#ତାମିଲନାଡୁରେ_ପୁଣି_୨ଦାଦନ_ଶ୍ରମିକଙ୍କ_ମୃତ୍ୟୁ ଧର୍ମଗଡ : (ଲକ୍ଷ୍ମୀ କାନ୍ତ ଧଙ୍ଗଡା ମାଝୀ) ପୁଣି ଦାଦନ ଦୁଃଖ । ତାମିଲନାଡୁ ରେ କାମ କରୁଥିବା ୨ଜଣ ଦାଦନ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ମୃତକ ମାନେ ହେଲେ ପ୍ରମିଳା ଚଣ୍ଡୀ ( ୨୨) ଓ ମଦନା ବତୀ ଚଣ୍ଡୀ (୧୮) ବୋଲି ଜଣାପଡିଛି।ଗତ ଜାନୁଆରୀ ମାସ ରେ ତାମିଲନାଡୁ ଯାଇ ଏକ ଇଟା ଭାଟିରେ ଦାଦନ ଶ୍ରମିକ ଭାବେ ସେମାନେ କାମ କରୁଥିଲେ। ବୂଧବାର ମଧ୍ୟାହ୍ନ ପ୍ରାୟ ୧୨ଟା ସମୟରେ ଇଟା ଭାଟିରେ କାମ କରୁଥିବା ଅବସ୍ଥାରେ ଇଟାଗଦା ଭୁଶୁଡି ପଡିବାରୁ ସେମାନେ ସଳେ ଚାପି ହୋଇ ଯିବରୁ ସେମାନଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି। ତେବେ ମୃତାକ ଙ୍କ ସମ୍ପର୍କୀୟ ଭାଇଙ୍କ କହିବା ଅନୁସାରେ ସେଠାକାର ପୋଲିସ ଘଟଣା ସ୍ଥଳକୁ ଆସି ଶବ ବ୍ୟବଚ୍ଛେଦ କରିବା ସହ ଶବ ସତ୍କାର କରିଥିବା ଜଣାପଡିଛି। ମୃତକ ଦୁହେଁ ଗୋଟିଏ ପରିବାରର ହୋଇଥିବା ଜଣାପଡିଛି।