାଞ୍ଚଳର ବିକାଶ ନିମନ୍ତେ ବିଧାୟକ ଶଶିଭୂଷଣ ବେହେରା ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ୟମ ଆରମ୍ଭ କରିଛନ୍ତି । ପୌରାଞ୍ଚଳର ୨୧ଟି ୱାର୍ଡର ବିଭିନ୍ନ ଅସୁବିଧାର ସମାଧାନ ପାଇଁ ଓ ବିକାଶ ଦିଗରେ ନୂତନ ଯୋଜନା ହାତକୁ ନେବା ପାଇଁ ଏକ ସର୍ବଦଳୀୟ ନାଗରିକ ପରାମର୍ଶ ସଭାର ଆୟୋଜନ କରାଯାଇଥିଲା । ଶନିବାର ଅପରାହ୍ନରେ କେନ୍ଦ୍ରାପଡା ପୌର ସଭା ଟାଉନହଲ ପରିସରରେ ପୂର୍ବତନ ନଗରପାଳ ଧୀରେନ ସାହୁଙ୍କ ଅଧ୍ୟକ୍ଷତାରେ ବିଧାୟକ ଶ୍ରୀବେହରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ  । ପୌରାଞ୍ଚଳର ଜଳ ନିଷ୍କାସନ,କେନାଲ ନବୀକରଣ, ଗୋବରୀ ନଦୀ ନବୀକରଣ, ରାସ୍ତାଘାଟ ଦୁରାବସ୍ତା, ପାନୀୟ ଜଳର ଅଭାବ, ଡାକ୍ତରଖାନାର ଅବ୍ୟବସ୍ଥା ଓ ସାହିବସ୍ତିର ପରିମଳ ବ୍ୟବସ୍ଥା, ରିଙ୍ଗ ରାସ୍ତାର ନିର୍ମାଣ ପ୍ରଭୃତି ବିଭିନ୍ନ ସମସ୍ୟା ଉପରେ ବୁଦ୍ଧିଜୀବିମାନେ ମତ ଉପସ୍ଥାପିତ କରିଥିଲେ । ଏହାର ଉତ୍ତରରେ ବିଧାୟକ ଶ୍ରୀ ବେହେରା କହିଥିଲେ ଯେ ଏହି ସମସ୍ତ ସମସ୍ୟା କୁ ଅନୁଧ୍ୟାନ କରାଯାଇ ମୌଳିକ ଭିତ୍ତିଭୂମୀର ବିକାଶ ସହ ସମସ୍ୟାର ଦୀର୍ଘ କାଳୀନ ସମାଧାନ ପାଇଁ ଉଦ୍ୟମ କରାଯିବ । ଏହି ସଭାରେ ପୂର୍ବତନ ପୌରପାଳ ଆକବର ଅଲ୍ଲୀ, ବିଜୟକୃଷ୍ଣ ସାହୁ, ରୋତ୍ସ୍ନା ସାହୁ,ପ୍ରବୀର ମହାନ୍ତିଙ୍କ ସହ ବରିଷ୍ଠ ଆଇନଜୀବୀ ଦେବଦାସ ମହାନ୍ତି, ମୁକ୍ତାର ଖାଁ, ଅକ୍ଷୟ ମେକାପ, ଦୁର୍ଗାପ୍ରସାଦ ପତି, କାଳୀ ପ୍ରସାଦ ପତି, ଶଙ୍କର୍ଷଣ ପଣ୍ଡା, ଡ. ବାସୁଦେବ ଦାସଙ୍କ ସମେତ ବହୁ ବରିଷ୍ଠ ନାଗରିକ ମତାମତ ପ୍ରଦାନ କରିଥିଲେ ।