ଗଞ୍ଜାମ, କଟକ, ଖୋର୍ଦ୍ଧା, ଯାଜପୁର ସମେତ ରାଉରକେଲା ମହାନଗର ନଗମରେ ୧୪ ଦିନିଆ ଲକ୍ଡାଉନ୍

ଗଞ୍ଜାମ, କଟକ, ଖୋର୍ଦ୍ଧା, ଯାଜପୁର ସମେତ ରାଉରକେଲା ମହାନଗର ନଗମରେ ୧୪ ଦିନିଆ ଲକ୍ଡାଉନ୍

ଓଡିଶା ବଡ ଖବର

#୪_ଜିଲ୍ଲାରେ_ଜୁଲାଇ_୩୧_ଯାଏଁ_ଲକ୍_ଡାଉନ୍      ଭୁୁବନେଶ୍ୱର   : ଗଞ୍ଜାମ, କଟକ, ଖୋର୍ଦ୍ଧା, ଯାଜପୁର ସମେତ ରାଉରକେଲା ମହାନଗର ନଗମ ଅଂଚଳରେ ୧୪ ଦିନିଆ ଲକ୍ ଡାଉନ୍ ଘୋଷଣା କରାଯାଇଛି । ଆସନ୍ତାକାଲି (ଶୁକ୍ରବାର) ରାତି ୯ଟାରୁ ୩୧ ତାରିଖ ମଧ୍ୟରାତ୍ରୀ ପର୍ଯ୍ୟନ୍ତ ଏହି ୪ ଜିଲ୍ଲା ଓ ଗୋଟିଏ ମହାନଗର ନିଗମରେ ଲକ୍ଡାଉନ୍ ବଳବତର ରହିବ ବୋଲି ଘୋଷଣା କରିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । ତେବେ ସାମଗ୍ରୀ ପରିବହନ ଓ ଆର୍ôଥକ ଗତିବିଧି ସମେତ ଅତ୍ୟାବଶ୍ୟକ ସେବାକୁ ଏହି କଟକଣାରୁ ବାଦ୍ ଦିଆଯାଇଛି । ସେହିପରି ଶନିବାର ଓ ରବିବାର ହେଉଥିବ ସଟ୍ ଡାଉନ୍ ଏହି ଜିଲ୍ଲା ଗୁଡିକରେ ଲାଗୁ ହେବ ନାହିଁ ।

ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ ଏହି ସବୁ ଜିଲ୍ଲା ଓ ମହାନଗର ନିଗମରେ ସଂକ୍ରମଣ ବଢୁଥିବାରୁ ରାଜ୍ୟ ସରକାର ଏହି ନିଷ୍ପତି ନେଇଛନ୍ତି । ସକାଳ ୬ଟାରୁ ଦିନ ୧ଟା ପର୍ଯ୍ୟନ୍ତ ପରିବା, ଗ୍ରୋସରୀ, କ୍ଷୀର , ଅଣ୍ଡା , ମାଛ ଓ ମାଂସ ସମେତ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିବ । ଔଷଧ ଦୋକାନ ୨୪ ଘଂଟା ଖୋଲା ରହିବ । ତେଣୁ ଲକ୍ ଡାଉନ୍ ଭାବି ଦୋକାନରେ ଅଯଥା ଭିଡ ନକରିବାକୁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି । ସାମଗ୍ରୀ ପରିବହନ ଉପରେ କୌଣସି କଟକଣା ରହିବ ନାହିଁ । ସମସ୍ତେ ଏହି ଲକଡାଉନ୍ ନିୟମକୁ ପାଳନ କରିବେ । ଯଦି କେହି ଏହାକୁ ଉଲ୍ଳଘଂନ କରନ୍ତି ସେମାନଙ୍କ ବିରୁଦ୍ଧରେ ମହାମାରୀ ଆଇନ ଅନୁସାରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ସତର୍କ କରାଇ ଦେଇଛନ୍ତି ।

ଏହି ଲକଡାଉନବେଳେ ସଂକ୍ରମିତ ସଂଖ୍ୟାକୁ ହ୍ରାସ କରିବା ଦିଗରେ ପଦକ୍ଷେପ ନିଆଯିବ । ସଂକ୍ରମିତଙ୍କ ଚିହ୍ନଟ, ପରୀକ୍ଷା ଓ ଆଇସୋଲେସନ ନିମନ୍ତେ ପଦକ୍ଷେପ ନିଆଯିବ । ଏହି ୪ଟି ଜିଲ୍ଲା ମଧ୍ୟକୁ ପ୍ରବେଶ ଉପରେ କଟକଣା ରହିବ । ଏହି ୧୪ଦିନ ଭୁବନେଶ୍ୱର ଓ କଟକ ସହର ମଧ୍ୟକୁ ବିନା କାରଣରେ ଅନ୍ୟ ଜିଲ୍ଲାର ଲୋକମାନେ ପ୍ରବେଶ କରିବେ ନାହିଁ । ସେଥିପାଇଁ ଆସନ୍ତାକାଲି ଏକ ବୈଠକ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ବସିବ ।
ଏହି ଅବଧି ମଧ୍ୟରେ ରାଉରକେଲା ଓ ଅନ୍ୟ ୪ଟି ଜିଲ୍ଲାରେ ସମସ୍ତ ସରକାରୀ ଅଫିସ ବନ୍ଦ ରହିବ । ଜିଲ୍ଲାପାଳମାନେ ଚାହିଁଲେ ନିଜସ୍ୱ କଟକଣା ମଧ୍ୟ ଜାରି କରିପାରିବେ । ଏହି ଅବଧି ମଧ୍ୟରେ ଲୋକଙ୍କ ଯାତାୟତ ଉପରେ କଟକଣା ରହିବା ସହ ସରକାରୀ, ଘରୋଇ ଅଫିସଗୁଡ଼ିକ ଓ ବ୍ୟବସାୟିକ ପ୍ରତିଷ୍ଠାନ ମଧ୍ୟ ବନ୍ଦ ରହିବ । ତେବେ ଜରୁରୀକାଳୀନ ସେବା ଯୋଗାଉଥିବା ସରକାରୀ ଅଫିସ୍ , ମେଡିସିନ୍ ଷ୍ଟୋର, ଆମ୍ବୁଲାନ୍ସ, ସ୍ୱାସ୍ଥ୍ୟ କର୍ମଚାରୀ, ବିଦ୍ୟୁତ ଓ ଜଳ ଯୋଗାଣ ଭଳି ଜରୁରୀ ସେବା,ଇ-କମର୍ସ, ଏଲପିଜି ଓ ପେଟ୍ରୋଲ ପମ୍ପକୁ ଏହି ଲକଡାଉନରୁ ବାଦ୍ ଦିଆଯାଇଛି ।ଆଇଟି,ଅର୍ଥନୀତିକ ଗତିବିଧି ଓ ଶିଳ୍ପାଂଚଳରେ ଆବଶ୍ୟକ ଗତିବିଧି ରହିବ ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି ।