୧୧ ଜିଲ୍ଲାରେ ସପ୍ତାହକୁ ୨ ଦିନ ସଟ୍ ଡାଉନ୍

କ୍ୟାବିନେଟ୍ ବୈଠକରେ ୨୨ ପ୍ରସ୍ତାବକୁ ମଞ୍ଜୁରୀ, ପ୍ରବାସୀଙ୍କୁ ଜୀବିକା ଯୋଗାଇବା ଲାଗି ୧୭ ହଜାର କୋଟି ଟଙ୍କାର ପ୍ୟାକେଜ୍

ଓଡିଶା ବଡ ଖବର

#କ୍ୟାବିନେଟ୍_ବୈଠକରେ_୨୨_ପ୍ରସ୍ତାବକୁ_ମଞ୍ଜୁରୀ            ଭୁବନେଶ୍ୱର : ବିଜେଡି ସରକାରର ପଞ୍ଚମ ପାଳିର ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ଶୁକ୍ରବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ୨୨ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ କ୍ୟାବିନେଟ୍ ମୋହର ଲାଗିଛି । କ୍ୟାବିନେଟ୍ ନିଷ୍ପତ୍ତି ସମ୍ପର୍କରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି ଯେ ପ୍ରବାସୀଙ୍କୁ ଜୀବିକା ଯୋଗାଇବା ଲାଗି ୧୭ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ । ୨୦୨୦ ଜୁନରୁ ୨୦୨୧ ମାର୍ଚ୍ଚ ମଧ୍ୟରେ ଏହି ଅର୍ଥ ଖର୍ଚ୍ଚ ହେବ । ସ୍ୱତନ୍ତ୍ର ଭାବେ କୃଷିକ୍ଷେତ୍ରର ବିକାଶ ଲାଗି ୨୦୦ କୋଟି ଟଙ୍କା ଖର୍ଚ୍ଚ ହେବ ଓ ଏହା ଦ୍ୱାରା ୨୪ଲକ୍ଷ ୫୦ହଜାର ଚାଷୀ ଉପକୃତ ହେବେ ।

କୃଷିର ବିକାଶ ପାଇଁ ଖର୍ଚ୍ଚ ହେବ ୨୦୦ କୋଟି
ଧାମରାରେ ଟେକ୍ସଟାଇଲ୍ ପାର୍କ ଓ ଢେଙ୍କାନାଳରେ ମେଡିକାଳ୍ ପାର୍କ ଖୋଲିବ
ଆସ୍କା ସୁଗାର କୋଅପରେଟିଭ ସୋସାଇଟିକୁ ୧୫ କୋଟି ଟଙ୍କାର ସହାୟତା
ଅଙ୍ଗବାଡୀ ପିଲାଙ୍କୁ ମିଳିବ ଜୋତା ଓ ସ୍ୱେଟର

