#ବିଧାୟକଙ୍କ_ଦ୍ୱାରା_ପିପିଲି_ବ୍ଲକରେ_ସମୀକ୍ଷା_ବୈଠକ

ବିଧାୟକଙ୍କ ଦ୍ୱାରା ପିପିଲି ବ୍ଲକରେ ସମୀକ୍ଷା ବୈଠକ

ଓଡିଶା ଜିଲ୍ଲା ପୁରୀ

#ବିଧାୟକଙ୍କ_ଦ୍ୱାରା_ପିପିଲି_ବ୍ଲକରେ_ସମୀକ୍ଷା_ବୈଠକ          ପିପିଲି    ; ( ବିଜୟ କୁମାର ମହାପାତ୍ର ) ପିପିଲି ପଞ୍ଚାୟତ ସମିତି ସଭାଗୃହ ପରିସରରେ ବିଧାୟକ ପ୍ରଦୀପ ମହାରଥି ଙ୍କ ଅଧ୍ୟକ୍ଷତାରେ ବ୍ଲକର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ଲକ ଅଧ୍ୟକ୍ଷା କଳ୍ପନା ସାମନ୍ତରାୟ ,ଉପାଧକ୍ଷ ଯୁଧିଷ୍ଠିର ସ୍ୱାଇଁ,ବିଡିଓ ଗୈାରବମୟ ପ୍ରଧାନ ପ୍ରମୁଖଙ୍କ ଉପସ୍ଥିତ ରହିଥିଲେ । ବିଧାୟକ ଶ୍ରୀ ମହାରଥୀଙ୍କ ସହିତ ବ୍ଲକର ବିଭାଗିୟ ଅଧିକାରୀମାନେ ମୁହଁରେ ମାକ୍ସ ପିନ୍ଧି,ସାମାଜିକ ଦୁରତା ବଜାୟ ରଖି ଏହି ସମିକ୍ଷା ବୈଠକରେ ଯୋଗ ଦେଇଥିବା ଦେଖିବାକୁ ମିଳିଛି । ବିଶେଷତଃ ଆଗକୁ ବର୍ଷାଦିନ ଆସୁଥିବାରୁ ବିଶ୍ୱ ମହାମାରୀ କରୋନା ସଂକ୍ରମିତକୁ ମୁକାବିଲା କରିବା ପାଇଁ ସମସ୍ତଙ୍କୁ ସଜାଗ ରହିବାକୁ ପଡିବ ବୋଲି ବିଧାୟକ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ । ସେଥିପାଇଁ ସରକାରଙ୍କ  ନିୟମକୁୁ ମାନି ଚଳିବା ଦରକାର ବୋଲି ସେ ଜଣାଇଛନ୍ତି । ବ୍ଲକରେ ପଡିରହିଥିବା ବିଭିନ୍ନ ବିଭାଗର ଉନ୍ନୟନ ମୁଳକ କାର୍ଯ୍ୟକୁ ତଦାରଖ କରିଥିଲେ । ଜନସାଧାରଣ ମାନଙ୍କୁ କୋଭିଡ-୧୯ ସମୟରେ ଯଥା ସମ୍ଭବ ସେମାନଙ୍କ କାର୍ଯ୍ୟ ଗୁଡିକ ସମାଧାନ କରିବା ଦିଗରେ ଗୁରତ୍ୱ ଦିଆଯାଉ । ସେହିପରି ପିପିଲି ବ୍ଲକ,ପଞ୍ଚାୟତ ଅଧିନରେ ଥିବା ଉନ୍ନୟନ ମୁଳକ କାର୍ଯ୍ୟ ଗୁଡିକ ଯଥାଶୀଘ୍ର ସମ୍ପାଦନ କରିବା ପାଇଁ ବିଧାୟକ ଶ୍ରୀ ମହାରଥି ବିଡିଓ ଙ୍କୁ ନିଦ୍ଦେର୍ଶ ଦେଇଛନ୍ତି ।