୧୫ ମାସ ମଧ୍ୟରେ ଭାରତରେ ଆକାଶରେ ଉଡିବ କାର

ସ୍ବପ୍ନ ହେବ ସାକାର : ୧୫ ମାସ ମଧ୍ୟରେ ଭାରତରେ ଆକାଶରେ ଉଡିବ କାର

ଦେଶ -ବିଦେଶ ବଡ ଖବର ବାଣିଜ୍ୟ

#୧୫_ମାସ_ମଧ୍ୟରେ_ଭାରତରେ_ଆକାଶରେ_ଉଡିବ_କାର     ଅହମ୍ମଦାବାଦ : ସଡ଼କରେ ଚାଲୁଥିବାବେଳେ ୩ ମିନିଟ ମଧ୍ୟରେ କୌଣସି କାର ବିମାନ ଭଳି ଆକାଶରେ ଉଡିବା ଏହା କୌଣସି ସ୍ଵପ୍ନଠାରୁ କମ ନୁହେଁ । ତେବେ ଏହି ସ୍ୱପ୍ନ ଆସନ୍ତା ୧୫ ମାସ ମଧ୍ୟରେ ଗୁଜୁରାଟରେ ସାକାର ହେବାକୁ ଯାଉଛି । ନେଦରଲାଣ୍ଡର କମ୍ପାନୀ ପାଲ ଭି ଏବେ ଗୁଜୁରାଟରେ ଫ୍ଲାଇଙ୍ଗ କାର ବା ଉଦନ୍ତ କାର ନିର୍ମାଣ କରିବ । ଏହାକୁ ନେଇ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣିଙ୍କ ସହ କମ୍ପାନୀ ପକ୍ଷରୁ ଆଲୋଚନା କରାଯାଇଛି ।

Image result for flying car
ଗୁଜୁରାଟରେ ଉତ୍ତମ ଶିଳ୍ପ, କାମ ଖର୍ଚ୍ଚରେ ଉତ୍ପାଦନ ଯୋଗୁଁ କମ୍ପାନୀ ଏଠାରେ କାର ନିର୍ମାଣକୁ ପ୍ରାଥମିକତା ଦିଆଯାଇଛି ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ୨୦୨୧ ମଧ୍ୟବେଳକୁ କମ୍ପାନୀ କାର ଉତ୍ପାଦନ ଆରମ୍ଭ କରିବ ବୋଲି ଜଣାପଡିଛି । କମ୍ପାନୀକୁ ଏବେ ସୁଦ୍ଧା ଆମେରିକା ଓ ୟୁରୋପରୁ ୧୧୦ଟି ଅର୍ଡର ମିଳିଥିବାର କୁହାଯାଇଛି ।

ପାଲ ଭି ପକ୍ଷରୁ କୁହାଯାଇଛି ନିର୍ମାଣ ହେବାକୁ ଥିବା କାର ଯେତେବେଳେ ରାସ୍ତାରେ ଗତି କରିବ ସେତେବେଳେ ଏହାର ସର୍ବାଧିକ ବେଗ ୧୬୦ କିଲୋମିଟର ପ୍ରତି ଘଣ୍ଟା ରହିବ । ସେହିପରି ଆକାଶରେ ଏହି କାର ଉଡ଼ୁଥିବାବେଳେ ଏହା ୧୮୦ କିଲୋମିଟର ବେଗରେ ଉଡ଼ିପାରିବ । ଥରେ ତେଲ ଟାଙ୍କି ଭର୍ତ୍ତି ହେଲେ ୫୦୦ କିଲୋମିଟର ଦୂରତା ଅତିକ୍ରମ କରିପାରିବ ବୋଲି ଜଣାପଡିଛି ।