ପ୍ରଶାସନର ଚଢାଉ, ବାଲି ମାଫିଆଙ୍କ ଅକଲ ଗୁଡୁମ୍

ପ୍ରଶାସନର ଚଢାଉ, ବାଲି ମାଫିଆଙ୍କ ଅକଲ ଗୁଡୁମ୍

ଓଡିଶା ଗଞ୍ଜାମ ଜିଲ୍ଲା
#ବାଲି_ମାଫିଆଙ୍କ_ଅକଲ_ଗୁଡୁମ୍          ଦିଗପହଣ୍ଡି :  ‘‘ଚୋର ଘର ସବୁବେଳେ ଅନ୍ଧାର ରହେ ନାହିଁ” ଉକ୍ତି ପ୍ରମାଣିତ ହେଲା ଚିକିଟି ନିର୍ବାଚନ ମଣ୍ଡଳୀରେ*
?ମାଫିଆଙ୍କ ଦବଙ୍ଗଗିରି କାଳ ହେଲା_
?ଶାସକ ଦଳର ଦୁଇ ଗୋଷ୍ଠୀର ମତଭେଦ ପରିବେଶ ସୁରକ୍ଷାରେ ଫଳପ୍ରସୂ_
?ବାଲି ଜମାସ୍ଥଳି ସହ ୭ଟ୍ରକ ଓ ଏକ ବାଇକ ଜବତ_
?୧୪ଟ୍ରକ ଫେରାର ସହ ଗୋଟିଏ ବାଲିଭର୍ତ୍ତି ଜବତ ଟ୍ରକ ଦେଲା ଚକମା_
 ଚିକିଟି ନିର୍ବାଚନ ମଣ୍ଡଳିର ଅନେକ ଲଘୁ ସଂପଦ ଭଣ୍ଡାରରୁ ଲଗାତର ଭାବରେ ଲୁଟି ଚାଲିଥିଲେ କିଛି ମାଫିଆ। ବହୁ ସାମାଜିକ କର୍ମୀ ସମେତ ଅଞ୍ଚଳବାସୀ ଏହି ଲଘୁ ଖଣିଜ ସଂପଦର ଲୁଟ ବନ୍ଦକରିବା ପାଇଁ ପ୍ରତ୍ଯେକ ଦିନ ସ୍ୱର ଉତ୍ତୋଳନ କରୁଥିଲେ ମଧ୍ଯ ସଫଳ ହୋଇପାରୁ ନଥିଲେ। ସରକାରୀ ବାବୁ ମଧ୍ଯ ନାଚାର ହେଉଥିବା ନଜର ରହିଛି। ବିଗତ ଦିନରେ ଯେଉଁ ତହସିଲଦାର ମାଫିଆଙ୍କ କଳାକାରନାମାକୁ ଭଣ୍ଡୁର କରିବାକୁ ଚେଷ୍ଟା କରିଛନ୍ତି ଚିକିଟି ମାଟିର ରାଜନୈତିକ ବ୍ୟବସ୍ଥା କିମ୍ବା କୌଣସି ଅଦୃଶ୍ୟ ଶକ୍ତିଦ୍ୱାରା ସେହିସ୍ଥାନରୁ ହଟିବା କିମ୍ବା ହଟହଟାର ଶୀକାର ହେବାକୁ ପଡିଛି। ୨୦୧୭ ମସିହାରେ ସେହିଭଳି ଘଟଣା ଚକ୍ରରେ ତତ୍କାଳିନ ଯୁବ ତହସିଲଦାରଙ୍କୁ ସେଠାରୁ ହଟାଇ ଦିଆଯିବା ସହ ଅନେକ ସମସ୍ୟାର ସମ୍ମୁଖୀନରେ କାଳାତିପାତ କରି ସାନଖେମୁଣ୍ଡି ବିଡିଓ ରୂପେ ଦାୟିତ୍ୱ ନେବାକୁ ପଡିଥିଲା। ବିଗତ ୨ଦିନ ହେଲା ଓଡିଶା ପ୍ରଶାସନିକ ଅଧିକାରୀ ସଂଘର ଆନ୍ଦୋଳନ ସହ ଆଜିର ବେଆଇନ ବାଲିଟ୍ରକ ଚାଲଣ ସମୟରେ ଜବତ ଘଟଣାର ଅନେକ ସଂଯୋଗ ରହିଥିବା ଜଳ ଜଳ ଦେଖାଯାଉଛି। ବାଲି ମାଫିଆଙ୍କ ଦବଙ୍ଗଗିରି ମହଙ୍ଗା ପଡିଲା ।