ଆଜି ୧୫୦ ଯାତ୍ରୀଙ୍କୁ ନେଇ ଚିକାଗୋରୁ ଭୁବନେଶ୍ବର ଆସିବ ବିମାନ

ଆଜି ୧୫୦ ଯାତ୍ରୀଙ୍କୁ ନେଇ ଚିକାଗୋରୁ ଭୁବନେଶ୍ବର ଆସିବ ବିମାନ

ଓଡିଶା ବଡ ଖବର ମହାନଗର
#ଆଜି_୩୦୦_ଯାତ୍ରୀଙ୍କୁ_ନେଇ_ଚିକାଗୋରୁ_ଭୁବନେଶ୍ବର_ଆସିବ_ବିମାନ            ଭୁବନେଶ୍ବର    :  ଓଡ଼ିଶାରେ ପ୍ରଥମ ଥର ପାଇଁ ଆମେରିକାରୁ ଆସିଥିବା ବିମାନ ଲ୍ୟାଣ୍ଡ କରିବ। ଆମେରିକାର ଚିକାଗୋରୁ ଏୟାର ଇଣ୍ଡିଆର ଏକ ସ୍ବତନ୍ତ୍ର ଫ୍ଲାଇଟରେ ୧୫୦ ଜଣ ଓଡ଼ିଆ ଆସୁଛନ୍ତି। ଶନିବାର ୪.୩୦ ରେ ଏହା ଭୁବନେଶ୍ୱରରେ ପହଞ୍ଚିବ।
ମିଳିଥିବା ସୂଚନା ଅନୁସାରେ ବିମାନରେ ସମୁଦାୟ ୩୦୦ ଯାତ୍ରୀ ଅଛନ୍ତି ଏବଂ ଏହା ପ୍ରଥମେ ନୂଆଦିଲ୍ଲୀରେ ଅବତରଣ କରିବ। ସେଠାରେ ୧୫୦ ଜଣ ଯାତ୍ରୀ ଓହ୍ଲାଇବେ। ବାକି ୧୫୦ ଲୋକ ଭୁବନେଶ୍ଵର ଆସିବେ। ଏହା ପୂର୍ବରୁ ଦୁବାଇ, ଅବୁଧାବି, ମାଲେସିଆରୁ ସ୍ବତନ୍ତ୍ର ବିମାନରେ ପ୍ରବାସୀ ଓଡ଼ିଆ ଫେରିଛନ୍ତି। ବୁଧବାର ରାତିରେ ଏମିରେଟ୍ସର ଏକ ବିମାନରେ ୧୨୨ ଜଣ ଯାତ୍ରୀ ଭୁବନେଶ୍ୱର ପହଞ୍ଚି ଥିଲେ।