ରାଜ୍ୟରେ ଆଉ ୬୧୮ କରୋନା ଆକ୍ରାନ୍ତ ଚିହ୍ନଟ, ମୋଟ ମାମଲା ୧୪୮୯୮ କୁ ବୃଦ୍ଧି

ରାଜ୍ୟରେ ଆଉ ୬୧୮ କରୋନା ଆକ୍ରାନ୍ତ ଚିହ୍ନଟ, ମୋଟ ମାମଲା ୧୪୮୯୮ କୁ ବୃଦ୍ଧି

ଓଡିଶା ବଡ ଖବର

#ଆଉ_୬୧୮_କରୋନା_ଆକ୍ରାନ୍ତ_ଚିହ୍ନଟ        ଭୁବନେଶ୍ୱର   :  ରାଜ୍ୟରେ ଆଜି ଆଉ ୬୧୮ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ୧୪୮୯୮ କୁ ବୃଦ୍ଧି ପାଇଛି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି । ଆଜି ଚିହ୍ନଟ ହୋଇଥିବା ୬୧୮ ଜଣଙ୍କ ମଧ୍ୟରୁ ୪୧୧ ଜଣ ସଂଗରୋଧ କେନ୍ଦ୍ରରୁ ହୋଇଥିବା ବେଳେ ୨୦୭ ଜଣ ସ୍ଥାନୀୟ ଲୋକ ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି । କରୋନା ପଜିଟିଭ ମାମଲା ସାମନାକୁ ଆସିବା ପରେ ଏହି ବାବଦରେ କଂଟାକ୍ଟ ଟ୍ରେସିଂ ଓ ଅନ୍ୟ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରା ଯାଉଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରକାଶ କରା ଯାଇଛି । ଆଜି ଚିହ୍ନଟ ହୋଇଥିବା କୋରୋନା ଆକ୍ରାନ୍ତ ମାନେ ମୋଟ ୨୨ ଟି ଜିଲ୍ଲାର ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଗଂଜାମ ଜିଲ୍ଲାରେ ଜିଲ୍ଲାରେ ସବୁଠାରୁ ଅଧିକ ୨୮୬ ଟି ନୂଆ ମାମଲା ସାମନାକୁ ଆସିଛି । ଅନୁଗୁଳ ଜିଲ୍ଲାରେ ୧୪, ବାଲେଶ୍ୱର ଜିଲ୍ଲାରେ ୬୧ ଜଣ, ଭଦ୍ରକ ଜିଲ୍ଲାରେ ଜଣେ , ବଲାଙ୍ଗୀର ଜିଲ୍ଲାରେ ୨, ବୌଦ୍ଧ ଜିଲ୍ଲାରେ ୨ ଜଣ, କଟକ ଜିଲ୍ଲାରେ ୧୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ସେହିପରି ଢେଙ୍କାନାଳ ଜିଲ୍ଲାରେ ୨ ଜଣ, ଜଗତସିଂହପୁର ଜିଲ୍ଲାରେ ୨୬ ଜଣ, ଯାଜପୁର ଜିଲ୍ଲାରେ ୫ ଜଣ ,ଝାରସୁଗୁଡା ଜିଲ୍ଲାରେ ଜଣେ , କେନ୍ଦ୍ରାପଡା ଜିଲ୍ଲାରେ ୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
କେନ୍ଦୁଝର ଜିଲ୍ଲାରେ ୫ ଜଣ , ଖୋର୍ଧା ଜିଲ୍ଲାରେ ୧୦୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି କୋରାପୁଟ ଜିଲ୍ଲାରେ ଜଣେ, ମାଲକାନଗିରି ଜିଲ୍ଲାରେ ୧୨, ମୟୁରଭଂଜ ଜିଲ୍ଲାରେ ୨୧ ଜଣ, ନୟାଗଡ ଜିଲ୍ଲାରେ ୧୫, ପୁରୀ ଜିଲ୍ଲାରେ ୫ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାୟଗଡା ଜିଲ୍ଲାରେ ଜଣେ , ସମ୍ବଲପୁର ଜିଲ୍ଲାରେ ୧୦ ଜଣ ତଥା ସୁନ୍ଦରଗଡ ଜିଲ୍ଲାରେ ୧୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
୧୫ ଜୁଲାଇ ୨୦୨୦ରେ ଓଡ଼ିଶାରେ ରେକର୍ଡ ସଂଖ୍ୟକ ୬୧୨ ଜଣ କୋଭିଡ୍ ରୋଗୀ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ୧୦ ହଜାର କୋଭିଡ୍ ରୋଗୀ ସୁସ୍ଥ ହେବାର ମାଇଲ୍ ଖୁଂଟ ସ୍ଥାପନ ହୋଇଛି । ଗତକାଲି ମଧ୍ୟରାତ୍ରି ସୁଦ୍ଧା ଓଡ଼ିଶାରେ ୩,୫୩,୮୨୪ ଟି ନମୁନା କୋଭିଡ୍ -୧୯ ପରୀକ୍ଷା କରାଯାଇଥିବା ବେଳେ ବର୍ତମାନ ସୁଦ୍ଧା ସମୁଦାୟ ୧୪,୮୯୮ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୧୦,୪୭୬ ଜଣ ରୋଗୀ ସଂପୂର୍ଣ୍ଣ ସୁସ୍ଥ ହୋଇଛନ୍ତି । ସେହିପରି ଏଯାବତ୍ ୭୭ ଜଣ କୋଭିଡ୍-୧୯ ରୋଗୀଙ୍କର ମୃତ୍ୟୁ ହୋଇଛି ଏବଂ ସକ୍ରିୟ ଥିବା ସଂକ୍ରମିତଙ୍କ ସଂଖ୍ୟା ୪,୩୨୧ ରହିଛି । ୪,୯୩୩ ଜଣ ହସ୍ପିଟାଲ୍ ଆଇସୋଲେସନ୍ ରେ ରହିଛନ୍ତି ।