“ମୋ ସରକାର” ଅଧିନକୁ ଆସିବ ରାଜସ୍ବ ବିଭାଗ : ଏପ୍ରିଲ ୧ରୁ ଘଣ୍ଟାଏରେ ମିଳିବ ଜମିବାଡ଼ି କାଗଜପତ୍ର

ଓଡିଶା ବଡ ଖବର ରାଜ୍ୟ

ଭୁବନେଶ୍ବର : ରାଜସ୍ବ ବିଭାଗ “ମୋ ସରକାର” ଅଧିନକୁ ଆସିବାକୁ ଥିବାବେଳେ ଫେବୃଆରୀ ୧୦ରୁ ଏହା କାର୍ଯ୍ୟକାରୀ କରିବ। ଯାହାଫଳରେ ଏପ୍ରିଲ ୧ରୁ ମାତ୍ର ଏକ ଘଣ୍ଟା ସମୟ ମଧ୍ୟରେ ଜମିବାଡ଼ି କାଗଜପତ୍ର ମିଳିପାରିବ। ଯାହାଦ୍ବାରା ଜମିବାଡ଼ି କାଗଜପତ୍ର ପାଇଁ ଲୋକମାନଙ୍କ ଆଉ ମାସ ମାସ ଧରି ଅପେକ୍ଷା କରିବାକୁ ପଡ଼ିବ ନାହିଁ। ଏନେଇ ଶୁକ୍ରବାର ରାଜସ୍ବ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି।

ପ୍ରଦୀପ୍ତ ମହାପାତ୍ର କହିଛନ୍ତି ଯେ, ଯେଉଁ ତହସିଲଦାରଙ୍କ ନିକଟରେ ବକେୟା କାମ ରହିଛି ସେମାନେ ତାହାକୁ ତୁରନ୍ତ ଶେଷ କରିବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁମାନଙ୍କର ବକେୟା କାମ ଶେଷ ହୋଇପାରିନାହିଁ ସେମାନଙ୍କର ଛୁଟି ବାତିଲ କରାଯିବ। ଛୁଟି ଭିତରେ ସେମାନେ କାମ ଶେଷ କରିବା ପାଇଁ ରାଜସ୍ବ ସଚିବ ପ୍ରଦୀପ୍ତ ମହାପାତ୍ର କହିଛନ୍ତି ।