ରାଜ୍ୟରେ ଆଉ ତିନିି ଜଣଙ୍କର କରୋନାରେ ମୃତ୍ୟୁ

ରାଜ୍ୟରେ ଆଉ ତିନିି ଜଣଙ୍କର କରୋନାରେ ମୃତ୍ୟୁ

ଓଡିଶା ବଡ ଖବର

#ରାଜ୍ୟରେ_ଆଉ_ତିନିି ଜଣଙ୍କର_କରୋନାରେ_ମୃତ୍ୟୁ      ଭୁବନେଶ୍ୱର  : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ପୁଣି ୩ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ଏହା ଫଳରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୭୭ କୁ ବୃଦ୍ଧି ପାଇଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ବିଭାଗ ଦ୍ୱାରା ଦିଆ ଯାଇଥିବା ସୂଚନା ଅନୁସାରେ ମୃତକ ମାନଙ୍କ ମଧ୍ୟରେ ୨ ଜଣ ଗଂଜାମ ଜିଲ୍ଲାର ହୋଇଥିବା ବେଳେ ଜଣେ ଭୁବନେଶ୍ୱରର ।
ବିଭାଗ ଦ୍ୱାରା ଦିଆ ଯାଇଥିବା ସୂଚନା ଅନୁସାରେ ଗଞ୍ଜାମ ଜିଲ୍ଲାର ୬୫ ବର୍ଷିୟ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ସେ ମଧୁମେହ ରୋଗରେ ପୀଡ଼ିତ ଥିଲେ । ଏହାଛଡ଼ା ଗଂଜାମ ଜିଲ୍ଲାର ଜଣେ ୮୬ ବର୍ଷୀୟ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ସେ କ୍ରୋନିକ ହାଇପର ଟେନସନରେ ପୀଡିତ ଥିଲେ ବୋଲି ସୂଚନା ଦିଆ ଯାଇଛି ।
ସେହିପରି ଭୁବନେଶ୍ୱରର ଜଣେ ୭୨ ବର୍ଷୀୟ କରୋନା ଆକ୍ରାନ୍ତ ବ୍ୟକ୍ତି ପ୍ରାଣ ହରାଇଥିବା ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।

ପ୍ରସ୍ତାବିତ କୋଭିଡ୍ କେୟାର୍ ହୋମ୍ ରେ ୭ ହଜାର ଏଏନଏମ୍ ଙ୍କୁ ମିଳିବ ଅସ୍ଥାୟୀ ନିଯୁକ୍ତି
ଭୁବନେଶ୍ୱର, ୧୫ ଜୁଲାଇ – ରାଜ୍ୟର ପ୍ରତି ପଂଚାୟତ ପାଇଁ ପ୍ରସ୍ତାବିତ କୋଭିଡ୍ କେୟାର୍ ହୋମ୍ ରେ ୭ ହଜାର ଏଏନଏମ୍ ଙ୍କୁ ଅସ୍ଥାୟୀ ନିଯୁକ୍ତି ମିଳିବ । ଯଦି ଆବଶ୍ୟକ ଏଏନ୍ଏମ୍ ନ ମିଳନ୍ତି ତେବେ, ପଞ୍ଜିକୃତ ଷ୍ଟାଫ୍ ନର୍ସ କମ୍ବା ଫାର୍ମାସିଷ୍ଟ୍ ଙ୍କୁ ନିଯୁକ୍ତି ମିଳିବ । ଦୈନିକ ଏଏନଏମଙ୍କୁ ୮୫୦ ଟଙ୍କା , ନର୍ସ ଓ ଫାର୍ମାସିଷ୍ଟଙ୍କୁ ୧ ହଜାର ଟଙ୍କା ମିଳିବ । ଏଏନଏମ୍, ନର୍ସ ଓ ଫାର୍ମାସିଷ୍ଟମାନଙ୍କୁ ୩ ମାସ ପାଇଁ ନିଯୁକ୍ତି ଦିଆଯିବ । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଦେଶରେ କୋଭିଡ୍-୧୯ ସଂକ୍ରମଣର ଦ୍ରୁତ ବୃଦ୍ଧି ପାଉଥିବା ଦୃଷ୍ଟିରୁ ଏବଂ ରାଜ୍ୟରେ ବହୁସଂଖ୍ୟକ ପଜିଟିଭ୍ ମାମଲା ଚିହ୍ନଟ ହେଉଥିବାରୁ ରାଜ୍ୟର ପ୍ରତ୍ୟେକ ପଂଚାୟତରେ କୋଭିଡ୍ କେୟାର୍ ହୋମ୍ସ୍/କୋଭିଡ୍ ଗୃହ ସ୍ଥାପନ କରିବାକୁ ସରକାର ପ୍ରସ୍ତାବ ଦେଇଛନ୍ତି ।
କୋଭିଡ୍ କେୟାର୍ ହୋମ୍ ର ପରିଚାଳନା ନିମନ୍ତେ ରାଜ୍ୟରେ ସ୍ୱାସ୍ଥ୍ୟକର୍ମୀଙ୍କ ସଂଖ୍ୟା ବୃଦ୍ଧି କରିବା ଆବଶ୍ୟକତା ହେତୁ ରାଜ୍ୟର ୬୭୯୮ଟି ଗ୍ରାମ ପଂଚାୟତରେ ପ୍ରସ୍ତାବିତ କୋଭିଡ୍ କେୟାର୍ ହୋମ୍ ପାଇଁ ୭୦୦୦ ତାଲିମପ୍ରାପ୍ତ ସ୍ୱାସ୍ଥ୍ୟକର୍ମୀଙ୍କୁ ଅସ୍ଥାୟୀ ନିଯୁକ୍ତି ମିଳିବ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କହିଛି । ଏହି କୋଭିଡ୍ କେୟାର୍ ହୋମ୍ ଗୁଡ଼ିକରେ ସର୍ବନିମ୍ନସ୍ତରୀୟ ସ୍ୱାସ୍ଥ୍ୟଗତ କାର୍ଯ୍ୟକଳାପର ପରିଚାଳନା କରିବେ ତାଲିମପ୍ରାପ୍ତ ବେକାରୀ ଏବଂ ପଞ୍ଜିକୃତ ଏଏନ୍ଏମ୍ ।