ହନିମୁନ୍‌ରେ ନିଜକୁ କୁଆଁରୀ ସାବ୍ୟସ୍ତ କରିବା ଲାଗି ଯୁବତୀମାନେ କରୁଛନ୍ତି ଭର୍ଜିନିଟି ରିଗେନ ସର୍ଜରୀ

ଦେଶ -ବିଦେଶ ବଡ ଖବର ବିଶେଷ

ନୂଆଦିଲ୍ଲୀ :  ପ୍ରତ୍ୟେକ ପୁରୁଷର ସ୍ବପ୍ନ ଥାଏ ସେ ଯେଉଁ ଯୁବତୀକୁ ବିବାହ କରିବ ତାର ଯେପରି ଅନ୍ୟ ପୁରୁଷ ସହିତ ସଂପର୍କ ନଥିବ । ପୁରୁଷ ମାନଙ୍କ ଏହି ଆଗ୍ରହକୁ ଦେଖି ଆଜିକାଲି ବାହାଘର ପରେ ହନିମୁନ୍‌ରେ ନିଜକୁ କୁଆଁରୀ ସାବ୍ୟସ୍ତ କରିବା ଲାଗି ଯୁବତୀମାନେ ବହୁମାତ୍ରାରେ ସିକ୍ରେଟ୍ ସର୍ଜରୀ କରାଉଛନ୍ତି। ବିଭିନ୍ନ ଦେଶରେ ଏପରି ସର୍ଜରୀର ମୂଲ୍ୟ ଅଲଗା ଅଲଗା ରହିଛି । ଡିମାଣ୍ଡ ଅନୁସାରେ ଯୁବତୀଙ୍କୁ ଚଢା ଦାମ୍‌ ଦେବାକୁ ପଡୁଛି। ହେଲେ ଖର୍ଚ୍ଚକୁ ସେମାନେ ଖାତିର କରୁନାହାନ୍ତି। ଏଥି ପାଇଁ ଭାରତରେ ୧୫ହଜାର ଟଙ୍କାରୁ ଆରମ୍ଭ କରି ୬୦ହଜାର ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିବାକୁ ପଡୁଥିବା ଜଣାପଡିଛି। କିନ୍ତୁ ବିଦେଶରେ ଏହାର ମୁଲ୍ୟ ୨.୭୫ଲକ୍ଷ ପର୍ଯ୍ୟନ୍ତ ।

ବିଟ୍ରେନ, ଫିଲିପାଇନ୍ସ ଓ ଭାରତ ସମେତ ବିଶ୍ୱର ବିଭିନ୍ନ ଦେଶରେ ଭର୍ଜିନିଟି ରିଗେନ ସର୍ଜରୀ ମାଧ୍ୟମରେ ଡାକ୍ତରମାନେ ଲକ୍ଷ ଲକ୍ଷ ଟଙ୍କା କମାଉଛନ୍ତି ।  ଏବେ ଏ ସମ୍ପର୍କରେ ଏକ ଗୁରୁତ୍ବପୂଣ୍ଣ ତଥ୍ୟ ଲଣ୍ଡନରୁ ଜଣା ପଡିଛି । ଯେଉଁଠାରେ ୨୨ଟି ସିକ୍ରେଟ କ୍ଲିନିକ ରହିଛି । ଏହି ଅପରେସନ ପାଇଁ ୩୦ରୁ ୪୦ ମିନିଟ ଲାଗିଥାଏ ।

ତେବେ ଯୁବତୀମାନେନିଜର ପାରମ୍ପରିକ ପରିବାର, ବିଚାର ଓ ସାମାଜିକ ଚାପରେ ଏପରି ସର୍ଜରୀ କରୁଥିବା ଜଣାପଡିଛି। ଏହା ଜରୁରୀ ନୁହେଁ କି Hymen କେବଳ ଶାରିରୀକ ସମ୍ବନ୍ଧ ରଖିଲେ ଭଙ୍ଗିଥାଏ, ଏହା ସାଇକେଲ ଚଲାଇବା, ଘୋଡା ଦୌଡାଇବା ଓ ଖେଳ-କୁଦ ସମୟରେ ମଧ୍ୟ ଭଙ୍ଗିଯାଇପାରେ । ଏହି ଅପରେସନକୁ ସାଧାରଣରେ ହାଇମେନ  ମରାମତି ରୂପେ ଜଣାଯାଇଥାଏ । ଅପରେସନରେ ଯୁବତୀଙ୍କ ଯୌନାଙ୍ଗରେ ଏକ ପ୍ରସ୍ତ ତିଆରି କରାଯାଏ ।

Image result for beautyful leg"

