ବିଶିଷ୍ଟ ସାହିତ୍ୟିକ ରତ୍ନାକର ଚଇନି ଙ୍କ ପରଲୋକ

ବିଶିଷ୍ଟ ସାହିତ୍ୟିକ ରତ୍ନାକର ଚଇନି ଙ୍କ ପରଲୋକ

ଓଡିଶା

#ବିଶିଷ୍ଟ_ସାହିତ୍ୟିକ_ରତ୍ନାକର_ଚଇନିଙ୍କ_ପରଲୋକ      ଭୁବନେଶ୍ୱର  : ବିଶିଷ୍ଟ ସାହିତ୍ୟିକ, ନାଟ୍ୟକାର ତଥା ସାରସ୍ୱତ ସାଧକ ଡଃ ରତ୍ନାକର ଚଇନି ଙ୍କ ପରଲୋକ ହୋଇଯାଇଛି । କଟକ ବାଦାମବାଡ଼ି ସ୍ଥିତ ବାସଭବନରେ ଆଜି ଅପରାହ୍ନରେ ତାଙ୍କର ପରଲୋକ ଘଟିଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା ।
ସେ ଜଣେ ଖ୍ୟାତି ସଂପନ୍ନ ନାଟ୍ୟକାର , ଦକ୍ଷ ସାହିତ୍ୟ ସଂଗଠକ ସହ ଉକ୍ରଳ ସାହିତ୍ୟ ସମାଜର ପୂର୍ବତନ ସଭାପତି ରହିଥିଲେ । ତାଙ୍କର ସାହିତ୍ୟ କୃତି ପାଇଁ ୨୦୧୬ ମସିହାରେ ତାଙ୍କୁ ସମ୍ମାନଜନକ “ସାହିତ୍ୟ ଭାରତୀ ସମ୍ମାନ’ରେ ସମ୍ମାନିତ କରାଯାଇଥିଲା । ପୂର୍ବରୁ ସେ ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାରରେ ମଧ୍ୟ ସମ୍ମାନିତ ହୋଇଥିଲେ । ସ୍ୱର୍ଗତ ଚଇନି ୧୯୪୫ ମସିହାରେ କଟକ ସହରରେ ଜନ୍ମ ଗ୍ରହଣ କରିଥିଲେ ।
ତାଙ୍କର ଅମୂଲ୍ୟ ସାହିତ୍ୟ କୃତୀ ମଧ୍ୟରେ ରହିଛି ଆଜିର ଗଳ୍ପ , ସୂର୍ଯ୍ୟାସ୍ତର ଉପବନ, ଆଶା ବୃନ୍ଦାବନ ଇତ୍ୟାଦି ।