କେନ୍ଦ୍ରାପଡାରେ ୩୧ ତମ ସଡକ ସୁରକ୍ଷା ସପ୍ତାହ ପାଳନ,ଜିଲ୍ଲାରେ ପ୍ରତିବର୍ଷ ଦୁର୍ଘଟଣାରେ ପ୍ରାୟ ୪୦୦ ଜୀବନ ଯାଉଛି

ଓଡିଶା କେନ୍ଦ୍ରାପଡା ଜିଲ୍ଲା ରାଜ୍ୟ

କେନ୍ଦ୍ରାପଡ଼ା : ୩୧ ତମ ସଡକ ସୁରକ୍ଷା ସପ୍ତାହ ଶନିବାର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପରିସରରେ ଶୁଭାରମ୍ଭ କରାଯାଇଛି । ଏହି ଉପଲକ୍ଷେ ସଡକ ସୁରକ୍ଷା କମିଟି ଓ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ସପ୍ତାହ ବ୍ୟାପି ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଶନିବାର ପୂର୍ବାହ୍ନରେ ସଡକ ସୁରକ୍ଷା ସଚେତନତା ରଥକୁ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତ ଉଦଘାଟନ କରିଥିଲେ । ଅନୁଷ୍ଠିତ ଉତ୍ସବରେ କମିଟି ସଦସ୍ୟ ଆଇନଜୀବୀ ବିଧୁଭୂଷଣ ମହାପାତ୍ର ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ରାଉତ ସଡକ ସୁରକ୍ଷାର ବାର୍ତ୍ତା କେବଳ ପ୍ରଚାର ପାଇଁ ନୁହେଁ ଏହାକୁ ପାଳନ କଲେ ନିଜର ଜୀବନ ସହ ଧନ ସଂପତ୍ତି କୁ ମଧ୍ୟ ରକ୍ଷା କରାଯାଇ ପାରିବ । ପ୍ରତିବର୍ଷ ଜିଲ୍ଲାରେ ସଡକ ଦୁର୍ଘଟଣାରେ ପ୍ରାୟ ୪୦୦ ବ୍ୟକ୍ତିଙ୍କର ପ୍ରାଣହାନୀ ଘଟୁଥିବା ବେଳେ ଉପସ୍ଥିତ କଲେଜ ଛାତ୍ର ଛାତ୍ରୀମାନେ ଏହି ଦିଗରେ ବିଶେଷ ସଚେତନ ହେବା ଆବଶ୍ୟକ । ସରକାରଙ୍କ ନୂଆ ଆଇନ ମୁତାବକ ସଡକ ଦୁର୍ଘଟଣାରେ ମୃତକଙ୍କ ପାଇଁ ୨ ଲକ୍ଷ ଓ ଆହତଙ୍କ ପାଇଁ ୫୦ ହଜାର ଟଙ୍କା ସ୍ୱତନ୍ତ୍ର କ୍ଷତିପୂରଣ ରାଶି ପ୍ରଦାନ କରାଯାଉଥିବା ବେଳେ ଜିଲ୍ଲାର ୨ ଜଣ ବ୍ୟକ୍ତିଙ୍କୁ ଏହା ପ୍ରଦାନ କରାଯାଇଛି । କାର୍ଯ୍ୟକ୍ରମରେ ଆଞ୍ଚଳିକ ପରିବହନ ଅଧିକାରୀ ଇଂ. ନିଖୀଲ କୁମାର ପଟ୍ଟନାୟକ, ଅତିରିକ୍ତ ପରିବହନ ଅଧିକାରୀ ଅକ୍ଷୟ କୁମାର ମହାପାତ୍ର, ସଦର ଥାନା ଅଧିକାରୀ ପ୍ରମୋଦ କୁମାର ମଲ୍ଲିକ, ଅବସରପ୍ରାପ୍ତ ସଡକ ସୁରକ୍ଷା ଅତିରିକ୍ତ ସଚିବ ଦିଲ୍ଲିପ ରାୟ, କନିଷ୍ଠ ଏମଭିଆଇ ପଦ୍ମଜା ମହାନ୍ତି, ପ୍ରିୟବ୍ରତ ମହାନ୍ତିଙ୍କ ସମେତ ଦେବାଶିଷ ନାୟକ, ନିର୍ମଳ କୁମାର ଦାସ, କମଳ ଲୋଚନ ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରି·ଳନାରେ ସହାୟତା କରିଥିଲେ ।