ଅତ୍ୟାବଶ୍ୟକ ସାମଗ୍ରୀ ଆଇନରୁ ଡାଲି, ଆଳୁ ଏବଂ ପିଆଜ ବାଦ,କୋଲକାତା ବନ୍ଦର ହେଲା ଶ୍ୟାମା ପ୍ରସାଦ ମୁଖାର୍ଜୀ ଟ୍ରଷ୍ଟ

ଅତ୍ୟାବଶ୍ୟକ ସାମଗ୍ରୀ ଆଇନରୁ ଡାଲି, ଆଳୁ ଏବଂ ପିଆଜ ବାଦ,କୋଲକାତା ବନ୍ଦର ହେଲା ଶ୍ୟାମା ପ୍ରସାଦ ମୁଖାର୍ଜୀ ଟ୍ରଷ୍ଟ

ଦେଶ -ବିଦେଶ ବଡ ଖବର

#ଅତ୍ୟାବଶ୍ୟକ_ସାମଗ୍ରୀ_ଆଇନରୁ_ଡାଲି,_ଆଳୁ_ଓ_ପିଆଜ-ବାଦ         ନୂଆଦିଲ୍ଲୀ :      କେନ୍ଦ୍ର କ୍ୟାବିନେଟ ବୁଧବାର ୧୯୫୫ର ଅତ୍ୟାବଶ୍ୟକ ସାମଗ୍ରୀ ଆଇନରେ ସଂଶୋଧନକୁ ମଞ୍ଜୁରୀ ଦେଇଛି । ଏହା ଫଳରେ ଖାଦ୍ୟଶସ୍ୟ, ତୈଳବୀଜ, ଆଳୁ ଓ ପିଆଜର ଦର ନିୟନ୍ତ୍ରଣମୁକ୍ତ ହେବ । ସରକାରଙ୍କ ଏହି ନିଷ୍ପତ୍ତି ଦ୍ୱାରା କୃଷକମାନେ ନିଜ କୃଷିଜାତ ସାମଗ୍ରୀରୁ ଅଧିକ ଲାଭ ପାଇପାରିବେକୃଷକମାନେ ଏଣିକି ସେମାନଙ୍କର ଉତ୍ପାଦକୁ ମଣ୍ଡି ବ୍ୟତୀତ ରପ୍ତାନିକାରୀଙ୍କୁ ସିଧାସଳଖ ବିକ୍ରୟ କରିପାରିବେ। ସେହିପରି ଅତ୍ୟାବଶ୍ୟକ ସାମଗ୍ରୀ ଅଧିନିୟମରୁ ଅନେକ କୃଷିଜାତ ସାମଗ୍ରୀକୁ ବାଦ ଦିଆଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।ଏକ ସପ୍ତାହ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ବୁଧବାର ଅନୁଷ୍ଠିତ ଦ୍ୱିତୀୟ କ୍ୟାବିନେଟ ବୈଠକରେ କୃଷକଙ୍କ ସହ ଜଡିତ ଅନେକ ନିଷ୍ପତ୍ତି ନିଆଯାଇଛି ।ବୈଠକରେ କୁହାଯାଇଛି ଯେ ଭାରତ ଗୋଟିଏ ଦେଶ ଗୋଟିଏ ବଜାର ଆଡକୁ ଗତି କରୁଛି । ସମ୍ପ୍ରତି ଘୋଷଣା କରାଯାଇଥିବା ଆତ୍ମନିର୍ଭର ଭାରତ ପ୍ୟାକେଜ୍ ଅନୁଯାୟୀ କୃଷି ସମ୍ବନ୍ଧୀୟ ଘୋଷଣାକୁ ଅନୁମୋଦନ କରାଯାଇଥିଲା ଏବଂ ବହୁ କୃଷିଜାତ ଦ୍ରବ୍ୟକୁ ଅତ୍ୟାବଶ୍ୟକ ସାମଗ୍ରୀ ଅଧିନିୟମରୁ ବାଦ ଦିଆଯାଇଛି।ଏହା ସହିତ କୃଷକମାନଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଆଇନ ବାହାରେ କୃଷି ଉତ୍ପାଦ ବିକ୍ରୟ କରିବାକୁ କୃଷକଙ୍କୁ ଅନୁମତି ଦିଆଯାଇଛି । ବର୍ତ୍ତମାନ କୃଷକମାନେ ସେମାନଙ୍କର ଉତ୍ପାଦକୁ ମାଣ୍ଡି ବ୍ୟତୀତ ରପ୍ତାନିକାରୀଙ୍କୁ ସିଧାସଳଖ ବିକ୍ରୟ କରିପାରିବେ, ଯାହା ଦ୍ବାରା ସେମାନେ ଅଧିକ ଲାଭ ପାଇବେ।

