ବର୍ବରତା : କୁମ୍ଭୀରକୁ ଗଛରେ ଟାଙ୍ଗୀ କାଟି ଖାଇଗଲେ

ବର୍ବରତା : କୁମ୍ଭୀରକୁ ଗଛରେ ଟାଙ୍ଗୀ କାଟି ଖାଇଗଲେ

ଓଡିଶା ଜିଲ୍ଲା ବଡ ଖବର ମାଲକାନଗିରି

#କୁମ୍ଭୀରକୁ_ଗଛରେ_ଟାଙ୍ଗୀ_କାଟି_ଖାଇଗଲେ               ମାଲକାନଗିରି   :  ବର୍ବରତାର ସୀମା ଟପିଗଲା। ଜୀଅନ୍ତା କୁମ୍ଭୀରକୁ କାଟି ଖାଇଗଲେ ମଣିଷ । ଘଟଣା ଘଟିଛି ମାଲକାନଗିରି ଜିଲ୍ଲାର ଏକ ଗାଁ ରେ , ଯେଉଁଠି କୁମ୍ଭୀରକୁ ମାରି ଲୋକେ ଖାଇଯାଇଛନ୍ତି । ନଦୀରୁ ଆଣିବା ପରେ ପୁରା ଗାଁ ୧୦ ଫୁଟର କୁମ୍ଭୀର କାଟି ଭାଗ ଭାଗ କରି ବାଂଟି ନେଇଛନ୍ତି ବୋଲି ସୂଚନା ମିଳିଛି । ଖାଲି ସେତିକି ନୁହେଁ ଉକ୍ତ କାର୍ଯ୍ୟରେ ଲିପ୍ତ ଥିବା ଲୋକେ ସେହି ସମୟର ଫଟୋ ସୋସିଆଲ ମିଡିଆରେ ଭାଇରାଲ କରିଛନ୍ତି । ମାଲକାନଗିରି ଜିଲ୍ଲା ପଡିଆ ବ୍ଳକ ର କାଲଦାପଲ୍ଲୀ ଅଂଚଳରେ ଘଟିଛି ଏହି ଘଟଣା !ସେପଟେ ଏନେଇ ଚୁପ ବସିଛି ବନ ବିଭାଗ । ସୂଚନା ଅନୁଯାୟୀ, ଶାବେରୀ ନଦୀରୁ ଗଲା ମଙ୍ଗଳବାର ସ୍ଥାନୀୟ ଲୋକେ ଏକ କୁମ୍ଭୀର ଉଦ୍ଧାର କରି ଆଣିଥିଲେ । କୁମ୍ଭୀରର ଉଚତା୧୦ ଫୁଟ ହେବ । ଉଦ୍ଧାର କରି ଆଣିବା ପରେ କୁମ୍ଭୀର ଟିକୁ ଏକ ତେନ୍ତୁଳି ଗଛରେ ବାନ୍ଧି ଦେଇଥିଲେ !ଏହା ପରେ କୁମ୍ଭୀରଟିକୁ ଦେଖିବା ପାଇଁ ବହୁତ ଲୋକଙ୍କର ଭିଡ଼ ଜମିଥିଲା । ଧରିଆଣିଥିବା କୁମ୍ଭୀରଟିର ପ୍ରଥମେ ନଖ କାଟିବା ପରେ ତାକୁ ହାଣି ଦେଇଥିଲେ । ଏହାପରେ କୁମ୍ଭୀରଟିକୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭାଗ ଭାଗ କରି ବାଣ୍ଟି ଦିଆଯାଇଥୁଲା । ଏଥିସହ ସ୍ଥାନୀୟ ଲୋକ ଏହି ସବୁ ଘଟଣାକୁ କ୍ୟାମେରାରେ କଏଦ କରି ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ମଧ୍ୟ କରିଛନ୍ତି । ଏଭଳି ଏକ ଲୋମହର୍ଷଣକାରୀ ଘଟଣା ଘଟିଯିବାର ୨୪ ଘଂଟା ରୁ ଉର୍ଦ୍ଧ୍ୱ ସମୟ ବିତିଯାଇଥିଲେ ମଧ୍ୟ ବନବିଭାଗର ହାତ ଖାଲି ରହିଛି । ଅନ୍ୟପଟେ ଏ ସମ୍ପର୍କରେ କାଲିମେଳା ରେଞ୍ଜର ରାମଚନ୍ଦ୍ର ମାଡକାମୀ କୁ ପଚାରିବାରୁ ସେ ଘଟଣା ସମ୍ପର୍କରେ ଖବର ପାଇ ନାହାନ୍ତି ଏବଂ ସ୍ଥାନୀୟ ଲୋକ ଏନେଇ କେ?ଣସି ତଥ୍ୟ ଦେଉନାହାନ୍ତି ବୋଲି କହିଛନ୍ତି !