ମଣିଷ ଶରୀରରେ ପରୀକ୍ଷା ହେଲା କୋଭିଡ-୧୯ ଟିକା

ମଣିଷ ଶରୀରରେ ପରୀକ୍ଷା ହେଲା କୋଭିଡ-୧୯ ଟିକା

ଦେଶ -ବିଦେଶ ବଡ ଖବର

#ମଣିଷ_ଶରୀରରେ_ପରୀକ୍ଷା_ହେଲା_କୋଭିଡ-୧୯_ଟିକା            ଓ୍ବାଶିଂଟନ :  ମହାମାରୀ କରୋନା ସମଗ୍ର ବିଶ୍ବରେ ଆତଙ୍କ ଖେଳାଇ ଥିବାବେଳେ  ଏବେ ଏହାର ନିରାକରଣ ନେଇ ଆସିଛି ଖୁସି ଖବର । ମହାମାରୀ କରୋନାର ମୁକାବିଲାନେଇ ପ୍ରସ୍ତୁତ ହୋଇଛି ଟିକା । କେବଳ ସେତିକି ନୁହେଁ ଶୁକ୍ରବାର ମଣିଷ ଶରୀରରେ ମଧ୍ୟ ହୋଇଛି ଏହାର  ପରୀକ୍ଷଣ। ଆମେରିକାର ସିଆଟେଲ ସହରରେ ଦୁଜଣ ମହିଳା ଓ କଣେ ପୁରୁଷଙ୍କ ଠାରେ ଏହି ଟିକା ପ୍ରୟୋଗ କରାଯାଇଛି।   ପ୍ରଥମେ ସିଆଟେଲର ଏକ ଇନଷ୍ଟିଚ୍ୟୁଟ ରେ ଜେନିଫର ହଲର ନାମ୍ନୀ କଣେ ମିହିଳାଙ୍କ ଠାରେ ଏହାର ପ୍ରୟୋଗ କରାଯାଇଛି। ପରେ ୪୦ ବର୍ଷୀ୍ୟ ଜଣେ ନେଟଓ୍ବାର୍କ ଇଞ୍ଜିନିୟର ନିଲ ବ୍ରାଉନି ଙ୍କ ଠାରେ ଏହି ଟିକାର ପୟୋଗ କରାଯାଇଥିବା ବେଳେ ତୃତୀୟରେ ରେବିକା ସେରୁଲ ନାମ୍ନୀ  ଜଣେ ୨୫ ବର୍ଷୀୟା ସ୍ବେଚ୍ଛାସେବୀଙ୍କ ଠାରେ ଏହାର ପୟୋଗ କରା ଯାଇଛି। ସାଧାରଣତଃ କୌଣସି ଟିକା ଉଦଭାବନ ହେଲେ ଏହାକୁ ପ୍ରଥମେ ପଶୁ ଠାେର ପ୍ରଯୋଗ କରାଯାଇଥାଏ ।

Coronavirus: US starts clinical trial of Covid-19 vaccine that ...

ମଣିଷ ସହିତ ଅଧିକ ସାମଞ୍ଜସ୍ୟ ରହିଥବା ଘୁଷୁରୀ ଉପରେ ପ୍ରଥମ ପରୀକ୍ଷଣ କରାଯାଇଥାଏଯାହାକୁ କି ଗିନି ପିଗ୍ କୁହାଯାଇଥାଏ। ହେଲେ ମହାମାରୀ କରୋନା ସମଗ୍ର ବିଶ୍ବରେ ଏପରି ଆତଙ୍କ ଖେଳାଇ ଦେଇଛି ଯେ, ଏହାକୁ ପ୍ରଥମେ ମଣିଷ ଶରୀରରେ ପରୀକ୍ଷଣ କରାଯାଇଛି। ଟିକା ପରୀକ୍ଷଣ କରାଯାଇଥିବା ବୃକ୍ତି ବିଶେଷ ସ୍ବେଚ୍ଛାକୃତ ଭାବେ ସେମାନଙ୍କ ଶରୀରରେ ଏହାର ପ୍ରୟୋଗ ପାଇଁ ଆଗେଇ ଆସିଛନ୍ତି।

ପ୍ରାଥମିକ ପର୍ଯ୍ୟାୟରେ ପରୀକ୍ଷଣ ପରେ ଏହା ସଫଳ ହେବାର ସଂକେତ ମିଳିଛି। ଯଦି ଏହି ପରୀକ୍ଷଣ ସଫଳ ହୁଏ ତେବେ ମାନବ ସମାଜ ମହାମାରୀ କରୋନାରୁ ମୁକ୍ତି ପାଇବ। ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟର ଏକ ଟିମ୍ ଏହି ଟିକାର ଉଦ୍ଭାବନ କରିଛି।ଏହି ଟିମ୍‌ର ମୁଖ୍ୟ ତଥା ବିଶ୍ବିବିଦ୍ୟାଳୟର ପ୍ରଫେସର ଆଡ୍ରିଆନ୍‌ ହିଲ୍ ଏହି ସୂଚନା ଦେଇ ଆଜି କହିଛନ୍ତି ଯେ ସେମାନଙ୍କ ଶରୀରରେ ଟିକାର ପ୍ରୟୋଗ ପାଇଁ ଏଥିଲାଗି ୫୧୦ ଜଣ ବ୍ୟକ୍ତି ନିଜ ଆଡ଼ୁ ଆଗ୍ରହ ପ୍ରକାଶ କରିଛନ୍ତି। ସେମାନଙ୍କ ଦେହରେ ପରବର୍ତ୍ତି ପର୍ଯ୍ୟାୟରେ ଏହାର ପ୍ରୟୋଗ କରାଯିବ। ତେବେ ଏଥିପାଇଁ ଅନେକ ସୁରକ୍ଷାମୂଳକ ବ୍ୟବସ୍ଥା ଗ୍ରହଣ କରାଯାଉଛି। ଏହି ପରୀକ୍ଷା ସଫଳ ହେଲେ ଅଳ୍ପ କେତେ ମାସ ଭିତରେ ଟିକା ପ୍ରସ୍ତୁତ ହୋଇଯିବ ବୋଲି ‌ସେ ଆଶା ପ୍ରକାଶ କରିଛନ୍ତି।

ଏହି ଗବେଷଣାରେ ବିଶ୍ବର ୭ଟି କଂପାନି ସାମିଲ ହୋଇଛନ୍ତି। ଏଥିରେ ଭାରତର ସେରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ମଧ୍ୟ ରହିଛି। ସେ ଆହୁରି କହିଛନ୍ତି ଯେ ଯେଉଁ ‌ଜ୍ଞାନକୌଶଳ ଦ୍ବାରା ଏହି ଟିକା ପ୍ରସ୍ତୁତ କରାଯାଇଛି ତାହା ଅତୀତରେ ସଫଳ ହୋଇଛି। ଏଥର ମଧ୍ୟ ସଫଳ ହେବ ବୋଲି ତାଙ୍କର ଆଶା ରହିଛି। ଏହି ପରୀକ୍ଷା ସଫଳ ‌ହେଲେ ଦୁଇ ସପ୍ତାହ ମଧ୍ୟରେ ୫୦ ଲକ୍ଷ ଡୋଜ୍ ତିଆରି କରାଯାଇପାରିବ।