ଇମାମି ପେପର ମିଲରେ ଭୟଙ୍କର ଅଗ୍ନିକାଣ୍ଡ

ଇମାମି ପେପର ମିଲରେ ଭୟଙ୍କର ଅଗ୍ନିକାଣ୍ଡ

ଓଡିଶା ଜିଲ୍ଲା ବଡ ଖବର ବାଲେଶ୍ୱର ରାଜ୍ୟ

#ଇମାମି_ପେପର_ମିଲରେ_ଭୟଙ୍କର_ଅଗ୍ନିକାଣ୍ଡ     ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ରେମୁଣା ସ୍ଥିତ ଇମାମି ପେପର ମିଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ପ୍ଲାଣ୍ଟର କଞ୍ଚାମାଲ ଗୋଦାମରେ ନିଆଁ ଲାଗି, କୋଟି କୋଟି ଟଙ୍କାର କାଗଜ ମଣ୍ଡି ପୋଡ଼ି ପାଉଁଶ ହୋଇଯାଇଛି। ନିଆଁ ଦିନ ପ୍ରାୟ ୧୧ଟା ୪୦ରେ ଲାଗିଥିଲା । ନିଆଁକୁ ଆୟତ୍ତ କରିବା ପାଇଁ ପ୍ରଥମେ କଂପାନୀର ନିଜସ୍ୱ ଅଗ୍ନିଶମ ବିଭାଗ ସହିତ ରେମୁଣା, ବାଲେଶ୍ୱର ଓ ବିର୍ଲା ଟାୟାର୍ସର ମୋଟ ୭ଟି ଦମକଳ ନିୟୋଜିତ ହୋଇଥିଲା ।  ତଥାପି ନିଆଁର ପ୍ରକୋପ ଏତେ ଅଧିକ ଥିଲା ଯେ, ୨୮ ଜଣିଆ ଏନଡିଆରଏଫ୍ ଟିମ୍‌କୁ ଜିଲ୍ଲା ପ୍ରଶାସନ ନିଆଁ ଆୟତ୍ତ କରିବାରେ ଲଗାଇଥିଲେ। ପ୍ରାୟ ସାଢ଼େ ୪ଘଣ୍ଟାର ଅପରେସନ୍ ପରେ ନିଆଁ ଲିଭିଥିଲା।  ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନଥିଲେ ମଧ୍ୟ ସର୍ଟ ସର୍କିଟରୁ ନିଆଁ ଲାଗିଥାଇପାରେ ବୋଲି ପ୍ରାଥମିକ ତଦନ୍ତରୁ ସନ୍ଦେହ କରାଯାଉଛି।  ଅଗ୍ନିକାଣ୍ଡ ପରେ କଂପାନୀର ମେଟେରିଆଲ ରୁମ୍‌କୁ ଖାଲି କରାଯିବା ସହ ଏହାର ଆଖପାଖ ଗୋଦାମକୁ ବି ଖାଲି କରାଯାଇଛି ।