ସ୍କୁଲ , କଲେଜ ଖୋଲିଲେ ଯେକୌଣସି ସମୟରେ ପରୀକ୍ଷା : ଉଚ୍ଚଶିକ୍ଷା ମନ୍ତ୍ରୀ

ସ୍କୁଲ , କଲେଜ ଖୋଲିଲେ ଯେକୌଣସି ସମୟରେ ପରୀକ୍ଷା : ଉଚ୍ଚଶିକ୍ଷା ମନ୍ତ୍ରୀ

ଓଡିଶା ବଡ ଖବର

#ଯେକୌଣସି_ସମୟରେ_ପରୀକ୍ଷା             ଭୁବନେଶ୍ୱର     :  ଜୁନ ୧୭ରେ ସ୍କୁଲ , କଲେଜ ଖୋଲିବା ପରେ ବାକି ରହିଯାଇଥିବା ପରୀକ୍ଷା ଗୁଡିକ ଅନୁଷ୍ଠିତ ହେବ । ଯେକୌଣସି ସମୟରେ ପରୀକ୍ଷା କରାଯିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଡ.ଅରୁଣ ସାହୁ ପ୍ରକାଶ କରିଛନ୍ତି । ଉଚ୍ଚଶିକ୍ଷା ବିଭାଗର ସମୀକ୍ଷା ପରେ ମନ୍ତ୍ରୀ ଏନେଇ ସୂଚନା ଦେଇଛନ୍ତି । ତେଣୁ ଛୁଟି ସମୟରେ ପଢାପଢି ଧ୍ୟାନ ଦେବାକୁ ସେ ପରାମର୍ଶ ଦେଇଛନ୍ତି ।
ପିଜି ଏକକ ପ୍ରବେଶିକା ପରୀକ୍ଷା କୂଳପତି ମାନଙ୍କ ସହ ଆଲୋଚନା ପରେ ଏହି ନିଷ୍ପତି ନିଆଯାଇଛି ।ଶିକ୍ଷା ବ୍ୟବସ୍ଥାର ସାଂପ୍ରତିକ ସ୍ଥିତିକୁ ନେଇ ୟୁଜିସି ୭ ଜଣିଆ କମିଟି କରିଛି । ୟୁଜିସି ରିପୋର୍ଟ ଆଧାରରେ ରାଜ୍ୟ ସରକାର ନିଷ୍ପତି ନେବେ ବୋଲି ମନ୍ତ୍ରୀ କହିଛନ୍ତି ।
ଏଥି ସହିତ ହିଁ ଆସନ୍ତା ୨୦ ତାରିଖରୁ ଉଚ୍ଚ ଶିକ୍ଷା ବିଭାଗର ଗ୍ରୁପ ଏ ଅଫିସରମାନେ ଆସିବା ବାଧ୍ୟତାମୂଳକ ବୋଲି କହିବା ସହ ଗ୍ରୁପ ସି ଏବଂ ଡି କର୍ମ·ରୀମାନେ ଅଳ୍ପ ସଂଖ୍ୟାରେ ଆସିବେ ବୋଲି ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ସୂଚନା ଦେଇଛନ୍ତି ।