କୃଷି କ୍ଷେତ୍ର ପାଇଁ ୨.୮୩ ଲକ୍ଷ କୋଟି

ଦେଶ -ବିଦେଶ ବଡ ଖବର ବାଣିଜ୍ୟ

ନୂଆଦିଲ୍ଲୀ :  ସାଧାରଣ ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କୃଷି ଉପରେ ବିଶେଷ ଗୁରୁତ୍ୱ ପ୍ରଦାନ କରିଛନ୍ତି । କୃଷି ପାଇଁ ସେ ଏକ ୧୬-ସୁତ୍ରୀ ଯୋଜନା ସଂପର୍କରେ ଘୋଷଣା କରିଛନ୍ତି । କୃଷକଙ୍କ ଆୟ ଓ ବ୍ୟୟ କ୍ଷମତା ବୃଦ୍ଧି ଉପରେ ସେ ଗୁରୁତ୍ୱ ଆରୋପ କରିଛନ୍ତି । କୃଷି, ଜଳସେଚନ ଓ ତତ ସଂପର୍କିତ କ୍ଷେତ୍ର ପାଇଁ ସେ ମୋଟ ୨.୮୩ ଲକ୍ଷ କୋଟିର ବ୍ୟୟବରାଦ କରିଛନ୍ତି ।

ସେ କହିଛନ୍ତି କୃଷି ବଜାରଗୁଡ଼ିକୁ ଅଧିକ ମୁକ୍ତ କରାଯିବାର ଆବଶ୍ୟକତା ରହିଛ । ଏହା ସହିତ କୃଷି କ୍ଷେତ୍ରକୁ ଅଧିକ ପ୍ରତିଯୋଗିତାମୂଳକ କରାଯିବା, କୃଷି କ୍ଷେତ୍ରରେ ଅଧିକ ଟେକନଲୋଜୀର ଉପଯୋଗ, ସ୍ଥାୟୀ ଓ ପରିବେଶ ଅନୁକୂଳ ଚାଷ ପଦ୍ଧତିର ଉପଯୋଗର ଆବଶ୍ୟକତା ରିହଛି ।

ଅନ୍ୟପକ୍ଷରେ ଜଳ ସମସ୍ୟା ରହୁଥିବା ଦେଶର ୧୦୦ଟି ଜିଲ୍ଲା ପାଇଁ କେତେକ ସ୍ୱତନ୍ତ୍ର ଘୋଷଣା କରାଯାଇଛି । ପତିତ ଜମିରେ ସୌର ବିଦ୍ୟୁତ ପ୍ରକଳ୍ପ ପାଇଁ କୃଷକମାନଙ୍କୁ ଅନୁମତି ଦିଆଯିବ । ସେହିପରି କୃଷିଜାତ ସାମଗ୍ରୀର ସଂରକ୍ଷଣ ପାଇଁ ଶୀତଳ ଭଣ୍ଡାର ଉପରେ ଗୁରୁତ୍ୱ ଦିଆଯାଇଛି । ଭାରତୀୟ ରେଳ ପକ୍ଷରୁ କୃଷିଜାତ ଓ ଅନ୍ୟାନ୍ୟ ପଚନଶୀଳ ସାମଗ୍ରୀର ସୁରକ୍ଷିତ ପରିବହନ ପାଇଁ ଭାରତୀୟ ରେଳ ପକ୍ଷରୁ ଏକ କିଷାନ ରେଳ ଚାଲୁ କରାଯିବ । ସେହିପରି ବିମାନଚଳାଚଳ ମନ୍ତ୍ରାଳୟ ପକ୍ଷରୁ ମଧ୍ୟ କୃଷି ଉଡ଼ାନ୍‌ ବିମାନ ସେବା ପ୍ରତିଷ୍ଠା କରାଯିବ ।
ଅର୍ଥମନ୍ତ୍ରୀ କହିଛନ୍ତି ଯେ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ କୃଷି ଋଣପ୍ରଦାନ ଲକ୍ଷ୍ୟ ୧୫ ଲକ୍ଷ କୋଟି ରଖାଯାଇଛି ।