ସହରାଞ୍ଚଳରେ ଗରିବଙ୍କ ପାଇଁ ଶହେ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ସହରାଞ୍ଚଳରେ ଗରିବଙ୍କ ପାଇଁ ଶହେ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଓଡିଶା ବଡ ଖବର

#ସହରାଞ୍ଚଳରେ_ଗରିବଙ୍କ_ପାଇଁ_ଶହେ_କୋଟି_ଟଙ୍କା_ମଞ୍ଜୁର_କଲେ_ମୁଖ୍ୟମନ୍ତ୍ରୀ              ଭୁବନେଶ୍ୱର  : କରୋନା ମୁକାବିଲା ପାଇଁ ରାଜ୍ୟର ୧୧୪ଟି ପୌରାଂଚଳର ସହର ମାନଙ୍କରେ ରହୁଥିବା ଅର୍ଥନୈତିକ ଦୁର୍ବଳ ଶ୍ରେଣୀର ଲୋକଙ୍କୁ ରୋଜଗାର ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶହେ କୋଟି ଟଙ୍କାର ଯୋଜନା ଘୋଷଣା କରିଛନ୍ତି । ଏଥିରେ ଶ୍ରମଭିତିକ କାମ ଉପରେ ଗୁରୁତ୍ୱ ଦିଆ ଯାଇଛି । ଏହା ଦ୍ୱାରା ସହରାଂଚଳର ୪ ଲକ୍ଷ ୫୦ ହଜାର ପରିବାର ଉପକୃତ ହେବେ ।
ଚଳିତ ଏପ୍ରିଲ ମାସରୁ ଆରମ୍ଭ ହୋଇ ଆଗାମୀ ସେପ୍ଟେମ୍ବର ମାସ ଯାଏ ଚାଲିବ । ମିଶନ ଶକ୍ତିର ମହିଳା ମାନଙ୍କ ସହାୟତା ଓ ସହଭାଗିତାରେ ଏହି କାର୍ଯ୍ୟକ୍ରମ କରା ଯିବ । ହିତାଧିକାରୀ ମାନଙ୍କର ମଜୁରୀ ପ୍ରତି ସପ୍ତାହରେ ସେମାନଙ୍କର ବ୍ୟାଙ୍କ ଏକାଉଂଟକୁ ସିଧା ସଳଖ ପଠା ଯିବ ।
ବର୍ତମାନ ଏହି କଷ୍ଟକର ସମୟରେ ରାଜ୍ୟ ସରକାର ସହରାଂଚଳର ଗରୀବ ଲୋକ ମାନଙ୍କୁ ରୋଜଗାର ଦେବା ପାଇଁ (ଅର୍ବାନ ବେଜ ଏମ୍ପଲୋୟମେଂଟ ଇନିସିଏଟିଭ) ନାମରେ ଏକ ଜରୁରୀ କାଳୀନ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ନିଷ୍ପତି ନେଇଛନ୍ତି । ଏହା ଦ୍ୱାରା ରାଜ୍ୟର ୧୧୪ଟି ପୌରାଂଚଳ ଗୁଡିକରେ ରହୁଥିବା ଶ୍ରମିକ, ଗରୀବ ଲୋକ ଓ ଦିନ ମଜୁରିଆ ଶ୍ରେଣୀର ଲୋକଙ୍କ ପାଇଁ ଜୀବିକା ସୃଷ୍ଟି କରା ଯିବ ।
ଏହି ଯୋଜନାରେ ସହରାଂଚଳରେ ଅନେକ ଶ୍ରମ ଭିତ୍ତିକ ପ୍ରକଳ୍ପ କାର୍ଯ୍ୟକାରୀ କରା ଯିବ । ଏଥିରେ ଡ୍ରେନ ଗୁଡିକରୁ ମାଟି ଓ ଅନ୍ୟାନ ବର୍ଜ୍ୟ ବସ୍ତୁର ସଫେଇ, ଜଳାଶୟ ଖନନ ଓ ନବୀକରଣ, ପାର୍କ, ଖେଳ ପଡିଆ ଓ ଅନ୍ୟାନ୍ୟ ଖୋଲା ସ୍ଥାନ ଗୁଡିକର ଉନ୍ନତିକରଣ ଓ ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କର ସାମୟିକ କାର୍ଯ୍ୟ କ୍ଷେତ୍ର ନିର୍ମାଣ, ନବୀକରଣ, ଶୌଚାଳୟ ନିର୍ମାଣ ଏବଂ ସହରାଂଚଳର ସୌନ୍ଦର୍ଯ୍ୟକରଣ ସହିତ ନିର୍ମାଣ ଅବଶେଷରେ ନିଷ୍କାସନ ସହିତ ଅନ୍ୟାନ୍ୟ ଶ୍ରମଭିତିକ ବିକାଶମୂଳକ କାର୍ଯ୍ୟକ୍ରମ ଗ୍ରହଣ କରାଯିବ ।