ବଗଡା କୃଷି ସମବାୟ ସମିତିର ମୁଗ, ବିରି ମଣ୍ଡି ଖୋଲିଲା

ବଗଡା କୃଷି ସମବାୟ ସମିତିର ମୁଗ, ବିରି ମଣ୍ଡି ଖୋଲିଲା

ଓଡିଶା କେନ୍ଦୁଝର ଜିଲ୍ଲା

#ବଗଡା_କୃଷି_ସମବାୟ_ସମିତିର_ମୁଗ,_ବିରି_ମଣ୍ଡି_ଖୋଲିଲା             କେନ୍ଦ୍ରାପଡା  : କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବଗଡା ପଂଚାୟତର ପ୍ରାଥମିକ କୃଷି ସମବାୟ ସମିତି ପକ୍ଷରୁ ରବି ପିଏସ ଏସ ୨୦୨୦ ମସିହାର ମୁଗ, ବିରି ମଣ୍ଡି ଉଦ୍ଘାଟିତ ହୋଇଯାଇଛି । ଶୁକ୍ରବାର ପୂର୍ବାହ୍ନରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଅଶୋକ କୁମାର ମହା ସୁଆର ଏହାକୁ ଉଦ୍ଘାଟିତ କରିଥିଲେ । ଏଆରସିଏସ ଅଶୋକ କୁମାର ବେହେରା ସମବାୟ ସମିତିର ପ୍ରଶାସନିକ ଅଧିକାରୀ ସଚ୍ଚିତାନନ୍ଦ ଜେନା, ଜିଲ୍ଲା କୃଷି ଅଧିକାରୀ ଶରତ ପ୍ରଶାଦ ମିଶ୍ର, ବ୍ଲକ କୃଷି ଅଧିକାରୀ ବିନୋଦିନୀ ଦେଇ, ଜିଲ୍ଲା କ୍ରୟ କମିଟି ଅଧିକାରୀ ହରମୋହନ ମହାରଣା, ଆରଏମସି ର ଜଗନ୍ନାଥ ନାୟକ, ଭୀଏଡବ୍ଲୁ ମୋନାଲିସା ସାହୁ, ପୂର୍ବତନ ସଭାପତି ଉମାକାନ୍ତ ପତୀ, ପୂର୍ବତନ ନିର୍ଦ୍ଦେଶକ ସୁଧିର ସ୍ୱାଇଁ ପ୍ରମୁଖଙ୍କ ସମେତ ସଂପାଦକ
କାଳନ୍ଦୀ ଚରଣ ବିଶ୍ୱାଳ ସହ ସଂପାଦକ ଦୟାନିଧି ଜେନା ପ୍ରମୁଖ ଉପସ୍ଥିତ ଥିଲେ । ମଣ୍ଡି ଉଦ୍ଘାଟିତ ହେବା ଦ୍ୱାରା ସମିତିର ମୁଗ, ବିରି ଚାଷୀମାନେ ଉପକୃତ ହେବେ ବୋଲି ଉପସ୍ଥିତ ଅତିଥିମାନେ ମତ ପ୍ରକାଶ କରିଛନ୍ତି ।