କରୋନା ମୁକାବିଲାରେ ବାରିପଦା ବ୍ଲକ ବିଡ଼ିଓ ବିଫଳ

କରୋନା ମୁକାବିଲାରେ ବାରିପଦା ବ୍ଲକ ବିଡ଼ିଓ ବିଫଳ

ଓଡିଶା ଜିଲ୍ଲା ବଡ ଖବର ମୟୂରଭଞ୍ଜ

#କରୋନା_ମୁକାବିଲାରେ_ବାରିପଦା_ବ୍ଲକ_ବିଡ଼ିଓ_ବିଫଳ             ବାରିପଦା   : କୋଭିଡ଼-୧୯ ମହାମାରୀ ମୁକାବିଲା କ୍ଷେତ୍ରରେ ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦା ବ୍ଲକ ବିଡ଼ିଓ  ବିଫଳ ହୋଇଥିବାର ଅଭିଯୋଗ ହେଉଛି । କରୋନା ମୁକାବିଲା ନିମନ୍ତେ ମାର୍ଚ୍ଚ ୨୪ରୁ ମୟୂରଭଞ୍ଜ ଜିଲ୍ଲାରେ ଲକ୍ ଡ଼ାଉନ ଜାରି ରହିଛି । ଏହି ସମୟରେ ଜିଲ୍ଲାରେ ବସବାସ କରୁଥିବା ନିରାଶ୍ରୟ, ନିସ୍ୱ, ଭିକାରୀ, ଭିନ୍ନକ୍ଷମ, ବୃଦ୍ଧ, ବୃଦ୍ଧାମାନଙ୍କୁ ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରାଇବା
ପାଇଁ ଏକ ସର୍ଭେ କରାଯାଇଥିବା ସମୟରେ ବାରିପଦା ବ୍ଲକ ଅଧୀନରେ ଥିବା ହାତୀକୋଟ ଗ୍ରାମ ପଞ୍ଚାୟତରେ ପ୍ରାୟ ୨ ଶହରୁ ଅଧିକ ବ୍ୟକ୍ତିମାନଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଏମାନଙ୍କ ମଧ୍ୟରୁ ୭୫ ଜଣଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦେବା ନିମନ୍ତେ ବାରିପଦା ବ୍ଲକ ବିଡ଼ିଓ  ରନ୍ଧା ଖାଦ୍ୟ ଯୋଗାଇବା ଦାୟିତ୍ୱରେ ଥିବା ଏସଏସଜି ଗ୍ରୁପମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହାଦ୍ୱାରା ୧୨୫ ଜଣ ନିରାଶ୍ରୟ, ନିସ୍ୱ, ଭିକାରୀ, ଭିନ୍ନକ୍ଷମ, ବୃଦ୍ଧ, ବୃଦ୍ଧାମାନଙ୍କୁ ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ ହୋଇପରି ନ ଥିଲା । ଲକ୍ ଡ଼ାଉନ ସମୟରେ ବିଡ଼ିଓଙ୍କ ମେରୀ ରାୟ ନୀତି କାରଣରୁ ରନ୍ଧା ଖାଦ୍ୟ ପାଇବାରୁ ବାଦ ପଡ଼ିଥିବା ସମସ୍ତ ୧୨୫ ଜଣ ବ୍ୟକ୍ତିମାନଙ୍କ ଦୁଃଖ ଦୁର୍ଦ୍ଦଶାକୁ ସହ୍ୟ କରିନପାରି ସ୍ଥାନୀୟ ମାରାଂବୁରୁ, ଜଗନ୍ନାଥ, ଝରଝରିଆ, ଚାନ୍ଦତାରାସ୍, ଝିଆଳି ଝରନା, ବିନ୍ଦୁ ଚନ୍ଦନ, ଜଗତ୍ ଜନନୀ, ଗାଲାଂ ମାଲା ପ୍ରମୁଖ ୮ ଟି ଏସଏସଜି  ଆଗେଇ ଆସି ନିଜସ୍ୱ ଉପାର୍ଜିତ ଅର୍ଥରୁ ବାଦ ପଡ଼ିଥିବା ୧୨୫ ଜଣ ନିରାଶ୍ରୟ, ନିସ୍ୱ, ଭିକାରୀ, ଭିନ୍ନକ୍ଷମ, ବୃଦ୍ଧ, ବୃଦ୍ଧାମାନଙ୍କୁ ଲକ୍ ଡ଼ାଉନ ଠାରୁ ରନ୍ଧା ଖାଦ୍ୟ ଯୋଗାଇ ଆସୁଛନ୍ତି । ଏମାନଙ୍କ ମଧ୍ୟରେ ହାତୀକୋଟ ପଞ୍ଚାୟତ ୱାର୍ଡ଼ ନମ୍ବର ୫, ୬ ଓ ୧୧ର ସିଦ୍ଦୁ ବାସ୍କେ, ଦେଲ୍ହୁ ଟୁଡ଼ୁ, ଧାନି ହାଁସଦାଃ, ଚମ୍ପାଇ ଟୁବୁ, ମକରା ଟୁବ , ଦୈତାରୀ ମହାନ୍ତ, ବାଙ୍ଗି ସୋରେନ ପ୍ରମୁଖ ରହିଛନ୍ତି ।

