ଆଜିର ରାଶିଫଳ

ଆଜିର ରାଶିଫଳ

ରାଶିଫଳ

ମେଷ: ସାମାଜିକ କାର୍ୟ୍ୟରେ ସମୟ ଦେବେ। ବ୍ୟବସାୟରେ ତୁରନ୍ତ ନିଷ୍ପତ୍ତି ଲାଭପ୍ରଦ ହେବ। ବୈବାହିକ ଜୀବନ ଖୁସି ଭରା ରହିବ।

ବୃଷ: ପ୍ରୟାସ ଜାରି ରଖନ୍ତୁ, ଆପଣଙ୍କର ସ୍ବପ୍ନ ପୂରା ହୋଇଯିବ। ବଡ଼ କ˚ପାନି ସହିତ ଚୁକ୍ତିର ସୁଯୋଗ ମିଳିପାରେ।

ମିଥୁନ: ଆଧୢାତ୍ମିକ ଭାବନାରେ ଅଧିକ ସମୟ ବିତିବ। ଜ୍ୟୋତିଷ ବିଜ୍ଞାନର ଚର୍ଚ୍ଚା କରିବେ। ବ୍ୟବସାୟରେ ପ୍ରଚୁର ଲାଭ ପାଇବେ।

କର୍କଟ: ଧନଲାଭର ସୁଯୋଗ ପାଇବେ। ଆପଣଙ୍କ ବ୍ୟବହାର ଅନ୍ୟମାନଙ୍କୁ ଭଲ ଲାଗିବ। ରାଜନୀତିରେ ଯୋଗାଯୋଗ ଭଲ ରହିବ।

ସି˚ହ: ମନରେ ନୂଆ ବିଚାର ସୃଷ୍ଟି ହେବ। ଯାହା ବି କାମ ଆରମ୍ଭ କରିବେ ସଫଳତା ପାଇବେ। ଯୁବକଙ୍କ ଲାଗି ଉନ୍ନତିର ନୂଆ ଦ୍ବାର ଖୋଲିବ।

କନ୍ୟା: ପୁରୁଣା ଚିନ୍ତା ସମାପ୍ତ ହେବ। ବ୍ୟବସାୟରେ ଯଥେଷ୍ଟ ସଫଳତା ପାଇବେ। କର୍ତ୍ତୃପକ୍ଷଙ୍କ ଠାରୁ ସାହାଯ୍ୟ ମିଳିପାରେ।

ତୁଳା: ଲୋକେ ଆପଣଙ୍କ କାମର ଦୋଷ ତ୍ରୁଟି ବାହାର କରିପାରନ୍ତି। ସାମାଜିକ କାର୍ୟ୍ୟରେ ରୁଚି ନେଇ ପାରନ୍ତି। ପ୍ରେମରେ ସଫଳତା ପାଇବେ।

ବିଛା: ଭାବିଥିବା କାମ ବିନା ବାଧାରେ ପୂରା ହେବ। ଜୀବିକା ଖୋଜୁଥିବା ବ୍ୟକ୍ତିଙ୍କର ଆଶା ପୂରଣ ହେବ। ପ୍ରିୟଜନଙ୍କ ସହ କଥା ହେବେ।

ଧନୁ: କୌଣସି ସ˚ପର୍କୀୟ ଶୁଭ ସମାଚାର ଦେବେ। ଚାକିରି ବୃତ୍ତିରେ ଉନ୍ନତି ହେବ। ଆପଣଙ୍କ ଜୀବନରେ ନୂଆ ସମ୍ପର୍କ ଆରମ୍ଭ ହୋଇପାରେ।

ମକର: ନିଜ କାର୍ୟ୍ୟରେ ସନ୍ତୁଷ୍ଟ ରହିବେ। ଅନୁଭବୀ ବ୍ୟକ୍ତିଙ୍କ ସାହାଯ୍ୟ ପାଇବେ। ସମାଜରେ ଆପଣଙ୍କୁ ମାନ ସମ୍ମାନ ମିଳିବ।

କୁମ୍ଭ: କ୍ୟାରିୟର ସମ୍ବନ୍ଧରେ ବଡ଼ ନିଷ୍ପତ୍ତି ନେଇପାରନ୍ତି। ମାତାପିତାଙ୍କ ସହିତ ଭଲ ସମ୍ବନ୍ଧ ସ୍ଥାପିତ ହେବ। ରାଜନୀତି କାର୍ୟ୍ୟରେ ରୁଚି ବଢ଼ିବ।

ମୀନ: ଭଲ ବ୍ୟବହାର ଦ୍ବାରା ସବୁ କାମ ପୂରା କରିନେବେ। କଳାକାରଙ୍କୁ ନୂଆ ସୁଯୋଗ ମିଳିବ। ଦାମ୍ପତ୍ୟ ଜୀବନ ସୁଖଦ ରହିବ।