କରୋନା କେନ୍ଦ୍ରରେ ସାଇ ସଂଗଠନ ପକ୍ଷରୁ ଆଧ୍ୟାତ୍ମିକ ସ୍ୱାସ୍ଥ୍ୟସେବା

କରୋନା କେନ୍ଦ୍ରରେ ସାଇ ସଂଗଠନ ପକ୍ଷରୁ ଆଧ୍ୟାତ୍ମିକ ସ୍ୱାସ୍ଥ୍ୟସେବା

ଓଡିଶା କେନ୍ଦ୍ରାପଡା ଜିଲ୍ଲା

#କରୋନା_କେନ୍ଦ୍ରରେ_ସାଇ_ସଂଗଠନ_ପକ୍ଷରୁ_ଆଧ୍ୟାତ୍ମିକ_ସ୍ୱାସ୍ଥ୍ୟସେବା         କେନ୍ଦ୍ରାପଡ଼ା  : କରୋନାଜନିତ ଲକ୍ଡ଼ାଉନ୍ ସମୟରେ ରାଜ୍ୟ ଏବଂ ରାଜ୍ୟ ବାହାରୁ ବିଭିନ୍ନ ସ୍ଥାନରୁ ଆସି ସଂଗରୋଧ ଗୃହରେ ରହୁଥିବା ଲୋକମାନଙ୍କୁ ଶ୍ରୀ ସତ୍ୟସାଇ ସେବା ସଂଗଠନ, ଓଡ଼ିଶା ଶାଖା ପକ୍ଷରୁ ସେବା ଓ ସହାୟତା ଯୋଗାଇ ଦିଆଯାଉଛି । ଏହି କ୍ରମରେ କେନ୍ଦ୍ରାପଡ଼ା ଜିଲ୍ଲା ସାଇ ସଂଗଠନ ପକ୍ଷରୁ ଜିଲ୍ଲାର ପଞ୍ଜିକରଣ କେନ୍ଦ୍ର ସମେତ ବିଭିନ୍ନ ବିଦ୍ୟାଳୟରେ ରହୁଥିବା ପ୍ରବାସୀ ଭାଇଭଉଣୀମାନଙ୍କୁ ସତ୍ୟସାଇ ସେବାଦଳ କର୍ମୀମାନେ ପ୍ରତ୍ୟହ ଶୁଖିଲା ଖାଦ୍ୟ ପ୍ୟାକେଟ ସହ ଆବଶ୍ୟକ ସାମଗ୍ରୀ ପ୍ରଦାନ କରୁଛନ୍ତି । ଦୂରଦୂରାନ୍ତରୁ ସାଇକେଲ, ମଟରସାଇକେଲ ଓ ଚାଲି ଚାଲି କଷ୍ଟ ସ୍ୱୀକାର କରି ଆସୁଥିବା ପ୍ରବାସୀ ଓଡ଼ିଆ ଭାଇଭଉଣୀମାନଙ୍କୁ ପ୍ରତ୍ୟହ ୧୦୦ ପ୍ୟାକେଟ୍ ଶୁଖିଲା ଖାଦ୍ୟ, ପାଣି, ସାବୁନ୍, ପେଷ୍ଟ ଓ ସାଇସାହିତ୍ୟ ପୁସ୍ତକ ଆଦି ପ୍ରଦାନ କରାଯାଉଛି । ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚବିଦ୍ୟାଳୟ ଅଙ୍ଗୁଳାଇ, କେନ୍ଦ୍ରାପଡ଼ା ବ୍ଳକ ଅନ୍ତର୍ଗତ ବଜ୍ରମହାକାଳୀ ଉଚ୍ଚବିଦ୍ୟାଳୟ, ସାନମାଣତିଆ, ବଡ଼ଚଣା ବ୍ଲକ ଅନ୍ତର୍ଗତ ନିଗମାନନ୍ଦ ବିଦ୍ୟାପୀଠ, ବରଦା ଓ ପଞ୍ଚାୟତ ଉଚ୍ଚବିଦ୍ୟାଳୟ, ଅରେଇକଣାସ୍ଥିତ ସଂଗରୋଧ କେନ୍ଦ୍ରରେ ଅବସ୍ଥାନ କରୁଥିବା ଅନ୍ତେବାସୀମାନଙ୍କ ପାଇଁ ପ୍ରତ୍ୟହ ଯୋଗାଭ୍ୟାସ କାର୍ଯ୍ୟକ୍ରମ ଯୋଗଗୁରୁ ସଂଜୟ କୁମାର ମଥାନ, ଦିଲ୍ଲୀପ କୁମାର ମଲ୍ଲିକଙ୍କ ଦ୍ୱାରା ଅନୁଷ୍ଠିତ ହେଉଅଛି । ସ୍ୱାସ୍ଥ୍ୟ ସଚେତନତା ଓ ମୂଲ୍ୟବୋଧ ଶିକ୍ଷା କାର୍ଯ୍ୟକ୍ରମରେ ଡାକ୍ତର ଜିତେନ୍ଦ୍ର କୁମାର ଭଞ୍ଜ ଯୋଗଦେଇ ଅନ୍ତେବାସୀମାନଙ୍କୁ ମାନସିକ ସ୍ୱାସ୍ଥ୍ୟ ସଂପର୍କରେ ସଚେତନ କରୁଛନ୍ତି । ଉକ୍ତ କାର୍ଯ୍ୟକ୍ରମ ସତ୍ୟସାଇ ସେବା ସଂଗଠନର ଓଡ଼ିଶା ଶାଖା ସଭାପତି ନାରାୟଣ ଚନ୍ଦ୍ର ସରଙ୍କ ସହଯୋଗରେ ଜିଲ୍ଲା ସଭାପତି ରାଧାକୃଷ୍ଣ ସାହୁ, ରାଜ୍ୟ ଯୁଗ୍ମ ଶିକ୍ଷା ସଂଯୋଜକ ଅଶୋକ କୁମାର ହୋତା, ପ୍ରାକ୍ତନ ଜିଲ୍ଲା ସଭାପତି ଚନ୍ଦ୍ରମଣି ସାହୁ, ପୂର୍ବତନ ଜିଲ୍ଲା ଯୁବସଂଯୋଜକ ବିଷ୍ଣୁଚରଣ ସାମଲ ଓ ଆବାହକ ସୁମନ୍ତ କୁମାର ଭୂୟାଁ ସଂଯୋଜନା କରୁଛନ୍ତି । ଜିଲ୍ଲା ଯୁବସଂଯୋଜକ ସତ୍ୟସାଇ ବିହାରୀ, ପ୍ରାକ୍ତନ ଯୁବ ସଂଯୋଜକ ସୁରେଶ ଚନ୍ଦ୍ର ସାହୁ ଓ ସମସ୍ତ ସମିତି ଆବାହକମାନେ ପ୍ରମୁଖ ସେବା କାର୍ଯ୍ୟରେ ସହଯୋଗ କରୁଛନ୍ତି ।