ଯେଉଁଠି ଅଫିସର କଳାକାରନାମକୁ ବାଜି ଦେଇପାରୁନଥୁଲେ , ସେଠାରେ  ପାଟି ଫିଟାଉଥିବା ସାଧାରଣଲୋକକୁ କୌଣସି ନା କୌଣସି ବାଟରେ ବହୁମୂଲ୍ୟ ଦେବାକୁ ପଡୁଥୁଲା ଏହା ସାଧାରଣ ଚର୍ଚ୍ଚାର ଗୁପ୍ତ କଥା। ଲଘୁ ଖଣିଜ ସମ୍ପଦର ସୁରକ୍ଷା ପାଇଁ ଅଣ୍ଟାଭିଡୁଥୁବା ବ୍ୟକ୍ତିବିଶେଷଙ୍କ  ପାଟି ବନ୍ଦକରି ଦିଆଯାଉଥିଲା ବିଭିନ୍ନ ବଳପ୍ରୟୋଗରେ। ସେଥିରୁ ଆଦାୟ ମୁନାଫା ହିଁ ଚିକିଟି ନିର୍ବାଚନ ମଣ୍ଡଳୀକୁ ଅଶାନ୍ତ କରିବାର ମୂଳ କାରଣ ବୋଲି ଅନେକ ବୁଦ୍ଧିଜୀବିଙ୍କ ଆଲୋଚନା। ଲୋକଙ୍କ ସଂଗ୍ରାମ ଏହିଥି ପାଇଁ ଜାରି ରହିଥିଲା, ତାହା ଅନେକାଂଶରେ ସଫଳ ହୋଇଥିବାକୁ ନେଇ ଅନେକ ଖୁସି ବ୍ୟକ୍ତ କରିଛନ୍ତି।
 ଚଢାଉକୁ ନେଇ ସାଧାରଣରେ ଆଶ୍ୱସ୍ତ ଲାଭ କରିଥିଲେ ମଧ୍ୟ  ରାତିରେ ବାଲି ମଣ୍ଡିଠାରେ ଥିବା ୨୨ଟି ଟ୍ରକ ଜବତ ହୋଇନପାରିବା ଯୋଗୁଁ ସମାଜସେବୀ ମାନଙ୍କ ସମେତ ପରିବେଶବିତଙ୍କ ମନ ଟିକେ ଫିକା। ପ୍ରଶାସନ ପାଖରେ ପୁରା ଚଳଚିତ୍ରର ସଂଳାପ ଥିଲେ ମଧ୍ୟ, ଚିକିଟି ତହସିଲ କାର୍ଯ୍ୟାଳୟର କୌଣସି ଏକ ଘର ଢିଙ୍କି କୁମ୍ଭୀର ଯୋଗୁଁ ୧୪ଟି ଟ୍ରକ ଖସି ପଳାଇଛି। ୮ଟି ଟ୍ରକ ସମେତ ଗୋଟିଏ ବାଇକ୍ ଜବତ କରିବାରେ ସକ୍ଷମ ହେଲେ ଚଢାଉ କରୁଥିବା ଅଧିକାରୀ। କିନ୍ତୁ ୮ଟି ଟ୍ରକ ମଧ୍ୟରୁ ଗୋଟିଏ ଟ୍ରକରୁ ଡ୍ରାଇଭର ଚାବି ପକାଇ ସାମୟିକ ଫେରାର ହେବାରେ ସକ୍ଷମ ହୋଇଥିବା ଯୋଗୁଁ , ୭ଟି ଟ୍ରକକୁ ତହସିଲ କାର୍ଯ୍ୟାଳୟକୁ ସ୍ଥାନାନ୍ତର କରିପାରିଥିଲେ। ୮ମ ଟ୍ରକର ଡ୍ରାଇଭର ପୁଣି ରାତିରେ ପହଞ୍ଚି ସେହି ବାଲିଭର୍ତ୍ତି ଟ୍ରକକୁ ଖାଲି କରି ଟ୍ରକଧରି ଫେରାର ହେବାରେ ସକ୍ଷମ ହୋଇଥିଲା ।
ଆଗାମୀ ଦିନରେ ମାଫିଆଙ୍କ ସହ କେଉଁ କର୍ମଚାରୀଙ୍କ ସଂପର୍କ ରହିଛି ତାହା ପ୍ରତି ତହସିଲଦାର ଧ୍ୟାନ ଦେଲେ ଚଢାଉ ସଫଳ ହେବ ବୋଲି ମତ।
ବଡବରଙ୍ଗା ଶୀତଳ ଭଣ୍ଡାର ନିକଟରେ ସାରା ଦିନ ଟ୍ରାକ୍ଟର ଦ୍ୱାରା ଜମା ହେଉଥିଲା ବାଲି। ନିଶବ୍ଦଃ ରାତ୍ରୀରେ ମାଫିଆଙ୍କ ଚାଲୁଥିଲା କଳାକାରନାମା। ଗାଡି ଚାଲୁଥୁବା ରାସ୍ତାରେ, ଲୋକ ସମ୍ମୁଖୀନ ହେଉଥୁଲେ ନାହିଁନଥିବା ଅସୁବିଧା। ତ୍ରାହିତ୍ରାହୀ ଡାକ ଦେଉଥୁଲେ, ସାରା ରାତି ଚାଲୁଥୁବା ଟ୍ରକର ଗର୍ଜନରେ। କେହି ଗୁହାରୀ ଶୁଣିବାକୁ ନଥିଲେ। ଚୋର ଘର ସର୍ବଦା ଅନ୍ଧାର ରହେନି କିମ୍ବା ରାବଣର ସ୍ୱର୍ଣ୍ଣ ଲଙ୍କା ବେଶୀଦିନ ଯାଏ ନାହିଁ। ଶିବ ମଧ୍ୟ ଭାବିନଥିଲେ  ଭସ୍ମାସୁର ବର ଦେଉଥିବା ଲୋକ ଉପରେ ହିଁ ବଳ ପ୍ରୟୋଗ କରିବ। ଚିକିଟି ବାଲି ମାଫିଆ ମଧ୍ୟ ବୁଝି ପାରିନଥିଲେ ଏବଂ ଭସ୍ମାସୁର ଭଳି କାର୍ଯ୍ୟ କରିଥିବା ଯୋଗୁଁ, ଏହି ଦଶା ହେଲା ବୋଲି ଆଜି ଚିକିଟି ସହରର, ବିଭିନ୍ନ ଖଟିରେ ଚର୍ଚ୍ଚା। ପ୍ରଶାସନ କିଭଳି ସଫଳ ହେଲା, ଆଲୋଚନା ସମୟରେ, ଶାସକ ଦଳର ଜଣେ ଛାମୁଆ ନେତା ନାମ ଗୋପନ ସର୍ତ୍ତରେ ପ୍ରକାଶ କରିଛନ୍ତି ଯେ, ଦଳ ମଧ୍ୟରେ ଗୋଷ୍ଠୀ କନ୍ଦଳ ହିଁ ପ୍ରକୃତରେ  କଳାକାରନାମାକୁ ବନ୍ଦ କରିବା ସହ ଚିକିଟିର କିଛି ପରିମାଣର ଲଘୁ ଖଣିଜ ସଂପଦ ସୁରକ୍ଷା ଦିଗରେ ସଫଳ ହେଲା। ସମିତି ମୂଖିଆଙ୍କ ସହ ଶାସକଦଳର ଜଣେ ଟାଣୁଆ ବଳଶାଳୀ ନେତାଙ୍କ ମତ ପାର୍ଥକ୍ୟର ପରିଣାମ କେହି କେହି କହୁଥୁଲା ବେଳେ, କେହିକେହି କହୁଛନ୍ତି ଅଧିକାରୀଙ୍କୁ ଧମକ ଦେଇଥିବା ମାଫିଆଙ୍କ ଯୋଗୁଁ ଏଭଳି ଚଢାଉ ସଫଳ ହେଲା।ଆଗାମୀ ଦିନରେ  ତହସିଲଦାରଙ୍କ କାର୍ଯ୍ୟାଳୟ ପଛପାଖରେ ବେଆଇନ ଭାବରେ ହେଉଥିବା ପଥର ବ୍ଲାଷ୍ଟିଂ କେବେ ବନ୍ଦ ହେବ ଦେଖିବା କଥା। ସେ ଯାହା ହେଉଛି ହେଉ, ପ୍ରଶାସନର ଏଭଳି କାର୍ଯ୍ୟକୁ ସବୁଦିଗରୁ ପ୍ରଶଂସା ମିଳିବା ସହ ଲଘୁ ସଂପଦର ଓ ପରିବେଶର ସୁରକ୍ଷା ତହସିଲଦାରଙ୍କ ଯୋଗୁଁ ସମ୍ଭବ ବୋଲି ଆଶା ବ୍ୟକ୍ତ କରିଛନ୍ତି ସାଧାରଣ ଜନତା।
Attachments area