କଦେଶରେ ଗୋଟିଏ ଦିନରେ ସଂକ୍ରମଣ ସଂଖ୍ୟା ୮, ୩୯୨

ସୁସ୍ଥ ହେଲେ ୯୦ ଜଣ କରୋନା ରୋଗୀ

ଓଡିଶା ବଡ ଖବର

#ସୁସ୍ଥ_ହେଲେ_୯୦_ଜଣ_କରୋନା_ରୋଗୀ            ଭୁବନେଶ୍ୱର  :  ରାଜ୍ୟର ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ୯ଟି ଜିଲ୍ଲାର ୯୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କର ସଂଖ୍ୟା ୯୭୭ରେ ପହଂଚିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି ।

ସୂଚନା ଅନୁସାରେ ଜଗତସିଂହପୁର ଜିଲ୍ଲାରୁ ସର୍ବାଧିକ ୨୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେହିପରି ଯାଜପୁର ଜିଲ୍ଲାରୁ ୨୨ ଜଣ, ଭଦ୍ରକ ଜିଲ୍ଲାରୁ ୨୧ ଜଣ, ଗଂଜାମ ଜିଲ୍ଲାରୁ ୧୫ ଜଣ, କଟକ ଜିଲ୍ଲାରୁ ୩ଜଣ, ଖୋର୍ଦ୍ଧା ଓ ସମ୍ବଲପୁର ଜିଲ୍ଲାରୁ ୨ ଜଣ ଲେଖାଏଁ ଓ ବାଲେଶ୍ୱର ଓ ନୟାଗଡ଼ ଜିଲ୍ଲାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ସୂଚନାଯୋଗ୍ୟ ଶୁକ୍ରବାର ଦିନ ରାଜ୍ୟରେ ଆଉ ୬୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ୧୭୨୩କୁ ବୃଦ୍ଧି ପାଇଛି । ଏଥି ମଧ୍ୟରୁ ୬୧ ଜଣ କ୍ୱାରେଣ୍ଟାଇନ କେନ୍ଦ୍ରରୁ ସଂକ୍ରମିତ ହୋଇଥିବା ବେଳେ ୨ ଜଣ ସ୍ଥାନୀୟ ଲୋକ ରହିଛନ୍ତି ।