ଅଦିତି ଇଣ୍ଟରନେଟ୍‌ରେ ଲଗାଇଛନ୍ତି ନିଆଁ

ଦେଶ -ବିଦେଶ ମନୋରଞ୍ଜନ

ମୁମ୍ବାଇ :  ବଲିଉଡରେ ଏବେ ବିଦେଶିନୀଙ୍କ ଆତଯାତ ବେଶି । ମଡେଲିଂ ଏବଂ ଟିଭି ପରଦାସହ ବିଗ୍‌ ସ୍କ୍ରିନ୍‌ରେ ବି  ଅନେକ ବେଶ୍‌ ଆକ୍ଟିଭ୍‌ । ଏମିତି ଜଣେ ମଡେଲ ଟର୍ଣ୍ଣଡ ଆକ୍ଟ୍ରେସ ଏବେ ସୋସିଆଲ ମିଡିରେ ପୁରା ଭାଇରାଲ । ତାଙ୍କ ପ୍ରଶଂସକ ଏତେ ଯେ, ସତେ ଯେମିତି ତାଙ୍କ ଫଟୋ ଆଉ ପୋଜ୍‌ ସୋସିଆଲ ମିଡିଆରେ ନିଆଁ ଲଗାଇ ଦେଇଛି ।ସେ ଭାରତୀୟ ନୁହନ୍ତି ନେପାଳର ବାସିନ୍ଦା । ମନୀଷା କୋଇରାଲାଙ୍କ ପରେ ବୋଧହୁଏ ସେ ବଲିଉଡ୍‌ରେ ବେଶି ସମୟ ରାଜ କରିପାରନ୍ତି । ଏହା କହୁଛି ତାଙ୍କ ଫ୍ୟାନ୍‌ ଫଲୋଅରଙ୍କ ହିସାବ ।ସେ ହେଲେ ନେପାଳ ସୁନ୍ଦରୀ ଅଦିତି ବୁଦ୍ଧଥୋକି ।

ମାତ୍ର ଦୁଇଟି ସିନେମା କିନ୍ତୁ ଗ୍ଲାମର ୱାର୍ଲ୍ଡରେ ତାଙ୍କ ପତିଆରା ବଢୁଛି ।ନେପାଲର ଦମାକରେ ଜନ୍ମିତ  ଅଦିତି ଏବେ ମାୟାନଗରୀରେ ଆସନ ଜମାଇବା ଚେଷ୍ଟାରେ  । ୨୩ ବର୍ଷୀୟା ଏହି ଅଭିନେତ୍ରୀଙ୍କ ଫଟୋ ସେସନ ସୋସିଆଲ ମିଡିଆରେ ଛାଇ ଯାଇଛି । ତାଙ୍କ ଗେଟଅପ୍‌, ଲୁକ୍‌ ଏବଂ ଷ୍ଟାଇଲ୍ ଦେଖି ଫ୍ୟାନ୍‌ଫଲୋଅର ପୁରା ଫିଦା ।

୨୦୧୮ ରେ ଅଦିତି ନେପାଳୀ ସିନେମା  କ୍ରି ( Kri) ସିନେମାରେ ଅଭିନୟ କରି ଅଳ୍ପ  ପରିଚିତି ହାସଲ କରିଥିଲେ । ତାପରେ ୨୦୧୯ ରେ ସେ  ଦର୍ସନ ରାୱଲ :  ହାୱା ବନକେ ରେ ଅଭିନୟ କରିଛନ୍ତି । କିଛି ମ୍ୟାଗାଜିନ୍‌ର କଭରପେଜ୍‌ରେ ଆସିଛନ୍ତି ସେ । ତା ସହ ପଞ୍ଚାବୀ ଓ ହିନ୍ଦୀ ମ୍ୟୁଜିକ ଭିଡିଓରେ ଆସିଛନ୍ତି। ପଞ୍ଜାବୀ ଭିଡିଓ , “  ମେଁ ତେରି ହୋଗୟୀ…”  ତାଙ୍କୁ ଦେଇଥିଲା ଲୋକପ୍ରିୟତା ।

ତାଙ୍କ ଆକ୍ଟିଂ ପ୍ରତିଭାରେ ମୋହର ଲାଗିନି, କିନ୍ତୁ ତାଙ୍କ ଚେହେରାରେ ଲାଗିଛି ସ୍ୱୀକୃତିର ଷ୍ଟାମ୍ପ ।୧୯୯୬ ଜୁନ୍ ୨୮ ରେ ଜନ୍ମିତ ଏହି ,ଷ୍ଟାରଙ୍କ ଲୁକ୍‌ ଏବଂ ଷ୍ଟାଇଲ କିନ୍ତୁ ଗର୍ଜିୟସ । ସେଥିଲାଗି ସେ ଇଣ୍ଟରନେଟ୍‌ରେ ପ୍ରଶଂସକଙ୍କ ଭରପୁର ରେସପନ୍ସ ପାଇଛନ୍ତି ।ଏବେ ଏକ ବିଗ୍‌ ପ୍ରୋଜେକ୍ଟରେ କାମ କରୁଥିବା ଅଦିତି ବଲିୁଡ୍‌ରେ କ୍ଲିକ୍‌ କରିବେ ବୋଲି ଆଶା ରଖିଛନ୍ତି । ତେବେ ଯାହା ବି ହେଉଁ ତାଙ୍କ ଫ୍ୟାସନ ଜ୍ଞାନ ନିଶ୍ଚିତ ଭାବେ ପ୍ରଶଂସନୀୟ , ଯାହା କହେ ତାଙ୍କ ଫଟୋ ସୁଟ୍‌ ।