ଏହି କୃତ୍ରିମ ହାଇମେନ କରିବା ସାଂସ୍କୃତିକ, ଧାର୍ମିକ  କାରଣରୁ ବାହାଘର ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ କାରକ ହୋଇଥାଏ । ଖାସକରି ସମାଜରେ ଜଣାଯାଏ ଯେ, ଯାହାର ହାଇମେନ ଫାଟି ଯାଇଥାଏ ବା ଭଙ୍ଗି ଯାଇଥାଏ, ସେହି ଯୁବତୀ ପୂର୍ବରୁ କାହା ସହିତ ଦୈହିକ ସମ୍ପର୍କ ରଖିସାରିଛି । ଏପରି ଭ୍ରାନ୍ତ ଧାରଣା ଯୋଗୁ ଅନେକ ସମୟରେ ବୈବାହିକ ଜୀବନ ଅଶାନ୍ତିରେ ଭରି ଯାଇଥାଏ। ଏପରି ଅପରେସନ କରୁଥିବା ମହିଳାମାନେ ପ୍ରାୟତଃ ଯୁବତୀ ଓ ସେମାନେ ବିଶେଷ କରି ମଧ୍ୟ ପୂର୍ବ ଓ ଏସିୟ ପରିବାରର ବୋଲି ଜଣାପଡିଛି । ସେମାନେ ବାହାଘର ଚାପରେ ଏପରି ଅପରେସନ କରୁଛନ୍ତି ।

କିଛିଦିନ ତଲେ ସାଉଦି ଆରବରେ ଜଣେ ସ୍କୁଲ ଛାତ୍ରୀ ଲଣ୍ଡନରେ ନିଜର ଭର୍ଜିନିଟି ମରାମତି କରିଥିଲା । ଏଥିପାଇଁ ତାକୁ ୧.୫୦ଲକ୍ଷ ଟଙ୍କା ଦେବାକୁ ପଡିଥିଲା । ସେ ଝିଅ ନିଜର ୧୮ତମ ଜନ୍ମଦିନରେ ଏହି ଅପରେସନ କରିଥିଲା । ଲଣ୍ଡନ ସ୍ଥିତ ଏମ୍‌ଏଏସ୍‌ ଗାଇନୋକ୍ଲୋଜିର ନିର୍ଦ୍ଦେଶକ ମହମ୍ମଦ ମସୁଦ କହିଛନ୍ତି ଯେ, ଗତ ୬ବର୍ଷ ମଧ୍ୟରେ ଏପରି ଅପରେସନ ପ୍ରାୟ ୪ ଗୁଣା ବଢିଛି । ଅପରେସନ କରୁଥିବା ଯୁବତୀମାନଙ୍କ ଗୋପନୀୟତା ଲାଗି ଏପରି ଅପରେସନର ଗଣତି କରାଯାଏନାହିଁ । ଏଠାରେ ମୁସ୍ଲିମ,ରୋମା ସମୁଦାୟ , ଭାରତ  ସମେତ ପୁରା ଏସିଆରୁ ଲୋକ ଆସନ୍ତି । ଦୁଇବର୍ଷ ପୂର୍ବେ ମିଡିଆରେ ରିପୋର୍ଟ ଆସିଥିଲା କି, ଭାରତରେ ଯୁବତୀମାନେ କୌମାର୍ଯ୍ୟ ପାଇଁ ଡିଜାଇନର ସର୍ଜରୀ କରୁଛନ୍ତି । ଲାବ ଆପ୍ଲାଷ୍ଟିକ ନାମରେ ଏହି ଅପରେସନ କରାଯାଏ । ତେବେ କେତେକ ମହିଳା ବାର୍ବି ଲୁକ୍‌ ସର୍ଜରୀ ମଧ୍ୟ କରନ୍ତି ।

ଦୁଇ ବର୍ଷ ତଳେ ଅକ୍ଟୋବର ମାସରେ ଗୁରୁଗ୍ରାମରେ ଦୁନିଆର ପ୍ରଥମ କଂଗ୍ରେସ ଅନ୍‌ ରିକନସଟ୍ରକଟିଭ ଏବଂ କସମେଟିକ୍ ଜେନେଟାଲ୍‌ କସମେଟିକ୍‌ ସର୍ଜରୀହୋଇଥିଲା । ସାରାଦେଶରୁ ବିଭିନ୍ନ ଡକ୍ତରଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।  ଆମେରିକାନ ସୋସାଇଟି ଫର ଏସଥିଟିକ ପ୍ଲାଷ୍ଟିକ ସର୍ଜରୀ ନାମରେ ୨୦୧୬ରେ ୧୮ ବର୍ଷ ଓ ତାଠାରୁ କମ୍‌ ବୟସର ୪୦୦ରୁ ଅଧିକ ଯୁବତୀଙ୍କୁ ସିକ୍ରେଟ ସର୍ଜାରୀ କେବଳ ଆମେରିକାରେ କରାଯାଇଛି ବୋଲି ଏହି ସମ୍ମିଳନୀ ଅବସରରେ ଜଣାପଡିଥିଲା।