ପୁରୁଷ ସହ ନିକହା କରିଥିଲେ ଇମାମ , ୨ ସପ୍ତାହ ପରେ ଜଣାପଡିଲା ରହସ୍ୟ

ଦେଶ -ବିଦେଶ ବଡ ଖବର ବିଶେଷ

କମ୍ପାଲା :  ୟୁଗାଣ୍ଡାର ଜନୈକ ଇମାମଙ୍କୁ ତାଙ୍କ ନବ ବିବାହିତା ପତ୍ନୀ ନିକହା କରିବାର ୨ ସପ୍ତାହ ପରେ ଝଟକା ଦେଇଛନ୍ତି। ଇମାମ ନିକହା କରିଥିବା ବ୍ୟକ୍ତି ମହିଳା ନୁହଁନ୍ତି ପୁରୁଷ ବୋଲି ୨ ସପ୍ତାହ ପରେ ଜାଣିବାକୁ ପାଇଛନ୍ତି। ତେବେ ନିଜେ ଇମାମ ବି ଏହା ଜାଣି ନଥିଲେ। ତାଙ୍କ ପଡୋଶୀ ତାଙ୍କୁ ଏ ନେଇ ଅଭିଯୋଗ କରିବାରୁ ଇମାମ ତାଙ୍କ କଥାକୁ ବିଶ୍ୱାସ କରିନଥିଲେ। ହେଲେ ପୋଲିସ ଷ୍ଟେସନରେ ଅସଲ କଥା ଜାଣିବା ପରେ ଇମାମ ଏବେ ହତବାକ୍ ହୋଇପଡିଛନ୍ତି।

ପଡୋଶୀଙ୍କ ଘରୁ ଟିଭି ଓ ଅନ୍ୟ ସାମଗ୍ରୀ ଚୋରି ହୋଇଥିଲା। ଇମାମଙ୍କ ପତ୍ନୀ କାନ୍ଥ ଡେଇଁ ତାଙ୍କଘରୁ ଜିନିଷ ଚୋରି କରିଥିବାର ଦେଖିଥିବା ଦାବି କରିଥିଲେ। ଏହା ସହ ପଡୋଶୀ ଇମାମଙ୍କ ପତ୍ନୀ ମହିଳା ନୁହେଁ ପୁରୁଷ ବୋଲି ବି କହିଥିଲେ। ହେଲେ ଏଥିରେ ଇମାମ ସହମତ ହୋଇନଥିଲେ। ଏଣୁ ପଡୋଶୀ ପୋଲିସରେ ଏତଲା ଦେଇଥିଲେ।

ଲିଖିତ ଏତଲା ଆଧାରରେ ପୋଲିସ ଇମାମ ଓ ତାଙ୍କ ନବବିବାହିତା ପତ୍ନୀଙ୍କୁ ଥାନାକୁ ଡକାଇଥିଲା । ପୋଲିସ ଡାକରା ପାଇ ଇମାମ ପତ୍ନୀଙ୍କୁ ସାଙ୍ଗରେ ନେଇ ଥାନାରେ ପହଞ୍ଚିଥିଲେ। ସାଣ୍ଡାଲ ଓ ବୁର୍ଖା ପିନ୍ଧି ଇମାମଙ୍କ ସହ ତାଙ୍କ ପତ୍ନୀ ଥାନାକୁ ଯାଇଥିଲେ। ଏଣୁ ପୋଲିସ ଜଣେ ମହିଳା କର୍ମଚାରୀଙ୍କୁ ତାଙ୍କ ଯାଞ୍ଚ ନେବାକୁ କହିଥିଲେ।  ତେବେ ଯାଞ୍ଚ ବେଳେ ମହିଳା କର୍ମଚାରୀ ତାଙ୍କୁ ପୁରୁଷ କହିବାରୁ ଇମାମଙ୍କ ହୋସ୍ ଉଡିଯାଇଥିଲା। ମାତ୍ର ୨ ସପ୍ତାହ ପୂର୍ବେ ସେ ଖର୍ଚ୍ଚାନ୍ତ ହୋଇ ନିକା କରିଥିବା ବେଳେ ପୁରୁଷ ସହ ବିବାହ କରି ଧୋକା ଖାଇଥିବା ପୋଲିସରେ ଓଲଟି ଅଭିଯୋଗ କରିଛନ୍ତି।

ତେବେ ଟଙ୍କା ଲାଗି ସମ୍ପୃକ୍ତ ବ୍ୟକ୍ତି ଇମାମଙ୍କୁ ବିବାହ କରିଥିବା ପୋଲିସକୁ କହିଛନ୍ତି। ଯୁବକଙ୍କ ସହ କ୍ୟାମ୍ପେସୀ ମସଜିଦରେ ପ୍ରଥମ ଥର ଇମାମଙ୍କର ଦେଖା ହୋଇଥିଲା। ସେ ବିବାହ କରିବା ଲାଗି ଜଣେ ସୁନ୍ଦରୀ ଯୁବତୀ ଖୋଜୁଥିବା ତାଙ୍କୁ କହିଥିଲେ। ଏଥିଲାଗି ଯାହା ବି ମୂଲ୍ୟ ଦେବାକୁ ପଡିବ ସେ ଦେବେ ବୋଲି ମଧ୍ୟ କହିଥିଲେ। ଏଣୁ ଯୁବକ ବୁର୍ଖା ପିନ୍ଧି ଇମାମଙ୍କ ସମ୍ମୁଖକୁ ଆସିବାରୁ ସେ ବିବାହ ଲାଗି ତୁରନ୍ତ ରାଜି ହୋଇଯାଇଥିଲେ ବୋଲି ଅଭିଯୁକ୍ତ ଯୁବକ କହିଛି।