ସୋସିଆଲ ମିଡିଆରେ ଲୋକଙ୍କ ସମସ୍ୟା ବୁଝିବେ ଖାଦ୍ୟ ଯୋଗାଣ ମନ୍ତ୍ରୀ

ଓଡିଶା ରାଜ୍ୟ

ଭୁବନେଶ୍ୱର: ରାଜ୍ୟ ଖାଉଟି କଲ୍ୟାଣ, ଯୋଗାଣ ଓ ସମବାୟ ମନ୍ତ୍ରୀ  ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏବେ ସୋସିଆଲ ମିଡିଆ ଜରିଆରେ ଲୋକଙ୍କ ସମସ୍ୟା ସିଧାସଳଖ ବୁଝିବା ସହ ଏହାର ସମାଧାନ ମଧ୍ୟ କରିବେ । ଏହି ଫେସବୁକ ଏବଂ ଟ୍ୱିଟର ଲାଇଭ ଜରିଆରେ ପ୍ରତ୍ୟେକ ଜନସାଧାରଣ ନିଜର ଟ୍ୱିଟର ହ୍ୟାଣ୍ଡେଲ ଏବଂ ଫେସବୁକରେ #AskOdishaFoodMinister ହ୍ୟାସଟ୍ୟାଗ କରି ସିଧାସଳଖ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ନିଜର ସମସ୍ୟା ସଂପର୍କରେ ପଚାରିପାରିବେ । କିନ୍ତୁ ଜନତାଙ୍କୁ ଏଥିପାଇଁ ଚଳିତ ମାସ ୧୧ ତାରିଖ ସୁଦ୍ଧା ଉପରୋକ୍ତ ହ୍ୟାସଟ୍ୟାଗ ରେ ନିଜର ପ୍ରଶ୍ନ ରଖିବାକୁ ପଡ଼ିବ । ଏହି ପ୍ରଶ୍ନ ଗୁଡ଼ିକର ଉତ୍ତର ସେମାନେ ୧୩ ତାରିଖରେ ଫେସବୁକ ମାଧ୍ୟମରେ ପାଇପାରିବେ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା କାର୍ଯ୍ୟକାରୀ ହୋଇଥିବା ‘ମୋ ସରକାର’ ଏବଂ ‘୫ଟି’କୁ ଦୃଷ୍ଟିରେ ରଖି  ରାଜ୍ୟ ଖାଉଟି କଲ୍ୟାଣ, ଯୋଗାଣ ଓ ସମବାୟ ବିଭାଗ ପକ୍ଷରୁ ଏହିଭଳି ଏକ ଅଭିନବ ପ୍ରୟାସ ଆରମ୍ଭ କରାଯାଇଛି । କେବଳ ଏତିକି ନୁହେଁ ପ୍ରତ୍ୟେକ ଲୋକଙ୍କ ସହ କିପରି ସିଧାସଳଖ କଥା ହୋଇ ଏହାର ତତକ୍ଷଣାତ ସମାଧାନ କରାଯାଇ ପାରିବ ସେଥିପାଇଁ ବିଭାଗ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଥିବା ଜଣାଯାଇଛି ।