ଏବିଷୟରେ ବାରିପଦା ବ୍ଲକ ବିଡ଼ିଓଙ୍କ ପ୍ରତିକ୍ରିୟା ଜାଣିବା ନିମନ୍ତେ ତାଙ୍କର ସେଲ ନମ୍ବରରେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ ଉଠାଇନଥିଲେ । ସେହିପରି ଦଳିତ ଆଦିବାସୀ ମହାସଂଘ ସଭାପତି ତଥା ସମାଜସେବୀ ରାକେଶ ସିଂ ନିଜ ପ୍ରତିକ୍ରିୟାରେ ଏଥି ନିମନ୍ତେ ସିଧାସଳଖ ଭାବେ ମୟୂରଭଞ୍ଜ ଜିଲ୍ଲାପାଳ, ବାରିପଦା ବ୍ଲକ ବିଡ଼ିଓ ଓ ହାତୀକୋଟ ସରପଞ୍ଚଙ୍କୁ ଦାୟୀ କରିଛନ୍ତି । ଲକ୍ ଡ଼ାଉନ ସମୟରେ ମୁଖ୍ୟମନ୍ତ୍ରୀ ସରପଞ୍ଚମାନଙ୍କୁ ଜିଲ୍ଲାପାଳ କ୍ଷମତା ପ୍ରଦାନ କରିଥିବା ବେଳେ ସରପଞ୍ଚ ଏ ଦିଗରେ ବିହିତ ପଦକ୍ଷେପ ଗ୍ରହଣ ନ କରିବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ।

ସେହିପରି ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ନିଜ ଦାୟିତ୍ୱ ସଠିକ୍ ଭାବେ ସମ୍ପାଦନ କରିବାରେ ବିଫଳ ହୋଇଛନ୍ତି ।  ବାରିପଦା ବ୍ଲକ ବିଡ଼ିଓଙ୍କ କାର୍ଯ୍ୟକଳାପ ଉପରକୁ ଅଙ୍ଗୁଳି ଉଠାଇଛନ୍ତି ଦଳିତ ଆଦିବାସୀ ମହାସଂଘ ସଭାପତି ତଥା ସମାଜସେବୀ ରାକେଶ ସିଂ । ରାଜ୍ୟ ସରକାର ଲକ୍ ଡ଼ାଉନ ସମୟରେ ଜନସାଧାରଣଙ୍କ ସୁବିଧା ଅସୁବିଧା ଉପରେ ଗୁରୁତ୍ୱାରୋପ କରି ବିଭିନ୍ନ ପ୍ରକାରର ସହାୟତା ଯୋଗାଇ ଆସୁଛନ୍ତି । ମାତ୍ର ହାତୀକୋଟ ପଞ୍ଚାୟତରେ ୨ ଶହ ଜଣ ନିରାଶ୍ରୟ, ନିସ୍ୱ, ଭିକାରୀ, ଭିନ୍ନକ୍ଷମ, ବୃଦ୍ଧ, ବୃଦ୍ଧାମାନଙ୍କୁ ଚିହ୍ନଟ କରାଯାଇଥିବା ବେଳେ ୭୫ ଜଣଙ୍କୁ ରନ୍ଧା ଖାଦ୍ୟ ଯୋଗାଇବା ନିମନ୍ତେ ନିର୍ଦ୍ଦେଶ ଦେଇ ବିଡ଼ିଓ  କଣ ପ୍ରମାଣିତ କରାଇବାକୁ ଚାହୁଁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି । ଏଥି ସହିତ ବାରିପଦା ବ୍ଲକ ବିଡ଼ିଓ କଣ ନିଜ ଘରୁ ଅଥବା ଦରମାରୁ ରନ୍ଧା ଖାଦ୍ୟ ଯୋଗାଉଛନ୍ତି । ବିଡ଼ିଓ  ଜନସାଧାରଣଙ୍କ ସାମୂହିକ ସ୍ୱାର୍ଥ ବିରୋଧୀ ବୋଲି ପ୍ରକାଶ କରିବା ସହ ଗରୀବ ଆଦିବାସୀ ଜନସାଧାରଣଙ୍କୁ ଭୋକିଲା ରଖି ସେଥିରୁ ଆନନ୍ଦ ନେବାକୁ ଚାହୁଁ ଥାନ୍ତି ତେବେ ମୟୂରଭଞ୍ଜବାସୀ ଏହାକୁ କେବେ କ୍ଷମା କରିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି ।