ଚଣ୍ଡିଗଡ଼: ଗତବର୍ଷ ସେପ୍ଟେମ୍ବରରୁ ସାରା ଭାରତରେ ନୂଆ ମୋଟରଯାନ ଆଇନ ଲାଗୁ କରାଯାଇଥିଲା। ଟ୍ରାଫିକ ନିୟମ କଡ଼ାକଡ଼ି କରାଯିବା ସହ ଜରିମାନାକୁ ମଧ୍ୟ ବଢ଼ାଇ ଦିଆଯାଇଥିଲା। ଯାହା ପରେ ପରେ ଜରିମାନା ଡ଼ରରେ ଲୋକେ ଟ୍ରାଫିକ ନିୟମ ମାନିବା ଆରମ୍ଭ କରିଥିଲେ। ଆଗରୁ ହେଲମେଟ୍ ନ ପିନ୍ଧିଲେ, ଡ୍ରାଇଭିଂ ଲାଇସେନ୍ସ ଓ ଗାଡ଼ିର କାଗଜପତ୍ର ଠିକ୍ ନ ରଖିଲେ ଜରିମାନା ଲଗାଯାଉଥିବା ବେଳେ ଏବେ ମୁଖ୍ୟ ରାସ୍ତା କଡ଼ରେ ଗାଡ଼ି ରଖିଲେ ଜରିମାନା ଦେବାକୁ ହେବ ବୋଲି ଜଣା ପଡ଼ିଛି। ଏହି ନିୟମ ପ୍ରଥମେ ଚଣ୍ଡିଗଡ଼ରେ ଫେବୃଆରି ୧ରୁ ଲାଗୁ ହେବାକୁ ଥିବା ବେଳେ ଏହି ନିୟମର ଉଲ୍ଲଂଘନ କଲେ ୫୦୦ଟଙ୍କା ଜରିମାନା ଦେବାକୁ ହେବ। ବାରମ୍ବାର ଏଭଳି ଭୁଲ କଲେ ଯାତ୍ରୀଙ୍କ ଜରିମାନା ୧,୦୦୦ଟଙ୍କାକୁ ବଢ଼ାଇ ଦିଆଯିବ ବୋଲି ଜଣା ପଡ଼ିଛି।