ସ୍ୱତନ୍ତ୍ର ଶ୍ରମିକ ଟ୍ରେନ ଯୋଗେ ତାମିଲନାଡୁରୁ ଫେରିଲେ ୮୫ ଓଡ଼ିଆ ଶ୍ରମିକ

ସ୍ୱତନ୍ତ୍ର ଶ୍ରମିକ ଟ୍ରେନ ଯୋଗେ ତାମିଲନାଡୁରୁ ଫେରିଲେ ୮୫ ଓଡ଼ିଆ ଶ୍ରମିକ

ଓଡିଶା ଜିଲ୍ଲା ରାୟଗଡା

#ତାମିଲନାଡୁରୁ_ଫେରିଲେ_୮୫_ଓଡ଼ିଆ_ଶ୍ରମିକ         ରାୟଗଡା  : ଓଡgଶାର  ବିଭିନ୍ନ ଜିଲ୍ଲା ତଥା ରାୟଗଡା, ଗଜପତି, କୋରାପୁଟ ଓ ମାଲକାନଗିରିର କିଛି ଶ୍ରମିକ ସୁଦୁର ତାମିଲନାଡୁର ତିରିପୁର ଠାରେ  କାର୍ଯ୍ୟ କରି ଆସୁଥିଲେ। ବିଶ୍ଵ ବ୍ୟାପି କରୋନା ଲକ ଡାଉନ ହେବା ଦ୍ୱାରା ଏହି ଶ୍ରମିକମାଙ୍କୁ ରୋଜଗାର ପାଇଁ କାମ ମିଳିଲା ନାହିଁ ଓ ସେମାନଙ୍କ ପାଖରେ ଗଛିତ ଟଙ୍କା ସରିବା ଓ ସେମାନେ ଭୋକ ଉପବାସରେ ବଞ୍ଚିବାର ରାହା ହରାଇ ବସିଥିଲେ। ଓଡିଶା  ସରକାରଙ୍କୁ ଗୁହାରି କରିଥିଲେ। ରାଜ୍ୟ ସରକାର ନିଜର ମାନବିକତାକୁ ରାକ୍ଷା କରିବା ସହ ସେହି ଶ୍ରମିକ ମାନଙ୍କୁ ନିଜ ରାଜ୍ୟକୁ ଫେରାଇ ଆଣିବାରେ ସକ୍ଷମ ହୋଇଛନ୍ତି। ଏହି ଶ୍ରମିକ ମାନେ ଏକ ସ୍ୱତନ୍ତ୍ର ଟ୍ରେନ ମାଧ୍ୟମରେ  ରାୟଗଡା ରେ ପହଞ୍ଚି ଥିଲେ। ଜିଲ୍ଲା ପ୍ରଶାସନ ତରଫରୁ ପ୍ରବାସୀ ଶ୍ରମିକ ମାନଙ୍କ ପଞ୍ଜିକରଣ କରିବା ସହ ସେମାନଙ୍କୁ ଖାଇବା ପୁଡ଼ିଆ ଦେଇ ନିଜ ନିଜ ଜିଲ୍ଲା ଓ ଅଞ୍ଚଳରେ ପହଞ୍ଚାଇବାର ବ୍ୟବସ୍ତା ଜିଲ୍ଲା ପ୍ରଶାସନ ଦ୍ୱାରା କରା ଯାଇଥିବା ଦେଖିବାକୁ ମିଳିଥିଲା।