ଡାକ୍ତରଙ୍କୁ ଦେଖାଇବା ପାଇଁ ରୋଗୀଙ୍କ ପ୍ରବଳ ଭିଡ

ଡାକ୍ତରଙ୍କୁ ଦେଖାଇବା ପାଇଁ ରୋଗୀଙ୍କ ପ୍ରବଳ ଭିଡ

ଓଡିଶା କେନ୍ଦ୍ରାପଡା ଜିଲ୍ଲା

#ଡାକ୍ତରଙ୍କୁ_ଦେଖାଇବା_ପାଇଁ_ରୋଗୀମାନଙ୍କ_ପ୍ରବଳ_ଭିଡ         କେନ୍ଦ୍ରାପଡା  : କେନ୍ଦ୍ରାପଡା ସହରସ୍ଥ ମେଡିକାଲ ରୋଡରେ ଥିବା ଏକ ବେସରକାରୀ ହସପିଟାଲରେ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପାଇଁ ଭିଡ ଲାଗି ରହିବା ସହ ରୋଗୀ ମାନେ ସାମାଜିକ ଦୂରତା କୁ ଭୁଲି ଯାଇଥିବା ଲକ୍ଷ୍ୟ କରାଯାଇଛି । ପ୍ରକାଶ ଯୋଗ୍ୟ ଯେ କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟରେ ଅଧିକାଂଶ ସମୟରେ ଡାକ୍ତରମାନେ ରହୁ ନଥିବାରୁ ରୋଗୀମାନେ ସାଧାରଣତଃ ନର୍ସିହୋମ ଓ ବେସରକାରୀ ହସପିଟାଲ ମୁହାଁ ହେଉଥିବାର ଲକ୍ଷ୍ୟ କରାଯାଇଛି । ତେବେ ଗୁରୁବାର ଦିନ ମେଡିକାଲ ରୋଡରେ ଥିବା ସାଇ ହସପିଟାଲରେ ସ୍ତ୍ରୀ ଓ ପ୍ରସୂତି ବିଭାଗର ରୋଗୀମାନେ ଡାକ୍ତରଙ୍କୁ ଭେଟି ସ୍ୱାସ୍ଥ୍ୟ ପରୀକ୍ଷା କରିବା ପାଇଁ ଗହଳି ଲଗାଇଥିଲେ । ରୋଗୀ ଓ ତାଙ୍କ ସଂପର୍କୀୟ ମାନେ ସାମାଜିକ ଦୂରତାକୁ ଭୁଲି ପରଷ୍ପର ଧସ୍ତାଧସ୍ତି ହୋଇ ଭିତରକୁ ପଶି ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ତେବେ ଘରୋଇ ହସପିଟାଲ ପକ୍ଷରୁ ଏହାକୁ ପାଳନ କରିବା ପାଇଁ କୈାଣସି ପଦକ୍ଷେପ ଗ୍ରହଣ କରୁନଥିବା କିମ୍ବା ଲୋକମାନଙ୍କୁ ସଚେତନ କରୁ ନଥିବା ଦେଖା ଯାଇଥିଲା ।