ଅନ୍ୟପକ୍ଷରେ ବିଭିନ୍ନ ବର୍ଗର ଦକ୍ଷତା ବିକାଶ ପାଇଁ ୧୪୦କୋଟି ଖର୍ଚ୍ଚ ହେବ । ଅର୍ଥ, ରାଜସ୍ୱ,ଖାଦ୍ୟ ଯୋଗାଣ, ସମବାୟ,ସଂସ୍କୃତି ବିଭାଗର ପ୍ରସ୍ତାବକୁ ଅନୁମୋଦନ ମିଳିବା ସହ ରାଜ୍ୟ ସରକାର ପର୍ଯ୍ୟଟନ କ୍ଷେତ୍ରକୁ ଚଳଚଞ୍ଚଳ କରିବା ପାଇଁ ୨୦୧୬ ପର୍ଯ୍ୟଟନ ନୀତିରେ ସଂଶୋଧନ ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି ।
କ୍ୟାବିନେଟ୍ ନିଷ୍ପତ୍ତି ଅନୁଯାୟୀ ପର୍ଯ୍ୟଟନ ପ୍ରକଳ୍ପ ଲକ୍ଷ୍ୟରେ ହୋଟେଲ, ରେଷ୍ଟୁରାଣ୍ଟ ନିର୍ମାଣ ଲାଗି ଇଡକୋ ଜମି ଯୋଗାଇ ଦେବ । ସେହିପରି ଅଣ୍ଡର ଗ୍ରାଜୁଏଟ୍ କୋର୍ସକୁ ପ୍ରଫେସନାଲ କୋର୍ସର ମାନ୍ୟତା ମିଳିବ ।
ମାଳତୀ ଦେବୀ ପ୍ରାକ୍ ବିଦ୍ୟାଳୟ କାର୍ଯ୍ୟକ୍ରମରେ ୩ରୁ ୬ ବର୍ଷ ପିଲାଙ୍କୁ ମାଗଣାରେ ଜୋତା ଏବଂ ସ୍ୱେଟର ଯୋଗାଇ ଦିଆଯିବ ।
ଆସ୍କା ସୁଗାର କୋଅପରେଟିଭ ସୋସାଇଟିକୁ ୧୫ କୋଟି ଟଙ୍କାର ସହାୟତା ଦିଆଯିବ । କ୍ୟାସ୍ କ୍ରେଡିଟ୍ ଆକାରରେ ଋଣ ନେବାକୁ କ୍ୟାବିନେଟ ଅନୁମୋଦନ କରିଛି । ଆସ୍କା କୋପରେଟିଭ ସୁଗାର ଲିମିଟେଡ୍ ଏହି ଟଙ୍କା ଆଖୁ ଚାଷୀଙ୍କୁ ପ୍ରଦାନ କରିବ ।
ଓରେଡା ଶକ୍ତି ବିଭାଗ ଅଧୀନକୁ ଆସିବ । ସୋସାଇଟି ଆକ୍ଟରେ ପରିବର୍ତ୍ତନ କରାଯାଇ ପ୍ରତି ୫ ବର୍ଷରେ ନବୀକରଣ କରାଯିବ । ଅଡିଟ କରାଗଲା ବେଳେ ଯଦି କୌଣସି ବିବାଦ ହୁଏ ତେବେ ଏନେଇ ଏକ ସ୍ୱତନ୍ତ୍ର ଫୋରମରେ ଅଭିଯୋଗ କରାଯାଇପାରିବ । ଏଗ୍ରିକଲଚର ଆକ୍ଟ ୧୯୫୬ରେ ସଂଶୋଧନକୁ ଅନୁମୋଦନ ମିଳିଛି । ଏହା ବ୍ୟତୀତ ଇ-ମାର୍କେଟ ଜରିଆରେ ଉତ୍ପାଦନକୁ ବିକି ପାରିବେ ଚାଷୀ । ସେହିପରି କେନ୍ଦ୍ରୀୟ ଓ ନବୋଦୟ ବିଦ୍ୟାଳୟକୁ ୧ ଟଙ୍କା ଭଡାରେ ଜମି ଦିଆଯିବ । ଗ୍ରାମାଞ୍ଚଳ ଲୋକଙ୍କ ଆର୍ଥିକ ବ୍ୟବସ୍ଥାର ଉନ୍ନତି ଲାଗି ପ୍ରସ୍ତାବ ଗୃହୀତ ହୋଇଛି । ବାଲେଶ୍ୱର ଜିଲ୍ଲା ସଦର ତହସିଲରେ ହିଡିଗାଁରେ ୩ ଏକର ୫୦ ଡେସିମିଲ ଜାଗାରେ ଏନଡିଆରଏଫର ଗୋଟିଏ କମ୍ପାନୀର ଏକ ହେଡକ୍ୱାଟର କରାଯିବ ।
ଭଦ୍ରକ ଜିଲ୍ଲା ଧାମରାରେ ଟେକ୍ସଟାଇଲ୍ ପାର୍କ ଓ ଢେଙ୍କାନାଳରେ ମେଡିକାଳ୍ ପାର୍କ ପ୍ରତିଷ୍ଠା ହେବ । ୧୦୦୦ ଏକର ଜମି ଉପରେ ପ୍ରତିଷ୍ଠା ହେବାକୁ ଥିବା ଏହି ପାର୍କରେ ୬୦୦୦ରୁ ୭୦୦୦ କୋଟି ଟଙ୍କା ନିବେଶ ହେବ ।
ଏହା ବ୍ୟତୀତ ରାଜ୍ୟ ଖାଦ୍ୟ ନିରାପତ୍ତାରେ ସାମିଲ ହେବେ ଦାଦନ ଶ୍ରମିକ ଓ -ୱାର୍ଡ ସ୍ତରରେ ପରିଚାଳନା କମିଟି ଗଠନ ହେବ । ୧୯୨ଟି ନୂତନ ଓଏଏସ ପଦବୀ ସୃଷ୍ଟି କରାଯିବ ।