ଧାନ ସମେତ ୧୪ଟି ଖରିଫ ଫସଲ ସହାୟକ ମୂଲ୍ୟ ବୃଦ୍ଧି

ଧାନ ସମେତ ୧୪ଟି ଖରିଫ ଫସଲ ସହାୟକ ମୂଲ୍ୟ ବୃଦ୍ଧି

ଦେଶ -ବିଦେଶ ବଡ ଖବର

#ଧାନ_ସମେତ_୧୪ଟି_ଖରିଫ_ଫସଲ_ସହାୟକ-ମୂଲ୍ୟ_ବୃଦ୍ଧି      ନୂଆଦିଲ୍ଲୀ : ଧାନ ସମେତ ୧୪ଟି ଖରିଫ ଫସଲ ସହାୟକ ମୂଲ୍ୟ କେନ୍ଦ୍ର ସରକାର ଘୋଷଣା କରିଛନ୍ତି  । ଏହି ଫସଲଗୁଡ଼ିକର ସହାୟକ ମୂଲ୍ୟ ୫୦%ରୁ ୮୩% ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ବୋଲି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ସୂଚନା ଦେଇଛନ୍ତି ।ଶ୍ରୀ ତୋମାର କହିଛନ୍ତି ଯେ ଧାନର ସହାୟକ ମୂଲ୍ୟ  କ୍ବିଣ୍ଟାଲ ପିଛା ୧୮୬୮ ଟଙ୍କାକୁ ବୃଦ୍ଧି କରାଯାଇଛି । ସେହିପରି ଗହମ, ବାଜରା ପରି ଅନ୍ୟ ଫସଲର ସହାୟକ ମୂଲ୍ୟ ବୃଦ୍ଧି କରାଯାଇଛି ବୋଲି ସେ କହିଛନ୍ତି । ଏହି ଅବସରରେ କେନ୍ଦ୍ର କ୍ୟାବିନେଟରେ କୃଷକଙ୍କ ସହ କ୍ଷେତ ସହ ଜଡ଼ିତ ଅନ୍ୟ କାର୍ଯ୍ୟକ୍ରମ ନିମନ୍ତେ ମଧ୍ୟ ଆର୍ଥିକ ସହାୟତା ପ୍ରଦାନ ଯାଉଥିବା ନେଇ ଶ୍ରୀ ତୋମାର ସୂଚନା ଦେଇଛନ୍ତି । ଶ୍ରୀ ତୋମାରଙ୍କ ସୂଚନା ଅନୁସାରେ ଧାନର ଉତ୍ପାଦନ ମୂଲ୍ୟ ୧୨୪୫ ଟଙ୍କା ଆକଳନ କରାଯାଇଛି । ସେଥିପାଇଁ ସହାୟକ ବିକ୍ରିମୂଲ୍ୟ ୧୮୬୮ ଟଙ୍କା ଧାର୍ଯ୍ୟ ହୋଇଛି । ସେହିପରି ଏ ଗ୍ରେଡ଼୍ ଧାନର ସର୍ବାଧିକ ସହାୟକମୂଲ୍ୟ କ୍ବିଣ୍ଟାଲକୁ ୧୮୮୮ ଟଙ୍କା, ଜଅର ସର୍ବାଧିକ ସହାୟକ ମୂଲ୍ୟ ୨୬୨୦, ବାଜରା ୨୧୫୦, ରାଗୀ ୩୨୯୫, ମକା ୧୮୫୦, ହରଡ଼ ୬୦୦୦, ମୁଗ ୭୧୯୬, ବିରି ୬୦୦୦, ବାଦାମ ୫୨୭୫, ସୂର୍ଯ୍ୟମୁଖୀ ୫୮୮୫, ସୋୟାବିନ ୩୮୮୦, ସେସାମମର ସହାୟକ ମୂଲ୍ୟ ୬୮୫୫, କପା ୫୫୧୫ ଟଙ୍କା ଧାର୍ଯ୍ୟ କରାଯାଇଛି ।

କରୋନା ସଂକଟ କାଳରେ ଲୋକଙ୍କ ନିକଟରେ ୮୦ ଲକ୍ଷ ଟନରୁ ଅଧିକ ଶସ୍ୟ ଲୋକଙ୍କ ନିକଟରେ ପହଞ୍ଚା ଯିବାର ବ୍ୟବସ୍ଥା ହୋଇଛି । ସରକାର ପ୍ରତ୍ୟେକ ପ୍ରସଙ୍ଗକୁ ଅତ୍ୟନ୍ତ ସମ୍ବେଦନଶୀଳତାର ସହ ବିଚାର କରି କାର୍ଯ୍ୟ କରୁଛନ୍ତି । ଯେଉଁଥିପାଇଁ ଠିକ୍ ସମୟରେ କୃଷକମାନେ ଫସଲ କାଟିବାକୁ ସକ୍ଷମ ହୋଇଛନ୍ତି । ଏହିକାରଣରୁ ଦେଶର କୃଷକମାନେ ବମ୍ପର ଫସଲ ଉତ୍ପାଦନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ସ୍ବଳ୍ପ ମିଆଦ ଋଣ ପରିଶୋଧ ଅବଧି ୩୧ ଅଗଷ୍ଟ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ସେହିପରି କୃଷକମାନଙ୍କୁ ସୁଧ ରିହାତି ଦେବାକୁ ବ୍ୟବସ୍ଥା ହୋଇଛି । ଠିକ୍ ସମୟରେ ଋଣ ପରିଶୋଧ କଲେ ୪% ସୁଧରେ ଋଣ ମିଳିବ ।