ଦ୍ୱିତୀୟ କରୋନା ପଜିଟିଭଙ୍କ ସଂସ୍ପର୍ଶରେ ଆସିଥିବା ୪୩ ଜଣ ଚିହ୍ନଟ

୭ ଜଣରୁ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ

ଓଡିଶା ବଡ ଖବର

#୭_ଜଣରୁ_ଅଧିକ_ଲୋକ_ଏକାଠି_ହୋଇପାରିବେ-ନାହିଁ      ଭୁବନେଶ୍ୱର  : କରୋନା ସଂକ୍ରମଣ ରୋକିବାକୁ ରାଜ୍ୟ ସରକାତର ଶୁକ୍ରବାର ପୁଣି ଏକ ନିର୍ଦ୍ଦେଶନାମା ଜାରୀ କରିଛନ୍ତି । ନିର୍ଦ୍ଦେଶନାମା ମୁତାବକ ଘର ବ୍ୟତୀତ କୌଣସି ସ୍ଥାନରେ ୭ ଜଣରୁ ଅଧିକ ଏକାଠି ହେବେନାହିଁ । ସେହିପରି ଅଧିକ ଲୋକ ଏକାଠି ହେଉଥିବା କଫି ସପ୍ , ରେଷ୍ଟୁରାଂଟ, ବାର ବନ୍ଦ ରହିବ । ଏହି ସବୁ ଖାଦ୍ୟସାମଗ୍ରୀ ବିକ୍ରୟସ୍ଥଳୀ ଅନ୍ୟାଦେଶ ପାଇଁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।ଶୁକ୍ରବାର ଦିନ ଏସମ୍ପର୍କରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରୀ କରାଯାଇଛି ।

ଏହା ବ୍ୟତୀତ ସମସ୍ତ ବଜାର, ମାର୍କେଟ କମ୍ପଲେକ୍ସ ଓ ଗାଁ ହାଟରେ କେବଳ ଖାଦ୍ୟ ସାମଗ୍ରୀ ହିଁ ବିକ୍ରି ହେବ । ଖାଉଟି ସାମଗ୍ରୀ, ପନିପରିବା, ମାଂସ , ମାଛ , ଅଣ୍ଡା ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ହିଁ କେବଳ ବଜାର ଖୋଲିବାକୁ ଅନୁମତି ମିଳିବ । ସେହିପରି ଇନ ହାଉସ୍ ରେଷ୍ଟୁରାଣ୍ଟ ଗୁଡିକରେ ଗ୍ରାହକମାନଙ୍କ ମଧ୍ୟରେ ୨ ମିଟର ଦୂରତା ରଖିବାକୁ କୁହାଯାଇଛି । କେବଳ ସେତିକି ନୁହେଁ ଟ୍ୟାକ୍ସି ଓ ଅଟୋ ଭଳି ସାଧାରଣ ପରିବହନ ବ୍ୟବସ୍ଥା ଦିନେ ଛାଡି ଦିନେ ପରିବର୍ତ୍ତିତ ଭାବେ ଚାଲିବ ବୋଲି କୁହାଯାଇଛି । ସବୁ ଜିଲ୍ଲାର ଜିଳାପାଳ, ପୋଲିସ ଏସପି, ମୁନିସପାଲ୍ କମିସନରଙ୍କୁ ଏହା କାର୍ଯ୍ୟକାରୀ କରିବାକୁ ରାଜ୍ୟସରକାରଙ୍କ ସାଧାରଣ ପ୍ରଶାସନ ପକ୍ଷରୁ ଚିଠି ଜରିଆରେ ନିର୍ଦ୍ଦେଶ ଦିଆଯାଇଛି ।