#ଟ୍ରକ୍_ଧକ୍କାରେ_୨_ମୃତ_୨_ଗୁରୁତର ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲାର ରେଢ଼ାଖୋଲ ଓ ଯୁଯୁମୁରା ନିକଟରେ ଆଜି ଟ୍ରକ ଚାପାରେ ୨ ଜଣ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକମାନେ ହେଲେ ମନୋଜ ନାୟକ (୨୫) ଓ କଳ୍ପତରୁ ବେହେରା (୨୬)।
ସୂଚନା ଅନୁସାରେ ମାନେଶ୍ୱର ଅଞ୍ଚଳର ମିର୍ଗାମୁଣ୍ଡା ଗାଁର ମନୋଜ ନାଏକ ଆଜି ନିଜର ଅନ୍ୟ ୨ ସାଙ୍ଗ ସୁଧୀର ମିର୍ଦ୍ଧା ଓ ରାହୁଲ ଓରାମଙ୍କ ସହିତ ପିଉଷୀଙ୍କ ଗାଁରେ ଚାଲିଥିବା ବାଦିପାଲା ଦେଖିବାକୁ ଏକ ସ୍କୁଟର (ଓଡି ୧୫ଏମ୍-୭୨୦୨)ରେ ଯାଉଥିଲୋ। ଏହି ସମୟରେ ଏକ ଟ୍ରକ (ଡବ୍ଲୁବି ୩୩ଇ-୦୯୦୨) ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ସମସ୍ତଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ମନୋଜଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ମନୋଜଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ପୁଲିସ ଟ୍ରକକୁ ଜବତ କରି ମାମଲା ରୁଜୁ କରିଥିବା ବେଳେ ଚଳାକ ଓ ହେଲପର ଫେରାର ଅଛନ୍ତି।