ଯାଜପୁର ବିଧାନସଭା କ୍ଷେତ୍ର ବିଜେଡି କର୍ମକର୍ତ୍ତା ସମ୍ମିଳନୀ

ଯାଜପୁର ବିଧାନସଭା କ୍ଷେତ୍ର ବିଜେଡି କର୍ମକର୍ତ୍ତା ସମ୍ମିଳନୀ

ଓଡିଶା ରାଜ୍ୟ

#ଯାଜପୁର_ବିଧାନସଭା_କ୍ଷେତ୍ର_ବିଜେଡି_କର୍ମକର୍ତ୍ତା_ସମ୍ମିଳନୀ    ଯାଜପୁର  : (ବିଶ୍ବଜିତ ରଣା) ଯାଜପୁର ବିଧାନସଭା କ୍ଷେତ୍ର ବିଜେଡି କର୍ମକର୍ତ୍ତା ସମ୍ମିଳନୀ ବିରଜା କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ଯାଜପୁର ଜିଲ୍ଲା ବିଜେଡି ସଭାପତି ସରୋଜ କୁମାର ମହାପାତ୍ରଙ୍କ ସଭାପତିତ୍ୱରେ ଗତ ୫ ତାରିଖ ଦିନ ନବୀନ ପଟ୍ଟନାୟକ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ସାଙ୍ଗଠନିକ ସଂପାଦକ ଭାବେ ନିଯୁକ୍ତି ପ୍ରଦାନ କରିଥିବାରୁ ତାଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିଥିଲେ । ଦୀର୍ଘ ୨୦ବର୍ଷ ପରେ ଖୋଦ ମୁଖ୍ୟମନ୍ତ୍ରୀ ଜଣେ ସଚ୍ଚୋଟ ଯୁବନେତାଙ୍କୁ ରାଜ୍ୟର ସାଙ୍ଗଠନିକ ସଂପାଦକ ଭାବେ ଘୋଷଣା କରିଥିବାରୁ ଯାଜପୁର ଜିଲ୍ଲାବାସୀ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଚିର ଋଣୀ ହୋଇ ରହିବେ ବୋଲି ଶ୍ରୀ ମହାପାତ୍ର ପ୍ରକାଶ କରିଥିଲେ ।

ବିଧାୟକ ଶ୍ରୀ ଦାସଙ୍କ ବିଚକ୍ଷଣ ରାଜନୈତିକ ଗୋଟିଚାଳନା ପାଇଁ ଉପନିର୍ବାଚନରେ ବିଜେଡି ବିପୁଳ ବିଜୟଲାଭ କରି ଦଳର ସମ୍ମାନ ରକ୍ଷା କରିପାରିଥିଲେ । ତାଙ୍କ ସଫଳତା ଓ ଦୀର୍ଘାୟୁ ପାଇଁ ବିଜେଡି କର୍ମୀମାନେ ମା’ ବିରଜାଙ୍କ ନିକଟରେ ପୂଜାର୍ଚ୍ଚନା କରି ପ୍ରାର୍ଥନା କରିଥିଲେ । ଏଥିପାଇଁ ବିଜେଡି ପକ୍ଷରୁ ଏକ କର୍ମୀ ସମ୍ମିଳନୀ ଡ଼କାଯାଇ ମୁଖ୍ୟମନ୍ତ୍ରୀଙ୍କୁ ଅଶେଷ ଧନ୍ୟବାଦ ଅର୍ପଣ କରାଯାଇଛି ।

ଏହି ସଭାରେ ବରିଷ୍ଠ ବିଜେଡି ନେତା କର୍ଣ୍ଣାଟକେଶରୀ ଦାସ, ଦଶରଥପୁର ବ୍ଲକ ଅଧ୍ୟକ୍ଷା ସୁଜାତା ସାହୁ, ରାଜ୍ୟ ମହିଳା ବିଜୁ ଜନତା ଦଳର ଉପସଭାନେତ୍ରୀ ସଂଯୁକ୍ତା ମହାନ୍ତି, ଯାଜପୁର ବ୍ଲକ ଅଧ୍ୟକ୍ଷ ପ୍ରଦୀପ ନାୟକ, ଦଶରଥପୁର ବ୍ଲକ୍ ବିଜେଡି ସଭାପତି ଅଜୟ କୁମାର ମହାନ୍ତି , ଯାଜପୁର ବ୍ଳକ ବିଜେଡି ସଭାପତି ପରେଶ କୁମାର ବିଶ୍ୱାଳ, ବରିଷ୍ଠ ବିଜେଡି ନେତା ବ୍ରଜକିଶୋର ପାଢ଼ୀ, ଜୟନ୍ତ କୁମାର ଗୋସ୍ୱାମୀ, ଯାଜପୁର ମ୍ୟୁନିସିପାଲଟି ସଭାପତି ମନୋଜ କୁମାର ସାହୁ, ଯୁବ ବିଜେଡି ସଭାପତି ପାର୍ଥସାରଥି ରାୟ ପ୍ରମୁଖ ଯୋଗଦେଇ ବିଧାୟକ ଶ୍ରୀ ଦାସଙ୍କ ଦୀର୍ଘାୟୁ ଜୀବନ ସହ ମୁଖ୍ୟମନ୍ତ୍ରୀଙ୍କୁ ଜ୍ଞାପନ କରିଥିଲେ । ଏହି ସଭାରେ ଯାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ଆଗଧାଡିର ବିଜେଡି ନେତାମାନେ ଉପସ୍ଥିତ ଥିଲେ ।