ମାର୍ଚ୍ଚ ୩ରୁ +୨ ପରୀକ୍ଷା

ମାର୍ଚ୍ଚ ୩ରୁ +୨ ପରୀକ୍ଷା

ଓଡିଶା ବଡ ଖବର

#ମାର୍ଚ୍ଚ_୩ରୁ_+୨_ପରୀକ୍ଷା   ଭୁବନେଶ୍ୱର : ଚଳିତ ବର୍ଷ ଯୁକ୍ତ ଦୁଇ ପରୀକ୍ଷା ଶୃଙ୍ଖଳିତ କରିବାକୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆସନ୍ତା ମାର୍ଚ୍ଚ ୩ରୁ ପରୀକ୍ଷା ଆରମ୍ଭ ହେବ। ତେବେ ଏପ୍ରିଲ ପ୍ରଥମ ସପ୍ତାହରୁ ଯୁକ୍ତ ଦୁଇ ଖାତା ଦେଖା ଆରମ୍ଭ ହେବ। ମେ ଶେଷ ସପ୍ତାହରେ ବିଜ୍ଞାନ ଓ ଜୁନ ପ୍ରଥମ ସପ୍ତାହରେ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ଫଳ ପ୍ରକାଶ ପାଇଁ ପଦକ୍ଷେପ ନିଆଯାଉଛି। ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ।

ତେବେ ଯୁକ୍ତ ଦୁଇ ପରୀକ୍ଷା ଖାତା ଦେଖାରେ ଅଧ୍ୟାପକ ଯୋଗ ନଦେଲେ ହେବ କାର୍ଯ୍ୟାନୁଷ୍ଠାନ। ଏହାଛଡ଼ା ଏଥର ପରୀକ୍ଷାକୁ କପି ମୁକ୍ତ କରିବା ଲାଗି ସବୁ ସେଣ୍ଟରରେ ସିସିଟିଭିକୁ ବାଧ୍ୟତାମୂଳକ କରାଯାଇଛି। ଆଜି ବିଧାନସଭାରେ ମନ୍ତ୍ରୀ ଗୃହରେ କହିଛନ୍ତି।

ଶୃଙ୍ଖଳିତ ପରୀକ୍ଷା କରିବା ପାଇଁ ପ୍ରତିବର୍ଷ ବିଭିନ ଯୋଜନା ପ୍ରଣୟନ କରାଯାଉଛି। ଏହା ସତ୍ତ୍ୱେ ପରୀକ୍ଷରେ ନାନା ବିଶୃଙ୍ଖଳା ହେଉଛି। ପରୀକ୍ଷା ଆରମ୍ଭ ପୂର୍ବରୁ ପ୍ରଶ୍ନପତ୍ର ଭାଇରାଲ୍‌ ହେଉଛି।