ମେଷ: କାର୍ଯ୍ୟାନୁଷ୍ଠାନ ସମୟ ଉପଯୋଗୀ ହେବ। ପଡ଼ୋଶୀ ଓ ବନ୍ଧୁଙ୍କ ସହାୟତା ପାଇଁ ସାହସ ବୃଦ୍ଧି ପାଇବ। ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରି ପାଇବେ। ଶୁଭ କାର୍ଯ୍ୟ କରିପାରନ୍ତି। ଋଣ ପରିଶୋଧ କରିବେ। ସୁସମ୍ବାଦ ମିଳିବ।
ବୃଷ: ଅଧ୍ୟୟନରତ ହୋଇପାରନ୍ତି। ଅର୍ଥ ପ୍ରାପ୍ତିର ସୁଯୋଗ ଅଛି। ଶୁଭ ଖବର ପାଇ ଖୁସି ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଘାତଚନ୍ଦ୍ର ଭୋଗ ହେଉଥିବାରୁ ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ ସତର୍କ ରହିବେ।
ମିଥୁନ: ପରିଶ୍ରମର ମୂଲ୍ୟ ମିଳିବ। କେେତକ କ୍ଷେତ୍ରରେ ଭୁଲ ବୁଝାମଣା ଯୋଗୁଁ ମିଳିବାକୁ ଥିବା ଅର୍ଥ, ହାତରୁ ଖସିଯାଇ ପାରେ। କୃଷି କାର୍ଯ୍ୟ ଉପରେ ଗୁରୁତ୍ବ ଦେବେ। ଯାନବାହନ ସୁଖ ମିଳିବାର ସୂଚନା ମିଳୁଛି।
କର୍କଟ: ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖା ଦେବ । ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି। ଦେବ ଦର୍ଶନର ସୌଭାଗ୍ୟ ଅଛି। ଉପୁଜି ଥିବା ଅଶାନ୍ତି ଦୂର ହୋଇପାରେ। ସରକାରୀ ସ୍ତରରୁ ଲାଭ ଉଠାଇବାକୁ ପାରଙ୍ଗମ ହେବେ।
ସିଂହ: ଦିନସାରା ବ୍ୟସ୍ତ ବିବ୍ରତ ରହିଲେ ବି ଅର୍ଥ ପ୍ରାପ୍ତ ହେବେ। ଆକସ୍ମିକ ସମସ୍ୟାକୁ କୌଶଳ କ୍ରମେ ଦୂର କରିପାରନ୍ତି। ସ୍ବାସ୍ଥ୍ୟ ପାଇଁ ଚିନ୍ତିତ ହୋଇପାରନ୍ତି। ଯେ କୌଣସି ସୂତ୍ରରୁ ଧନାଗମର ସୂଚନା ମିଳୁଛି। ବହୁବିଦ୍ୟା ପାରଙ୍ଗମ ହେବେ।
କନ୍ୟା: ଏପରି କାର୍ଯ୍ୟ ମିଳିବ, ଯେଉଁଥିରେ କି ଅର୍ଥ ପ୍ରାପ୍ତ ହେବେ। ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍ ହେବେ। ଉତ୍ତମ ଭୋଜନ ମିଳିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସୁସ୍ଥ ଓ ନିରାମୟ ରହିବେ। ନୂଆ ବନ୍ଧୁ ଜୁଟିବେ। ଚିନ୍ତାଧାରା ଉନ୍ନତମାନର ହେବ।
ତୁଳା: ଧନଶାଳୀ ହୋଇପାରନ୍ତି। ପରର ଉପକାର କରିବାରେ ଖର୍ଚ୍ଚାନ୍ତ ହେବେ। ବିଦ୍ବାନ୍ ବ୍ୟକ୍ତି ଭାବେ ନିଜର ପରିଚୟ ସୃଷ୍ଟି କରିବେ। ଦାନ-ଧର୍ମରେ ଦୀକ୍ଷିତ ହୋଇପାରନ୍ତି। ସାମାଜିକ ସ୍ତରରେ ଆଦର ମିଳିବ।