ସାନ ଭାଇର ମୃତ୍ୟୁ ଖବର ଶୁଣି ବଡ ଭାଇର ମୃତ୍ୟୁ 

ଓଡିଶା ଜିଲ୍ଲା ପୁରୀ ରାଜ୍ୟ

#ସାନ_ଭାଇର_ମୃତ୍ୟୁ_ଖବର+ଶୁଣି_ବଡ_ଭାଇର_ମୃତ୍ୟୁ  ଡେଲାଙ୍ଗ ( ବିଜୟ କୁମାର ମହାପାତ୍ର) : ପୁରୀ ଜିଲ୍ଲାର ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ସାଉରିଆ ଗ୍ରାମ ପଞ୍ଚାୟତର ଓଉପଡା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ସାନ ଭାଇର ମୃତ୍ୟୁ ଖବର ଶୁଶି ବଡ ଭାଇର ମୃତ୍ୟୁ ହୋଇଯାଇଛି । ସୁଚନାଯୋଗ୍ୟ ଯେ ଓଉପଡା ଗ୍ରାମର ଅଭିମନ୍ୟୁ ମାର୍ଥା (୮୫) ସକାଳେ ଜଳଖିଆ ଖାଇସାରିବା ପରେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା । ସେ ସମୟରେ ବଡ ଭାଇ ରଘୁ ମାର୍ଥା(୯୦) ଖାଉଥିବା ବେଳେ ଏ ଖବର ଶୁଣି ସେ ମଧ୍ୟ ସେଠାରେ ଟଳି ପଡିଥିଲେ । ଏହି ଖବର ପ୍ରସାରିତ ହେବାପରେ  ସ୍ଥାନୀୟ ଲୋକମାନେ ଜମା ହୋଇଥିଲେ । ଇଶ୍ୱରଙ୍କ ବିଧାନ ବଡ ବିଚିତ୍ର ବୋଲି କହିଛନ୍ତି । ଦୁଇ ଭାଇଙ୍କ ଶବକୁ ଏକ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରିବା ପରେ ପୁରୀ ସ୍ୱର୍ଗଦ୍ୱାର ଠାରେ ଅନ୍ତିମ ସଂସ୍କାର କରାଯାଇଛି । ଅଞ୍ଚଳରେ ଲୋକମାନେ ଭାଇ ହେବ ତ ଏମିତି ବୋଲି ଚର୍ଚ୍ଚା କରୁଛନ୍ତି ।