ରାଜ୍ୟର ଭାଷା ଜାଣିଥିବା ବ୍ୟକ୍ତିଙ୍କୁ ହିଁ ସରକାରୀ ଚାକିରି ଦେବା କଥା

ରାଜ୍ୟର ଭାଷା ଜାଣିଥିବା ବ୍ୟକ୍ତିଙ୍କୁ ହିଁ ସରକାରୀ ଚାକିରି ଦେବା କଥା

ଦେଶ -ବିଦେଶ ବଡ ଖବର

#ରାଜ୍ୟର_ଭାଷା_ଜାଣିଥିବା_ବ୍ୟକ୍ତିଙ୍କୁ_ହିଁ_ସରକାରୀ_ଚାକିରି_ଦେବା କଥା   ନୂଆଦିଲ୍ଲୀ: ଯେଉଁମାନେ ସରକାରୀ ଚାକିରି କରିବାକୁ ଚାହୁଁଛନ୍ତି, ସେହି ରାଜ୍ୟର ମାତୃଭାଷା ଜାଣିବା ଆବଶ୍ୟକ | ଏଥିପାଇଁ ନିଯୁକ୍ତି ନୀତି ପ୍ରଣୟନ କରିବା ଆବଶ୍ୟକ ବୋଲି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ କହିଛନ୍ତି | ଯେଉଁମାନଙ୍କୁ ସେହି ରାଜ୍ୟର ଭାଷା ଆସୁଛି ସେମାନଙ୍କୁ ହିଁ ସରକାରୀ ଚାକିରି ଦେବା ଆବଶ୍ୟକ ବୋଲି ଭେଙ୍କେୟା କହିଛନ୍ତି | ଆସନ୍ତାକାଲି ମାତୃଭାଷା ଦିବସ ପାଳନ ହେବାକୁ ଥିବାବେଳେ ଏହା ପୂର୍ବରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେ ଏହା କହିଛନ୍ତି |

ଉପରାଷ୍ଟ୍ରପତି କହିଛନ୍ତି ଯେ ଭାରତରେ ଇଂରେଜ ଶାସନ ଥିବାରୁ ଭାରତୀୟ ଭାଷାକୁ ଅଣଦେଖା କରାଯାଇଥିଲା | ଏହି ଅଣଦେଖା ଭାରତ ସ୍ୱାଧୀନ ହେବା ପରେ ବି ଜାରି ରହିଥିଲା | ଯାହାକୁ ଠିକ କରିବା ଆବଶ୍ୟକ | ଇଂରାଜୀ ଭାଷା ପ୍ରଥମରୁ ଚାକିରି ପାଇବା ଭାଷା ଭାବରେ ବ୍ୟବହାର ହେଉଥିବାରୁ ଏହା ସମୃଦ୍ଧ ହୋଇ ରହିଛି |

ହିନ୍ଦୀ ସହିତ ଅନ୍ୟ ଭାରତୀୟ ଭାଷାକୁ ସମୃଦ୍ଧ କରିବାକୁ ହେଲେ ରାଜ୍ୟରେ ହେଉଥିବା ସରକାରୀ ନିଯୁକ୍ତି ପାଇଁ ସେହି ରାଜ୍ୟର ଭାଷାକୁ ଅନିର୍ବାଯ୍ୟ କରିବା ଆବଶ୍ୟକ | ଏଠାରେ ସୂଚନା ଥାଉ କି ଏହି କାର୍ଯ୍ୟକ୍ରମ ଅବସରରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ୨୨ଟି ଭାଷାରେ ସମସ୍ତଙ୍କୁ ଭାଷା ଦିବସର ଶୁଭେଚ୍ଛା ଜଣାଇଥିଲେ |