ଆସାମରେ ଭୂମିକମ୍ପ

ଦେଶ -ବିଦେଶ ବଡ ଖବର

ଗୁଆହାଟୀ: ଶନିବାର ସନ୍ଧ୍ୟାରେ ଆସାମ ଏବଂ ଏହାର ପଡ଼ୋଶୀ କିଛି ଅଞ୍ଚଳରେ ଭୂମିକମ୍ପ ଅନୁଭୂତ ହୋଇଛି। ତେବେ କୌଣସି ପ୍ରାଣହାନି ବା ସେଭଳି କିଛି କ୍ଷୟକ୍ଷତିର ଖବର ଏଯାଏ ମିଳିପାରିନାହିଁ। ଆମେରିକାର ଜିଓଲୋଜିକାଲ ସର୍ଭେରୁ ଜଣାପଡ଼ିଛି ବୋଙ୍ଗାଇଗାଓ ଜିଲ୍ଲାର ଅଭ୍ୟାସପୁରୀଠାରୁ ୧୬ କିଲୋମିଟର ଦୂର ଏହାର କେନ୍ଦ୍ରସ୍ଥଳ ଥିଲା।ଏହି ଭୂମିକମ୍ପର ପ୍ରଭାବ ଉତ୍ତର ପଶ୍ଚିମବଙ୍ଗର କିଛି ଜିଲ୍ଲା ଯଥା ଜଲପାଇଗୁଡ଼ି, କୁଚ୍‌ବେହାର ଏବଂ ଆଲିପୁରଦୁଆର ଆଦିରେ ମଧ୍ୟ ଅନୁଭୂତ ହୋଇଥିଲା।