ବୈଠକ ପରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି ଯେ କ୍ୟାବିନେଟ କୃଷିଜାତ ସାମଗ୍ରୀ ବିକ୍ରି ଓ ବିପଣନ(ପ୍ରେତ୍ସାହନ ) ଅଧ୍ୟାଦେଶକୁ ମଂଜୁରୀ ଦେଇଛନ୍ତି । ଏହା ଦ୍ୱାରା ଏଣିକି କୃଷକମାନେ ଏପିଏମସି ମଣ୍ଡି ବାହାରେ ନିଜର କୃଷିଜାତ ଉତ୍ପାଦ ବିକ୍ରି କରିପାରିବେ । ଏପରିକି ରାଜ୍ୟ ବାହାରେ ସମାନେ ନିଜର ସାମଗ୍ରୀ ବିକ୍ରି କରିପାରିବେ । ଏହା ଦ୍ୱାରା ସେମାନେ ନିଜ ସାମଗ୍ରୀର ବିକ୍ରି ପାଇଁ ସ୍ୱାଧୀନ ଭାବେ ନିଷ୍ପତ୍ତି ନେଇପାରିବେ ଓ ଅଧିକ ଲାଭ ପାଇପାରିବେ । ତେବେ ସରକାର ଏସବୁ ନିଷ୍ପତ୍ତି ନେବାବେଳେ ଖାଉଟିଙ୍କ ସ୍ୱାର୍ଥକୁ ମଧ୍ୟ ଦୃଷ୍ଟି ଦେଇଛନ୍ତି । ଗତ ମେ ୧୫ ତାରିଖରେ ସରକାରଙ୍କ ଆତ୍ମନିର୍ଭର ଭାରତ ଯୋଜନା ସ୍କିମରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏ ସଂପର୍କରେ ଘୋଷଣା କରିଥିଲେ । କ୍ୟାବିନେଟ ମଧ୍ୟ କୃଷି ଉତ୍ପାଦନ ବାଣିଜ୍ୟ ଏବଂ ବାଣିଜ୍ୟ ଅଧ୍ୟାଦେଶ- ୨୦୨୦କୁ ଅନୁମୋଦନ କରିଛି। ଏହି ନିୟମ କୃଷିଜାତ ଦ୍ରବ୍ୟରେ ପ୍ରତିବନ୍ଧକମୁକ୍ତ ବାଣିଜ୍ୟ ନିଶ୍ଚିତ କରିବ।

ସେହିପରି କ୍ୟାବିନେଟରେ କୋଲକାତା ବନ୍ଦର ଟ୍ରଷ୍ଟକୁ ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀ ଟ୍ରଷ୍ଟ ନାମରେ ନାମିତ କରାଯାଇଛି। କେନ୍ଦ୍ର କ୍ୟାବିନେଟ  ଏହି ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି।
ଶ୍ରୀ ଜାଭଡେକର କହିଛନ୍ତି ଶ୍ୟାମା ପ୍ରସାଦ ମୁଖାର୍ଜୀ ଜଣେ ପ୍ରଖ୍ୟାତ ଭାରତୀୟ ରାଜନେତା, ଆଇନଜୀବୀ ତଥା ଶିକ୍ଷାବିତ୍ ଥିଲେ। ପଣ୍ଡିତ ଜବାହରଲାଲ ନେହେରୁଙ୍କ କାର୍ଯ୍ୟକାଳ ମଧ୍ୟରେ ତାଙ୍କୁ ଶିଳ୍ପ ଓ ଯୋଗାଣ ମନ୍ତ୍ରୀ କରାଯାଇଥିଲା ଏବଂ ବେଶ ଦକ୍ଷତାର ସହ ସେ ନିଜର କାର୍ଯ୍ୟ ସଂପାଦନ କରିଥିଲେ। ତେଣୁ ତାଙ୍କରି ସ୍ମୃତିରେ ବନ୍ଦରର ନାମ ପରିବର୍ତ୍ତନ କରି ଶ୍ୟାମା ପ୍ରସାଦ ମୁଖାର୍ଜୀ ଟ୍ରଷ୍ଟ ନାମରେ ନାମିତ କରାଯାଇଛି।ପୂର୍ବରୁ ଗତ ଜାନୁୟାରୀ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୋଲକାତା ବନ୍ଦର ଟ୍ରଷ୍ଟର ୧୫୦ ତମ ପ୍ରତିଷ୍ଠା ଦିବସ ଅବସରରେ ଏହାକୁ ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ନାମରେ ନାମିତ କରାଯିବା ନେଇ ଘୋଷଣା କରିଥିଲେ।