ମାଣିକେଶ୍ୱରୀ ମଲ୍ଟି ହସ୍ପିଟାଲରେ ଜିଲା ପ୍ରଶାସନର ଚଢ଼ାଉ

ମା ମାଣିକେଶ୍ୱରୀ ମଲ୍ଟି ହସ୍ପିଟାଲରେ ଜିଲା ପ୍ରଶାସନର ଚଢ଼ାଉ

ଓଡିଶା କଳାହାଣ୍ଡି ଜିଲ୍ଲା ବଡ ଖବର ରାଜ୍ୟ

#ମା_ମାଣିକେଶ୍ୱରୀ_ମଲ୍ଟି_ହସ୍ପିଟାଲରେ _ଚଢ଼ାଉ    ଭବାନୀପାଟଣା : କଳାହାଣ୍ଡି ଜିଲା ଭବାନୀପାଟଣା ସହରରେ ଥିବା ମା ମାଣିକେଶ୍ୱରୀ ମଲ୍ଟି ହସ୍ପିଟାଲରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଚଢ଼ାଉ କରାଯାଇଛି । ଅଗ୍ନି ନିରାପତ୍ତା ବ୍ୟବସ୍ଥା ଓ ନଷ୍ଟ ହୋଇଥିବା ବର୍ଯ୍ୟବସ୍ତୁକୁ ସର୍ବସାଧାରଣ ସ୍ଥାନରେ ନଷ୍ଟ କରିବା ଭଳି ଅଭିଯୋଗ ପୂର୍ବରୁ ମଧ୍ୟ ହୋଇଆସୁଥିଲା। ଆଜି ଭବାନୀପାଟଣା ଉପଜିଲ୍ଲାପାଳଙ୍କ ନେତୃତ୍ୱରେ ପୁଲିସ ବିଭାଗ, ଅଗ୍ନିଶମ ବିଭାଗ , ରାଜସ୍ୱ ବିଭାଗ, ସେଲଟେକ୍ସ ବିଭାଗ, ସ୍ୱାସ୍ଥ୍ୟ ବିଭାଗର ଏକ କାଳୀନ ଚଢ଼ାଉ ଜାରି ରହିଛି ।

ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ସୂଚନା ଅନୁସାରେ, କିଛିଦିନ ତଳେ ହସ୍ପିଟାଲରେ ବ୍ୟବହୃତ ହୋଇଥିବା ଅଳିଆ ଆବର୍ଜନାକୁ ହସ୍ପିଟାଲର ପଛପଟେ ସବୁବେଳେ ପୋଡୁଥିବାରୁ ପରିବେଶ ପ୍ରଦୂଷଣ ହେଉଥିବା ଅଭିଯୋଗ ହୋଇଥିଲା ବେଳେ ରୋଗୀମାନଙ୍କ ଠାରୁ ଅଧିକ ମାତ୍ରାରେ ପଇସା ନେଉଥିବା ଓ ଅଗ୍ନିଶ୍ରମ ଅନୁମତି ନଥିବାର ବି ଅଭିଯୋଗ ରହିଛି। ତେଣୁ ୪ ଟି ବିଭାଗ ମିସି ଏକକାଳୀନ ଚଢାଉ କରିଛନ୍ତି।