ଜଗତସିଂହପୁର ଜିଲ୍ଲାର ବିଭିନ୍ନ ମନ୍ଦିରରେ ସ୍ନାନଯାତ୍ରା

ଜଗତସିଂହପୁର ଜିଲ୍ଲାର ବିଭିନ୍ନ ମନ୍ଦିରରେ ସ୍ନାନଯାତ୍ରା

ଓଡିଶା ଜଗତସିହଂପୁର ଜିଲ୍ଲା

#ଜଗତସିଂହପୁର_ଜିଲ୍ଲାର_ବିଭିନ୍ନ_ମନ୍ଦିରରେ_ସ୍ନାନଯାତ୍ରା            ଜଗତସିଂହପୁର  : ମହାମାରୀ କରୋନା ପାଇଁ ରାଜ୍ୟ ସରକାରଙ୍କ   କରୋନା ସହିତ ଲଢେଇ କରି ଜନସାଧାରଣଙ୍କ ଜୀବନ ରକ୍ଷା ପାଇଁ ସରକାର ଲକଡାଉନ ଓ ସଟଡାଉନ ଘୋଷଣା କରିଛନ୍ତି । ସରକାରଙ୍କ ନିଷ୍ପତ୍ତି କ୍ରମେ ରାଜ୍ୟରେ ଶୁକ୍ରବାର ଜଗତରନାଥ ଜଗନ୍ନାଥଙ୍କ ସ୍ନାନ ଯାତ୍ରା ଭକ୍ତଙ୍କ ଅନୁପସ୍ଥିତରେ ନିରାଡ଼ମ୍ବର ଭାବରେ ଶେଷ ହୋଇଛି । ଜିଲ୍ଲାର ସିଦ୍ଧାଳ ଠାରେ ଅବସ୍ଥିତ ମନ୍ଦିରର ପରମ୍ପରା ଅନୁଯାୟୀ ଜିଲ୍ଲାର ଜିଲ୍ଲାପାଳ ମନ୍ଦିର ରାଜା ଭାବେ ଛେରାପହଁରା କରନ୍ତି । କିନ୍ତୁ କରୋନା ପାଇଁ ଜିଲ୍ଲାପାଳ ଗଜପତି ଭାର ବହନ କରିନଥିଲେ ।କିଛି ସେବାୟତ ମାନଙ୍କ ଦ୍ୱାରା ସ୍ନାନ ଉତ୍ସବ ସଂପନ୍ନ ହୋଇଥିଲା । ବିରିଡି ବ୍ଲକ ଅଧୀନସ୍ଥ ହାଜିପୁରସ୍ଥିତ ସିଦ୍ଧ ପଞ୍ଚସଖାଙ୍କ ସିଦ୍ଧ ଓ ସାଧନକ୍ଷେତ୍ର ଧ୍ୟାନକୁଦ ଶ୍ରୀ ଜଗନ୍ନାଥଙ୍କ ଦେବସ୍ନାନ ପୂର୍ଣ୍ଣିମା ଓ ଗଜାନନ ବେଶ ବିନା ଶ୍ରଦ୍ଧାଳୁ ଙ୍କ ଉପସ୍ଥିତରେ ଅନୁଷ୍ଠିତ ହୋଇଥିଲା ।ଭୋର ୪ଟା ରୁ ମଙ୍ଗଳ ଆଳତୀ ଓ ମଙ୍ଗଳାର୍ପଣ ସାରିଲାପରେ ପ୍ରଭୁଙ୍କୁ ପହଣ୍ଡିରେ ଅଣାଯାଇ ସ୍ନାନ ବାଡ଼ିରେ ଉପବିସନ କରାଯାଇଥିଲା । ବିଜେ ହେଲାପରେ ସ୍ନାନ କାର୍ଯ୍ୟ ଆରମ୍ଭ ହୋଇଥିଲା। ପ୍ରଥମେ ସ୍ନାନ କୂପକୁ ପବିତ୍ର କରାଯାଇ ୧୦୮ଗରା ସ୍ନାନ କରାଯାଇଥିଲା ।ସ୍ନାନ ପରେ ଶ୍ରୀଜୀଉଙ୍କୁ ଗଜାନନ ବେଶରେ ସଜ୍ଝିତ କରାଯାଇଥିଲା । ସେହିପରି ଶିବାପୁରରେ ମଧ୍ୟ ରୀତିନୀତି ଅନୁଯାୟୀ ସ୍ନାନ କରାଯାଇଥିଲା । ରଘୁନାଥପୁର ଅଞ୍ଚକର ତରିକୁନ୍ଦ, ରଘୁନାଥପୁର, ମଦନମୋହନ ମଠ , ଗୋମତି ଆଶ୍ରମ, ଜୟପୁର ଓ ନାଉଗାଁ ବ୍ଲକ ସ୍ଥିତ ଗାରେଇ ଜଗନ୍ନାଥ ମନ୍ଦିରରେ ନିରାଡ଼ମ୍ବର ଭାବରେ ସ୍ନାନ ଯାତ୍ରା ଶେଷ ହୋଇଛି ।