ସଟଡାଉନ୍ ସମୟରେ ଭୁବନେଶ୍ବର ଓ କଟକବାସୀ ଘରୁ ବାହାରିଲେ ରୁଜୁ ହେବ ମାମଲା

ଆଉ ଲାଗିବନି ଟ୍ରାଫିକ୍ ଜାମ

ଓଡିଶା ବଡ ଖବର ମହାନଗର

#ଆଉ_ଲାଗିବନି_ଟ୍ରାଫିକ୍_ଜାମ  ଭୁବନେଶ୍ୱର  : ଭୁବନେଶ୍ୱରରେ ଟ୍ରାଫିକ୍ ଜାମ୍ ଯୋଗୁ ଜଣେ ଶିଶୁର ଜୀବନ ଯାଇଥିବା ଅଭିଯୋଗହୋଇଥିଲା। ଯାହାକୁ ନେଇ ଆରମ୍ଭ ହୋଇଥିଲା ବାକ୍ ଯୁଦ୍ଧ। ଟ୍ରାଫିକ୍ ସମସ୍ୟାକୁ ନେଇ ଲୋକେ କମିଶନରେଟ୍ ପୁଲିସର ଦାୟୀତ୍ୱହୀନତାକୁ ଦାୟୀ କରିଥିଲେ। ହେଲେ କମିଶନର ଟ୍ରାଫିକ୍ ବ୍ୟବସ୍ଥା ସୁଧାରିବା ପରିବର୍ତ୍ତେ ସମୟକୁ ନେଇ ଗଣମାଧ୍ୟମକୁ ‘ଜ୍ଞାନୀ’ ଓ ‘ଦାୟିତ୍ୱବାନ’ ହେବାକୁ ପରାମର୍ଶ ଦେଇଥିଲେ। ମାତ୍ର ଏପରି ଘଟଣା ଭବିଷ୍ୟତରେ ଯେମିତି ନଘଟିବା, ସେଥିପାଇଁ ପୁଲିସ ସତର୍କ ହେଲା ପରି ଲାଗୁନଥିଲା। କିନ୍ତୁ ଆଜି ଏହାର ସମାଧାନର ରାସ୍ତା ବାହାର କରିଛି କମିଶନରେଟ୍ ପୁଲିସ।

ଟ୍ରାଫିକ ଜାମ୍‌ରୁ ଆମ୍ବୁଲାନ୍ସ ଫସିବା ନେଇ ପୁଲିସ କମିଶନର ଡକ୍ଟର ସୁଧାଂଶୁ ଷଡଙ୍ଗୀ କହିଛନ୍ତି-“ଭୁବନେଶ୍ୱର ଜାଭିୟରଠାରୁ ପଟିଆ ଯାଏ ନୂଆ ରାସ୍ତା ହୋଇଛି। ଆସନ୍ତା ୧୭ ବା ୧୮ ତାରିଖ ସୁଦ୍ଧା ଲୋକଙ୍କ ପାଇଁ ଏହି ନୂଆ ରାସ୍ତା ଖୋଲିବ। ନୂଆ ରାସ୍ତା ଖୋଲିଲେ ଅନେକ ମାତ୍ରାରେ ଟ୍ରାଫିକ ସମସ୍ୟା କମିବ। ଆମ୍ବୁଲାନ୍ସ ବାହାରିଲେ ଆଗ ପୋଷ୍ଟର ଟ୍ରାଫିକ ପୁଲିସକୁ ସୂଚନା ଦିଆଯିବ। ଆମ୍ବୁଲାନ୍ସ ପାଇଁ ଟ୍ରାଫିକ କ୍ଲିଅର କରିବାକୁ ଟ୍ରାଫିକ ପୁଲିସ ବ୍ୟବସ୍ଥା କରିବେ।”

ସେ କହିଛନ୍ତି-“ଲୋକେ ସଚେତନ ହେବା ସବୁଠୁ ବଡ଼ କଥା। ଆମ୍ୱୁଲାନ୍ସ ଦେଖିବା ମାତ୍ରେ ନିଜେ ସାଇଡ୍‌ ହୋଇ ବାଟ ଛାଡ଼ିଦେବା ଉଚିତ୍। ଗତକାଲିଠୁ ଟ୍ରାଫିକ ଡିସିପି ଲୋକଙ୍କ ପାଇଁ ସଚେତନତା ଆରମ୍ଭ କରିଛନ୍ତି।”