ପିଲାଙ୍କୁ ଅଟୋରେ ସ୍କୁଲ ନେବା ଆଣିବା କଲେ ନିଆଯିବ କଠୋର କାର୍ଯ୍ୟାନୁଷ୍ଠାନ

ପିଲାଙ୍କୁ ଅଟୋରେ ସ୍କୁଲ ନେବା ଆଣିବା କଲେ ନିଆଯିବ କଠୋର କାର୍ଯ୍ୟାନୁଷ୍ଠାନ

ବଡ ଖବର ଓଡିଶା

#ପିଲାଙ୍କୁ_ଅଟୋରେ_ସ୍କୁଲ_ନେଲେ_ନିଆଯିବ_କଠୋର_କାର୍ଯ୍ୟାନୁଷ୍ଠାନ    ଭୁବନେଶ୍ୱର: ଏଣିକି ଅଟୋରେ ସ୍କୁଲ ପିଲାଙ୍କୁ ନ ନେବା ପାଇଁ ନିର୍ଦ୍ଦେଶନାମା ଜାରି କରାଯିବ। ଏହି ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ଅଟୋ ଚାଳକ, ଅଭିଭାବକ ଏବଂ ସ୍କୁଲ୍‍ କର୍ତ୍ତୃପକ୍ଷଙ୍କୁ ତାଗିଦ୍‍ କରାଯିବ। ଖୁବ୍‍ଶୀଘ୍ର ରାଜ୍ୟ ସରକାର ଏନେଇ ସ୍କୁଲ୍‍ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶନାମା ଦେବେ। ସରକାରଙ୍କ ନିର୍ଦ୍ଦେଶ ନ ମାନିଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି।

ବ୍ରହ୍ମପୁର ଦିଗପହଣ୍ଡିରେ ଅଟୋରୁ ଖସି ୫ ବର୍ଷର ଛାତ୍ରର ମୃତ୍ୟୁ ଘଟଣାକୁ ନେଇ ଆଜି(ଗୁରୁବାର) ମନ୍ତ୍ରୀ ଏହା କହିଛନ୍ତି। ଏହା ସହିତ ଘଟଣାର ତଦନ୍ତ କରାଯିବ ବୋଲି ମନ୍ତ୍ରୀ ବେହେରା ସୂଚନା ଦେଇଛନ୍ତି।