ଜିଲ୍ଲାରେ ତେଇଶିପୁର ସମବାୟ ସମିତିରେ ମୁଗ ମଣ୍ଡି ଉଦଘାଟିତ

ଜିଲ୍ଲାରେ ତେଇଶିପୁର ସମବାୟ ସମିତିରେ ମୁଗ ମଣ୍ଡି ଉଦଘାଟିତ

ଓଡିଶା ଜିଲ୍ଲା ପୁରୀ
 #ତେଇଶିପୁର_ସମବାୟ_ସମିତିରେ_ମୁଗ_ମଣ୍ଡି_ଉଦଘାଟିତ        ପିପିଲି : ( ବିଜୟ କୁମାର ମହାପାତ୍ର ) ପୁରୀ ଜିଲ୍ଲାରେ ପ୍ରଥମ କରି ପିପିଲି ବ୍ଳକ ଅନ୍ତର୍ଗତ ତେଇଶିପୁର ସମବାୟ ସମିତି ପରିସରରେ ସରକାରୀ ମୁଗ ମଣ୍ଡି ଶୁକ୍ରବାର ଉଦଘାଟିତ ହୋଇଯାଇଛି । ରାଜ୍ୟରେ କରୋନା ଯୋଗୁ ଲକ ଡାଉନ ଜାରି ରହିଛି । ସାମାଜିକ ଦୂରତା ରକ୍ଷା କରି ମଣ୍ଡି ଉଦଘାଟିତ ହୋଇଛି ।  ଲକ ଡାଉନ ଯୋଗୁ ମଣ୍ଡି ଖୋଲିବକି ନାହିଁ  ସନ୍ଦେହ ଘେରରେ ରହିଥିଲେ ଚାଷୀ । ସ୍ଥାନୀୟ ବିଧାୟକ ତଥା ପୁର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ପ୍ରଚେଷ୍ଟା ଫଳରେ ମଣ୍ଡି ଖୋଲିଥିବା ଆତ୍ମା ଅଧ୍ୟକ୍ଷ ସୁଚନା ଦେଇଛନ୍ତି । ସହକାରୀ ସମବାୟ ନିବଦ୍ଧକ ପ୍ରକାଶ ଚନ୍ଦ୍ର ସେଠୀ, ପିପିଲି ବ୍ଳକର ଆତ୍ମାର ଅଧ୍ୟକ୍ଷ ଧରଣୀଧର ସାହୁ, ବ୍ଳକ ସମବାୟ ସମ୍ପସାରଣ ଅଧିକାରୀ ସୁରେନ୍ଦ୍ର କୁମାର ଦାସ, ମାର୍କଫେଡର ଅଧିକାରୀ ଦୁର୍ଗା ଚରଣ ଛୋଟରାୟ, ସାକ୍ଷୀଗୋପାଳ ନିୟନ୍ତ୍ରିତ ବଜାର କମିଟିର ହିସାବ ନୀରିକ୍ଷକ ଜଗତ ଜ୍ୟୋତି ସାହୁ  ଓ ତେଇଶିପୁର ସମବାୟ ସମିତିର ସମ୍ପାଦକ ପ୍ରଫୁଲ ଚନ୍ଦ୍ର ପଣ୍ଡା ପ୍ରମୁଖଙ୍କ ଉପସ୍ଥିତରେ  ମଣ୍ଡିର ଶୁଭାରମ୍ଭ କରିଥିଲେ ।
ସାକ୍ଷୀଗୋପାଳ ନିୟନ୍ତ୍ରିତ  ବଜାର କମିଟିର ୟାର୍ଡମ୍ୟାନ ସୁରେନ୍ଦ୍ର ଚନ୍ଦ୍ର ଦତ୍ତ, ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ଫଗୁନାଥ ବେହେରା ଓ ସମବାୟ ସମିତିର ସଦସ୍ୟ ମାନେ ଉପସ୍ଥିତ ରହିଥିଲେ । ମୁଗ କୁଇଣ୍ଟାଲ ପ୍ରତି ୭ ହଜାର୫୦ ଟଙ୍କା ସରକାର ଦର ଧାର୍ଯ୍ୟ କରିଛନ୍ତି । ପ୍ରଥମ ଦିନରେ ନାମ ପଞ୍ଜୀକରଣ କରିଥିବା ୧୦ ଜଣ ଚାଷୀଙ୍କ ଠାରୁ ୧୫ କୁଇଣ୍ଟାଲ ମୁଗ କିଣାଯାଇଥିବା ଜଣାପଡିଛି । ପ୍ରତିଦିନ ୧୫ ଜଣ ଚାଷୀଙ୍କ ଠାରୁ ମୁଗ କିଣାଯିବ । ଆଜି ଠାରୁ ୯୦ ଦିନ ପର୍ଯ୍ୟନ୍ତ ଏହି ମୁଗମଣ୍ଡି ଖୋଲା ଯିବ ବୋଲି ସାକ୍ଷୀଗୋପାଳ ନିୟନ୍ତ୍ରିତ ବଜାର କମିଟିର ହିସାବ ନିରୀକ୍ଷକ ଶ୍ରୀ ସାହୁଙ୍କ ଠାରୁ ପ୍ରକାଶ ।