ତୃତୀୟ କିସ୍ତି ପିଏମ୍‌ କିଶାନ୍‌ ରିଲିଜ୍‌ କଲେ ମୋଦି

ଦେଶ -ବିଦେଶ ବଡ ଖବର

ନୂଆଦିଲ୍ଲୀ: ପ୍ରଧନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ବା ପିଏମ୍‌ କିଶାନ୍‌ର ତୃତୀୟ କିସ୍ତି ବଣ୍ଟନ କରିଛନ୍ତି। କର୍ଣ୍ଣାଟକା ଗସ୍ତରେ ଯାଇଥିବା ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଟୁମାକୁରୁରେ ଏକ ସାଧାରଣ ସଭାରେ ଏହି କିସ୍ତି ବଣ୍ଟନ କରିଛନ୍ତି।

୨୦୧୯ ଡିସେମ୍ବରରୁ ମାର୍ଚ୍ଚ ୨୦୨୦ ଅବଧି ପାଇଁ ସରକାର ଚାଷୀଙ୍କୁ ୨ ହଜାର ଲେଖାଏ ସହାୟତା ପ୍ରଦାନ କରିଛନ୍ତି। ୮ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପ୍ରାୟ ୬ କୋଟି ହିତାଧୀକାରୀ ଏଥିରେ ଲାଭବାନ ହେଉଛନ୍ତି। କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଆର୍ଥିକ ସହାୟତା ପାଇଁ ଆରମ୍ଭ କରାଯାଇଥିବା ଏହି ଯୋଜନା ଗତବର୍ଷ ଫେବୃଆରୀରୁ କେନ୍ଦ୍ର ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଛି।

ଏହି କାର୍ଯ୍ୟକ୍ରମରେ କେନ୍ଦ୍ର କୃଷି କର୍ମଣ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଛି। ଓଡ଼ିଶା ଏହି ଅବସରରେ କୃଷି କର୍ମଣ ପୁରସ୍କାର ଗ୍ରହଣ କରିଛି। ଖାଦ୍ୟ ଶସ୍ୟ ଉତ୍ପାଦନ ଏବଂ କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ଅଭିବୃଦ୍ଧି ପାଇଁ ଓଡ଼ିଶାକୁ ଏହି ସମ୍ମାନ ମିଳିଛି। ଏଥି ସହିତ ଏହି କାର୍ଯ୍ୟକ୍ରମରେ କର୍ଣ୍ଣାଟକାର କିଛି ଚାଷୀଙ୍କୁ କିଶାନ କ୍ରେଡିଟ୍ କାର୍ଡ ମଧ୍ୟ ପ୍ରଦାନ କରାଯାଇଛି। କିଛି ଚାଷୀଙ୍କୁ ଅନ୍ୟାନ୍ୟ ଉପକରଣ ମଧ୍ୟ ମିଳିଛି।