କେରଳ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ

କେରଳ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ

ଦେଶ -ବିଦେଶ ବଡ ଖବର

ସାଧାରଣତଃ ଜୁନ୍‌ ପହିଲାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳରେ ପହଞ୍ଚିଥାଏ ଏବଂ ଜୁଲାଇ ୧୫ ସୁଦ୍ଧା ଏହା ସାରା ଦେଶକୁ ଆଚ୍ଛାଦିତ କରିଥାଏ। କିନ୍ତୁ ଚଳିତ ଥର ବାତ୍ୟା ‘ଅମ୍ପନ୍‌’ ଯୋଗୁ ମୌସୁମୀ ବାୟୁ ପହଞ୍ଚିବାରେ ବିଳମ୍ବ ହୋଇପାରେ ବୋଲି କୁହାଯାଇଥିଲା ଏବଂ ଜୁନ୍‌ ୧ରୁ-୫ ମଧ୍ୟରେ ମୌସୁମୀ ପହଞ୍ଚିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଥିଲା। କିନ୍ତୁ ଏଥର ମଧ୍ୟ ଠିକ୍ ସମୟରେ ଅର୍ଥାତ ଜୁନ୍‌ ପହିଲାରେ ହିଁ କେରଳକୁ ଛୁଇଁଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ।

ଦକ୍ଷିଣ -ପଶ୍ଚିମ ମୌସୁମୀ କେରଳ ଛୁଇଁବା ସହ ବର୍ଷା ଦିନ ଆରମ୍ଭ ହୋଇ ଯାଇଛି। ଆଇଏମଡିର ମହାନିର୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ ଦକ୍ଷିଣ-ପଶ୍ଚିମ ମୌସୁମୀ କେରଳ ଛୁଇଁ ସାରିଛି ଏବଂ ଏହା ଖୁବ୍ ଶିଘ୍ର ଭାରତର ଅନ୍ୟ ରାଜ୍ୟମାନଙ୍କରେ ମଧ୍ୟ ପହଞ୍ଚିଯିବ । ଜୁନ ମାସରୁ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ଦେଶରେ ସକ୍ରିୟ ରହିବାକୁ ଥିବା ମୌସୁମୀ ଯୋଗୁ ଦେଶରେ ୭୫ ପ୍ରତିଶତ ବର୍ଷ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି ।